ଘନ କୁହୁଡ଼ି ପାଇଁ ଦିଲ୍ଲୀ ବିମାନ ବନ୍ଦରରୁ ଉଡ଼ି ପାରିଲାନି ୪୦ଟି ବିମାନ, ଘୁଞ୍ଚିଲା ଉଡ଼ାଣ ସମୟ

Advertisment
ଘନ କୁହୁଡ଼ି ପାଇଁ ଦିଲ୍ଲୀ ବିମାନ ବନ୍ଦରରୁ ଉଡ଼ି ପାରିଲାନି ୪୦ଟି ବିମାନ, ଘୁଞ୍ଚିଲା ଉଡ଼ାଣ ସମୟ

www.indiatoday.in

ନୂଆଦିଲ୍ଲୀ: ଲଗାତାର ୫ ଦିନ ଧରି ଦିଲ୍ଲୀରେ ପ୍ରବଳ ଶୀତ ଲହରି ଜାରି ରହିଛି। ଦିଲ୍ଲୀରେ ସର୍ବନିମ୍ନ ତାପମାତ୍ରା ହିମାଚଳ ପ୍ରଦେଶ ଏବଂ ଉତ୍ତରାଖଣ୍ଡର ଅଧିକାଂଶ ସ୍ଥାନର ତାପମାତ୍ରାଠାରୁ ମଧ୍ୟ କମ୍‌ ରହୁଛି। ବିଭିନ୍ନ ସ୍ଥାନରେ କେବଳ ୨୫ମିଟର ଦୂର ପର୍ଯ୍ୟନ୍ତ ଦୃଶ୍ୟମାନ ହେଉଛି। ଦିଲ୍ଲୀରେ ସର୍ବନିମ୍ନ ତାପମାତ୍ରା ଆଜି ସକାଳେ ୩.୮ ଡିଗ୍ରି ସେଲସିୟସ ଥିଲା। ଘନ କୁହୁଡ଼ି ସମସ୍ୟା ପାଇଁ ଦିଲ୍ଳୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ୪୦ଟି ବିମାନ ଉଡ଼ିପାରିନାହିଁ। ଏହି ବିମାନଗୁଡ଼ିକର ଉଡ଼ାଣ ସମୟ ଘୁଞ୍ଚାଇ ଦିଆଯାଇଛି।

କୁହୁଡ଼ି ଓ ଥଣ୍ଡା ପାଇଁ ଉଡ଼ାଣ ସମୟ ଘୁଞ୍ଚାଇ ଦିଆଯାଇଥିବା ବିମାନଗୁଡ଼ିକ ମଧ୍ୟରେ ରହିଛି ଦିଲ୍ଲୀ-କାଠମାଣ୍ଡୁ, ଦିଲ୍ଳୀ-ଜୟପୁର, ଦିଲ୍ଲୀ-ସିମ୍‌ଲା, ଦିଲ୍ଲୀ-ଡେରାଡୁନ୍‌, ଦିଲ୍ଲୀ-ଚଣ୍ଡିଗଡ଼-କୁଲ୍ଳୁ ଇତ୍ୟାଦି ବିମାନ।

ସେହିପରି ଦିଲ୍ଲୀ ବିମାନ ବନ୍ଦରରେ ଖରାପ ପାଗ ହେତୁ ପ୍ରାୟ ୫୦ଟି ଘରୋଇ ବିମାନ ଉଡ଼ାଣ ଭରିବାରେ ବିଳମ୍ବ ହୋଇଥିଲ‌ା। ସେହିପରି ୧୮ଟି ବିମାନ ଅବତରଣ କରିବାରେ ବି ବିଳମ୍ବ ହୋଇଥିଲା।

ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ କୁହୁଡ଼ିକୁ ଶ୍ରେଣୀଭୂକ୍ତ କରାଯାଇଛି। ୧୦୦୦ ମିଟର୍‌ ମଧ୍ୟରେ ଦୃଶ୍ୟମାନତା ହରାଇଲେ କେବଳ ‘କୁହୁଡ଼ି’, ୨୦୦ରୁ ୫୦୦ ମିଟର ମଧ୍ୟରେ ଦୃଶ୍ୟମାନତା ନହେଲେ ‘ଘନ କୁହୁଡ଼ି’ ଓ ୨୦୦ ମିଟରରୁ କମ୍‌ ଦୂରତା ଦୃଶ୍ୟମାନ ନହେଲେ ‘ଅତି ଘନ କୁହୁଡ଼ି’ ବୋଲି କୁହାଯାଇଥାଏ। ଦିଲ୍ଳୀରେ ଏବେ ‘ଘଡ଼ କୁହୁଡ଼ି’ ଦେଖିବାକୁ ମିଳୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe