ଲକ୍ଷ୍ନୌ: ଏପଟେ ଜାଡ଼ ସେପଟେ ବୁଡ଼ । ପ୍ରବଳ ଥଣ୍ଡା ଭିତରେ ଜାରି ରହିଛି ପ୍ରୟାଗରାଜରେ ପବିତ୍ର ବୁଡ଼ । ସଙ୍ଗମ ସ୍ଥଳରେ ଜମୁଛି ଭକ୍ତଙ୍କ ଭିଡ଼ । ପ୍ରୟାଗରାଜରେ ଚାଲିଥିବା ମାଘ ମେଳା ମହୋତ୍ସବରେ ସଙ୍ଗମରେ ଭକ୍ତ ଏବଂ ସନ୍ୟାସୀମାନଙ୍କୁ ଦେଖିବାକୁ ମିଳୁଛି । କୁହୁଡ଼ି ପାଇଁ କମ୍ ଦୃଶ୍ୟମାନତା ହେଉଥିଲେ ହେଁ ଜାରି ରହିଛି ଭକ୍ତଙ୍କ ଆଗମନ । ସଙ୍ଗମ ଅଞ୍ଚଳକୁ କୁହୁଡ଼ି ଘୋଡ଼ାଇ ରଖିଥିବା ବେଳେ ସକାଳେ ସକାଳେ ପବିତ୍ର ତ୍ରିବେଣୀ ଘାଟରେ ବୁଡ଼ ପକାଉଛନ୍ତି ଶତାଧିକ ବ୍ୟକ୍ତି ।

Advertisment

ଆହୁରି ପଢନ୍ତୁ- Young Man Kills Cousin ପୂର୍ବ ଶତ୍ରୁତାକୁ ନେଇ ହତ୍ୟାକାଣ୍ଡ,  ବଡ଼ ବାପା ପୁଅ ଟାଙ୍ଗିଆ ଚୋଟରେ ସାନ ବାପା ପୁଅର ଜୀବନ ଗଲା

ପ୍ରୟାଗରାଜରେ ଘନ କୁହୁଡି ଦେଖି ଏମିତି ଲାଗୁଛି ସତେକି ଆକାଶର ମେଘଗୁଡ଼ିକ ପୃଥିବୀକୁ ଖସି ଆସୁଛନ୍ତି। ଆଉ ସଙ୍ଗମସ୍ଥଳରେ ବୁଡ଼ ପକାଇବାକୁ ଧାଇଁଛନ୍ତି । ପ୍ରୟାଗରାଜରେ ଏଭଳି ମନୋରମ ଦୃଶ୍ୟ ଭକ୍ତଙ୍କୁ ଭକ୍ତିର ଆଖିରେ ଦେଖାଯାଇଛି । ମାଘ ମେଳା ଚାଲିଥିବା ବେଳେ ହାଡ଼ଭଙ୍ଗା ଜାଡ ପାଇଁ ମଣିଷ ତ୍ରାହି ତ୍ରାହି ଡାକୁଥିବା ବେଳେ ଥଣ୍ଡା ସତ୍ତ୍ୱେ ବି ଲକ୍ଷ ଲକ୍ଷ ଭକ୍ତ ତ୍ରିବେଣୀ ସଙ୍ଗମରେ ପବିତ୍ର ବୁଡ଼ ପକାଇବା ପାଇଁ ସବୁ କଷ୍ଟକୁ ସହୁଛନ୍ତି ।

ଆହୁରି ପଢନ୍ତୁ- Murder Puri Accused Detained ସ୍ବର୍ଗଦ୍ବାର ବାହାରେ ମୃତକଙ୍କ ସଂପର୍କୀୟଙ୍କୁ ହତ୍ୟା: ଜଣେ ଗୁରୁତର, ଅଭିଯୁକ୍ତ ଅଟକ

ଆଜି ଘନ କୁହୁଡ଼ି ସଙ୍ଗମ ଅଞ୍ଚଳକୁ ଘୋଡ଼ାଇ ଦେବା ସହିତ, ବାଲିଘାଟକୁ ପୂରା ଘୋଡ଼ାଇ ରଖିଥିଲା । ଯାହା ପ୍ରୟାଗରାଜ କୁହୁଡ଼ିର ଚାଦର ଘୋଡ଼ାଇଲା ଭଳି ଲାଗୁଥିବା ବେଳେ ସ୍ବର୍ଗର ଭ୍ରମ ସୃଷ୍ଟି କରୁଥିଲା । ଆଉ ଏକ ସ୍ୱର୍ଗୀୟ ଅନୁଭବ ଦେଉଛିଲା ।