ବର୍ଷା ପରେ ପାଗ ଅନୁକୂଳ, ଏକ ସପ୍ତାହ ମଧ୍ୟରେ ମାଡି ଆସିବ ଡେଙ୍ଗୁ!

Advertisment
ବର୍ଷା ପରେ ପାଗ ଅନୁକୂଳ, ଏକ ସପ୍ତାହ ମଧ୍ୟରେ ମାଡି ଆସିବ ଡେଙ୍ଗୁ!

ନୂଆଦିଲ୍ଲୀ: ଏଇ କିଛିିଦିନ ହେବ ଘଡଘଡ଼ି ଓ କୁଆପଥର ବର୍ଷା ଲାଗି ରହିଥିଲା। ତେବେ ଗରମ ଦିନେ ବର୍ଷା ହୋଇଥିବାରୁ ତାତିରୁ ତ୍ରାହି ମିଳି ପାରିଛି। କିନ୍ତୁ ପାଣିପାଗର ଏହି ପରିବର୍ତ୍ତନ ହେତୁ ଗୋଟିଏ ସପ୍ତାହ ମଧ୍ୟରେ ଡେଙ୍ଗୁ ମାଡି ଆସିବାର ଭୟ ରହିଛି।

publive-image

ଡାକ୍ତରଙ୍କ କହିବାନୁସାରେ, ଏଭଳି ପାଣିପାଗରେ ଡେଙ୍ଗୁ ଓ ମ୍ୟାଲେରିଆର ମଶାଙ୍କ ସଂଖ୍ୟା ବୃଦ୍ଧି ପାଇଥାଏ। କାରଣ ଏହି ଅଦିନିଆ ବର୍ଷା ହେତୁ ବିଭିନ୍ନ ସ୍ଥାନରେ ପାଣି ଜମି ରହିଛି। ଫଳରେ ଏଥିରୁ ଡେଙ୍ଗୁ ଓ ମ୍ୟାଲେରିଆ ମଶାଙ୍କ ବଂଶ ବିସ୍ତାର ହେବ। ଫଳରେ ହେପାଟାଇସ୍‌, ଟାଇଫଏଡ ଓ ଡାଇରିଆ ରୋଗୀଙ୍କ ସଂଖ୍ୟା ବଢ଼ିପାରେ। ତେବେ ଏହାକୁ ନେଇ ଲୋକମାନେ କିପରି ସଚେତନ ରହିପାରିବେ ସେ ନେଇ ସ୍ୱାସ୍ଥ୍ୟ ବିଭାଗ ପ୍ରସ୍ତୁତି ଆରମ୍ଭ କରିସାରିଲେଣି। ଗତବର୍ଷ ଡେଙ୍ଗୁରେ ୧୫୦୦ରୋଗୀ ପୀଡିତ ଥିବା ଖବର ସାମ୍ନାକୁ ଆସିଥିଲା। କିନ୍ତୁ ସ୍ୱାସ୍ଥ୍ୟ ବିଭାଗ ମାତ୍ର ୧୦୩ଜଣ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ପୃଷ୍ଟି କରାଇଥିଲେ। ସେହିପରି ଡେଙ୍ଗୁ ରୋଗୀରେ ୪ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ଜଣଙ୍କ ଡେଙ୍ଗୁ ରୋଗୀ ମୃତ୍ୟୁ ହୋଇଥିବା କଥା ଜଣାପଡ଼ିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe