ଡେନ୍‌ମାର୍କ ସୁନ୍ଦରୀ ଭିକ୍ଟୋରିଆ ମିସ୍ ୟୁନିଭର୍ସ-୨୦୨୪

Advertisment

ମେକ୍ସିକୋ ସିଟିର ଏରିନା ସିଡିଏମ୍‌ଏକ୍ସରେ ଆୟୋଜିତ ଏକ ଭବ୍ୟ ସମାରୋହରେ ଡେନମାର୍କର ୨୧ ବର୍ଷୀୟ ଭିକ୍ଟୋରିଆ କେଜର୍‌ ଥିଲ୍‌ଭିଗ ୭୩ତମ ମିସ୍ ୟୁନିଭର୍ସ ମକୁଟ ହାସଲ କରିଛନ୍ତି।

ମେକ୍ସିକୋ ସିଟିର ଏରିନା ସିଡିଏମ୍‌ଏକ୍ସରେ ଆୟୋଜିତ ଏକ ଭବ୍ୟ ସମାରୋହରେ ଡେନମାର୍କର ୨୧ ବର୍ଷୀୟ ଭିକ୍ଟୋରିଆ କେଜର୍‌ ଥିଲ୍‌ଭିଗ ୭୩ତମ ମିସ୍ ୟୁନିଭର୍ସ ମକୁଟ ହାସଲ କରିଛନ୍ତି।

dsagdag

ମେକ୍ସିକୋ ସିଟି: ମେକ୍ସିକୋ ସିଟିର ଏରିନା ସିଡିଏମ୍‌ଏକ୍ସରେ ଆୟୋଜିତ ଏକ ଭବ୍ୟ ସମାରୋହରେ ଡେନମାର୍କର ୨୧ ବର୍ଷୀୟ ଭିକ୍ଟୋରିଆ କେଜର୍‌ ଥିଲ୍‌ଭିଗ ୭୩ତମ ମିସ୍ ୟୁନିଭର୍ସ ମକୁଟ ହାସଲ କରିଛନ୍ତି। ଏହି ସମ୍ମାନଜନକ ସୌନ୍ଦର୍ଯ୍ୟ ପ୍ରତିଯୋଗିତାରେ ବିଶ୍ୱର ୧୨୫ରୁ ଅଧିକ ପ୍ରତିଯୋଗୀଙ୍କୁ ପଛରେ ପକାଇ  ଭିକ୍ଟୋରିଆ ଡେନମାର୍କ ପାଇଁ ପ୍ରଥମ ବିଜୟ ଆଣିଛନ୍ତି। ମେକ୍ସିକୋର ମାରିଆ ଫର୍ଣ୍ଣାଣ୍ଡା ବେଲଟ୍ରାନ୍ ପ୍ରଥମ ଉପବିଜେତା ହୋଇଥିବା ବେଳେ ନାଇଜେରିଆର ସିନିଦିମ୍ମା ଆଦିତ୍ସିନା ଦ୍ବିତୀୟ ଉପବିଜେତା ହୋଇଛନ୍ତି।

ଶ୍ରେଷ୍ଠ ୫ ଜଣ ପ୍ରତିଯୋଗୀଙ୍କ ମଧ୍ୟରେ ଥାଇଲାଣ୍ଡର ଓପାଲ ସୁଚାତା ଚୁଆଙ୍ଗଶ୍ରୀ ଏବଂ ଭେନେଜୁଏଲାର ଇଲିଆନା ମାର୍କେଜ୍ ମଧ୍ୟ ସାମିଲ ଥିଲେ, ଯେଉଁମାନେ ଚଳିତ ବର୍ଷର ଇଭେଣ୍ଟରେ ପ୍ରତିଭା ଏବଂ ସୌନ୍ଦର୍ଯ୍ୟର ବିବିଧ ପ୍ରତିନିଧିତ୍ୱ ପ୍ରଦର୍ଶନ କରିଥିଲେ। ପ୍ରାରମ୍ଭିକ ରାଉଣ୍ଡରେ ସଫଳତା ହାସଲ କରି ଶ୍ରେଷ୍ଠ ୩୦ରେ ସ୍ଥାନ ପାଇଥିବା ଭାରତର ରିୟା ସିଂହା ଶ୍ରେଷ୍ଠ ୧୨ରେ ପ୍ରବେଶ କରିବା ପ୍ରକ୍ରିୟାରେ ବିଫଳ  ହୋଇଥିଲେ। ମିସ୍ ୟୁନିଭର୍ସ ପ୍ରତିଷ୍ଠାନ ଭିକ୍ଟୋରିଆଙ୍କ ବିଜୟ ନେଇ ଏକ ଇନ୍‌ଷ୍ଟାଗ୍ରାମ ପୋଷ୍ଟ୍‌ରେ କହିଛି, ‘ଏକ ନୂତନ ଯୁଗ ଆରମ୍ଭ ହୋଇଛି! ଡେନମାର୍କକୁ ଅଭିନନ୍ଦନ। ଆମର ୭୩ତମ ମିସ୍ ୟୁନିଭର୍ସ ସାରା ବିଶ୍ୱରେ ମହିଳାମାନଙ୍କୁ ପ୍ରେରଣା ଦିଅନ୍ତ ଓ ସଶକ୍ତ କରନ୍ତୁ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe