ପ୍ରଳୟଙ୍କରୀ ବନ୍ୟା ପରେ ବିହାରରେ ଡେଙ୍ଗୁ ଆତଙ୍କ; ଏ ପର୍ଯ୍ୟନ୍ତ ୧, ୯୨୩ ଆକ୍ରାନ୍ତ, କେବଳ ପାଟନାରେ ୧, ୪୧୦ ଜଣ

Advertisment
ପ୍ରଳୟଙ୍କରୀ ବନ୍ୟା ପରେ ବିହାରରେ ଡେଙ୍ଗୁ ଆତଙ୍କ; ଏ ପର୍ଯ୍ୟନ୍ତ ୧, ୯୨୩ ଆକ୍ରାନ୍ତ, କେବଳ ପାଟନାରେ ୧, ୪୧୦ ଜଣ

Image Source: Zee News

ନୂଆଦିଲ୍ଲୀ: ପ୍ରଳୟଙ୍କରୀ ବନ୍ୟା ପରେ ବିହାରରେ ବ୍ୟାପୀଥିବା ଡେଙ୍ଗୁ ଯୋଗୁଁ ଭୟାବହ ପରିସ୍ଥିତି ସୃଷ୍ଟି ହୋଇଛି। ଏ ପର୍ଯ୍ୟନ୍ତ ସାରା ରାଜ୍ୟରେ ୧, ୯୨୩ଜଣ ଡେଙ୍ଗୁରେ ଆକ୍ରାନ୍ତ ହୋଇଛନ୍ତି। ଏଥିରୁ ରାଜ୍ୟର ରାଜଧାନୀ ପାଟନାରେ ୧, ୪୧୦ ଲୋକ ଆକ୍ରାନ୍ତ ହୋଇଛନ୍ତି।

କଙ୍କରବାଗ, ଗର୍ଦାନିବାଗ, ଡାକ ବଙ୍ଗଳା ଏବଂ ଏସ୍‌କେ ପୁରୀ ଭଳି ତଳିଆ ଅଞ୍ଚଳ ଏଥିଯୋଗୁଁ ଖୁବ୍‌ ପ୍ରଭାବିତ ହୋଇଛି। ପ୍ରବଳ ବର୍ଷା ଏବଂ ନର୍ଦ୍ଧମା ଜାମ୍‌ ହୋଇଯିବାରୁ ଏହିସବୁ ଅଞ୍ଚଳଗୁଡ଼ିକ ପାଣିରେ ବୁଡ଼ି ରହିଥିଲା।

publive-image Image Source: Hindustan Times

ପାଟନାର ବନ୍ୟା ପର ସ୍ଥିତି ସମ୍ବନ୍ଧରେ ଆଲୋଚନା କରିବାକୁ ସୋମବାର ଦିନ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏକ ଉଚ୍ଚସ୍ତରୀୟ ବୈଠକ ଡାକିଥିଲେ। କେଉଁ ତ୍ରୁଟି ଯୋଗୁଁ ରାଜଧାନୀରେ ପାଣି ଜମି ରହିଲା ତାହା ଜାଣିବାକୁ ଏକ ଚାରିଜଣିଆ କମିଟି ଗଠନ କରି ଗୋଟିଏ ମାସ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ସେ ଆଦେଶ ଦେଇଛନ୍ତି।

ଗତ ସପ୍ତାହରେ କେନ୍ଦ୍ର ମନ୍ତ୍ରୀ ରବି ଶଙ୍କର ପ୍ରସାଦ ପାଟନାର ସରକାରୀ ଡାକ୍ତରଖାନା କରି ପ୍ରସ୍ତୁତି ତଦାରଖ କରିଥିଲେ। ସେ କହିଲେ ଯେ ରୋଗ ବ୍ୟାପିବା ନିୟନ୍ତ୍ରଣ କରିବାକୁ କେନ୍ଦ୍ର ଓ ରାଜ୍ୟ ମିଳିତ ଭାବେ କାର୍ଯ୍ୟ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe