କୁହୁଡ଼ି ହେତୁ ୨୫୦ରୁ ଅଧିକ ବିମାନ ପ୍ରଭାବିତ; ବିଳମ୍ବରେ ଚାଲିଲା ଟ୍ରେନ୍‌

ଉତ୍ତର ଭାରତରେ ପ୍ରବଳ ଥଣ୍ଡା ଓ କୁହୁଡ଼ି ହେତୁ ଶହ ଶହ ବିମାନ ଏବଂ ଟ୍ରେନ୍‌ ଚଳାଚଳରେ ବାଧା ସୃଷ୍ଟି ହୋଇଛି। ଘନ କୁହୁଡ଼ି ଦିଲ୍ଲୀ ସମେତ ଏକାଧିକ ରାଜ୍ୟକୁ ଘେରି ରହିଥିବା ବେଳେ ଥଣ୍ଡା ତରଙ୍ଗ ମଧ୍ୟରେ ଦୃଶ୍ୟମାନତା ହ୍ରାସ ପାଇଛି। ସୁରକ୍ଷା ଦୃଷ୍ଟିରୁ ଅନେକ ବିମାନ ଓ ଟ୍ରେନ୍‌ ସେବାକୁ ବାତିଲ କରାଯାଇଛି। 

Dense fog

ନୂଆଦିଲ୍ଳୀ: ଉତ୍ତର ଭାରତରେ ପ୍ରବଳ ଥଣ୍ଡା ଓ କୁହୁଡ଼ି ହେତୁ ଶହ ଶହ ବିମାନ ଏବଂ ଟ୍ରେନ୍‌ ଚଳାଚଳରେ ବାଧା ସୃଷ୍ଟି ହୋଇଛି। ଘନ କୁହୁଡ଼ି ଦିଲ୍ଲୀ ସମେତ ଏକାଧିକ ରାଜ୍ୟକୁ ଘେରି ରହିଥିବା ବେଳେ ଥଣ୍ଡା ତରଙ୍ଗ ମଧ୍ୟରେ ଦୃଶ୍ୟମାନତା ହ୍ରାସ ପାଇଛି। ସୁରକ୍ଷା ଦୃଷ୍ଟିରୁ ଅନେକ ବିମାନ ଓ ଟ୍ରେନ୍‌ ସେବାକୁ ବାତିଲ କରାଯାଇଛି। 

ଶନିବାର ସକାଳେ ରନୱେ ଦୃଶ୍ୟ ଶୂନ୍ୟ ଥିବାରୁ ଦିଲ୍ଲୀ ବିମାନବନ୍ଦରରେ ବିମାନ ଚଳାଚଳ ସାମୟିକ ଭାବେ ସ୍ଥଗିତ ରଖାଯାଇଥିଲା। ଫଳରେ ୨୫୦ରୁ ଅଧିକ ବିମାନ ବିଳମ୍ବ ହୋଇଥିଲା ଏବଂ ପ୍ରାୟ ୪୦ଟି ବିମାନ ବାତିଲ କରାଯାଇଛି ମଧ୍ୟ।

ଘନ କୁହୁଡି ଯୋଗୁ ବିମାନ ବନ୍ଦରରେ ବିମାନ ଚଳାଚଳ ପ୍ରଭାବିତ ହୋଇଛି। ବିମାନ ଉଡ଼ାଣ ସୂଚନା ପାଇଁ ଯାତ୍ରୀମାନଙ୍କୁ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଛି ବୋଲି ବିମାନବନ୍ଦର କର୍ତ୍ତୃପକ୍ଷ କହିଛନ୍ତି।

ଇଣ୍ଡିଗୋ ଏବଂ ଏୟାର ଇଣ୍ଡିଆ ସମେତ ଏୟାରଲାଇନ୍ସ ଯାତ୍ରୀମାନଙ୍କୁ ପରାମର୍ଶ ଦେଇ କହିଛି ଯେ ଘନ କୁହୁଡ଼ି ହେତୁ ଦିଲ୍ଲୀ ଏବଂ ଉତ୍ତର ଭାରତର କିଛି ଅଂଶରେ ବିମାନ ଚଳାଚଳ ଉପରେ ପ୍ରଭାବ ପକାଉଛି।

କୋଲକାତା ବିମାନବନ୍ଦରରେ ୪୦ଟି ବିମାନ ସେବା ବିଳମ୍ବିତ ହୋଇଛି ଏବଂ ପାଞ୍ଚଟି ବାତିଲ କରାଯାଇଛି ବୋଲି ଫ୍ଲାଇଟ୍ ମନିଟରିଂ ପ୍ଲାଟଫର୍ମ ଫ୍ଲାଇଟ୍‌ ଟ୍ରେଡର୍‌ ସୂଚନା ପ୍ରଦାନ କରିଛି। ଚଣ୍ଡିଗଡ଼, ଅମୃତସର, ଜୟପୁର ଏବଂ ଉତ୍ତର ଭାରତର ଅନ୍ୟାନ୍ୟ ବିମାନବନ୍ଦରରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିଛି।

ଘନ କୁହୁଡି ହେତୁ ଟ୍ରେନ୍ କାର୍ଯ୍ୟସୂଚୀ ଏବଂ ସଡକ ଯାତାୟାତରେ ମଧ୍ୟ ବାଧା ସୃଷ୍ଟି ହୋଇଛି। ଦିଲ୍ଲୀ, ନୋଏଡା, ଗୁରୁଗ୍ରାମ, କର୍ଣ୍ଣଲ, ଗାଜିଆବାଦ, ଅମୃତସର, ଜୟପୁର ଏବଂ ଅନ୍ୟାନ୍ୟ ସହରଗୁଡିକରେ ଦୃଶ୍ୟମାନତା ହ୍ରାସ ହେତୁ ଯାନବାହାନ ଅତ୍ୟଧିକ କମ୍ ବେଗରେ ଗତି କରିଥିବା ଦେଖିବାକୁ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe