ପାର୍ଶ୍ବ ପ୍ରତିକ୍ରିୟା ଦେଖା ଦେଉଥିବାରୁ ସ୍ଥାୟୀ ଭାବେ ଆଷ୍ଟ୍ରାଜେନେକା ଟିକା ବ୍ୟବହାର ବନ୍ଦ କଲା ଡେନମାର୍କ

Advertisment
ପାର୍ଶ୍ବ ପ୍ରତିକ୍ରିୟା ଦେଖା ଦେଉଥିବାରୁ ସ୍ଥାୟୀ ଭାବେ ଆଷ୍ଟ୍ରାଜେନେକା ଟିକା ବ୍ୟବହାର ବନ୍ଦ କଲା ଡେନମାର୍କ

ndtv

ନୂଆଦିଲ୍ଲୀ: ରକ୍ତ ଜମାଟ ବାନ୍ଧିବା ସମସ୍ୟା ଦେଖାଦେଉଥିବାରୁ ଆଷ୍ଟ୍ରାଜେନେକାର କରୋନା ଟିକା ବ୍ୟବହାର ସ୍ଥାୟୀ ଭାବେ ବନ୍ଦ କଲା ଡେନମାର୍କ। ପ୍ରଥମ ୟୁରୋପିୟାନ ଦେଶ ଭାବରେ ଡେନମାର୍କ ଏହି ନିଷ୍ପତ୍ତି ନେଇଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏବଂ ୟୁରୋପୀୟ ଔଷଧ ୱାଚଡଗ୍ ଟିକାକରଣରେ ଆଷ୍ଟ୍ରାଜେନେକା ଟିକା ବ୍ୟବହାର ଜାରି ରଖିବାକୁ ସୁପାରିଶ କରିଥିଲେ ବି ଡେନମାର୍କ ଟିକାକରଣ ଅଭିଯାନରେ ଆଷ୍ଟ୍ରାଜେନେକା ଟିକାକୁ ସାମିଲ କରିବ ନାହିଁ ବୋଲି ସ୍ପଷ୍ଟ କରିଛି। ଏନେଇ ଡେନମାର୍କର ସ୍ୱାସ୍ଥ୍ୟ ପ୍ରାଧିକରଣ ନିର୍ଦ୍ଦେଶକ ସୋରେନ୍ ବ୍ରୋଷ୍ଟ୍ରୋମ୍ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

publive-image indiatoday

ଉଲ୍ଲେଖଯୋଗ୍ୟ, କିଛି ରୋଗୀଙ୍କ ମଧ୍ୟରେ ଟିକା ନେବା ପରେ ରକ୍ତ ଜମାଟ ବାନ୍ଧିବା ସମସ୍ୟା ଦେଖା ଦେବାରୁ ଡେନମାର୍କ ଆଷ୍ଟ୍ରାଜେନେକା ଟିକାର ବ୍ୟବହାରକୁ ସାମୟିକ ଭାବରେ ସ୍ଥଗିତ ରଖିଥିଲା। ଡେନମାର୍କ ସହ ଅନ୍ୟ କିଛି ଦେଶ ମଧ୍ୟ ରକ୍ତ ଜମାଟ ବାନ୍ଧିବା ସମସ୍ୟା ଦେଖା ଦେଉଥିବା କହି ଆଷ୍ଟ୍ରାଜେନେକା ଟିକାର ବ୍ୟବହାର ବନ୍ଦ କରିଥିଲେ। କିନ୍ତୁ ପରେ ସେମାନେ ପୁଣି ଥରେ ଆଷ୍ଟ୍ରାଜେନେକା ଟିକାର ବ୍ୟବହାର ଆରମ୍ଭ କରିଥିଲେ ମଧ୍ୟ ଡେନମାର୍କ ସେଭଳି କରିନଥିଲା। ଏବେ ନିଜେ ସନ୍ଧାନ କରିବା ପରେ ଆଷ୍ଟ୍ରାଜେନେକା ଟିକା ବ୍ୟବହାରକୁ ସ୍ଥାୟୀ ଭାବେ  ବନ୍ଦ କରିଛି ଡେନମାର୍କ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe