ପ୍ରେମିକାର ବିବାହ ଭାଙ୍ଗିବାକୁ ଚାହୁଁଥିବା ପ୍ରେମିକ ଭାବି ସ୍ବାମୀଙ୍କୁ ଦେଖାଇଦେଲା ଆପତ୍ତିଜନକ ଫଟୋ

ପ୍ରେମିକାର ବିବାହ ଭାଙ୍ଗିବାକୁ ଚାହୁଁଥିବା ପ୍ରେମିକ ଭାବି ସ୍ବାମୀଙ୍କୁ ଦେଖାଇଦେଲା ଆପତ୍ତିଜନକ ଫଟୋ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଦେବରିଆରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଜଣେ ପ୍ରେମିକ ତାଙ୍କ ପ୍ରେମିକାଙ୍କ ବିବାହ ଭାଙ୍ଗିବା ପାଇଁ ପ୍ରେମିକାଙ୍କ ବିବାହର କିଛି ସମୟ ପୂର୍ବରୁ ତାଙ୍କ ଭାବି ସ୍ବାମୀଙ୍କୁ ନେଇ ପ୍ରେମିକାଙ୍କ ଫଟୋ ଦେଖାଇଥିଲେ। ଭାବି ସ୍ବାମୀ ଜଣକ ଆପତ୍ତିଜନକ ଫଟୋଗୁଡ଼ିକୁ ଦେଖିବା ପରେ ବିବାହ ଭାଙ୍ଗି ଦେଇଥି‌ଲେ। ସେଠାରେ ଆଉ ବିବାହ କରିବେ ନାହିଁ ବୋଲି କହି ବରଯାତ୍ରୀ ଧରି ‌ଫେରି ଯାଇଥିଲେ। ସମସ୍ତେ ମିଶି ବରଙ୍କୁ ବୁଝାସୁଝା କରିବା ପରେ ବି ବର ଜଣକ ମାନି ନଥିଲେ। ପୁଲିସ୍‌ ଏନେଇ ଏକ ମାମଲା ରୁଜୁ କରି ଅଭିଯୁକ୍ତ ପ୍ରେମିକକୁ ଅଟକ ରଖିଛି।

ପୁଲିସ୍‌ ସୂତ୍ରରୁ ପ୍ରକ‌ାଶ ଯେ ଏକ ଗାଁରେ ମେ ୨୫ ତାରିଖରେ ବିବାସ୍ଥ ସ୍ଥିର ହୋଇଥିଲା। ମେ ୨୩ ତାରିଖରେ ବିବାହ ପୂର୍ବର ରୀତିନୀତି ସବୁ ସରି ଯାଇଥିଲା। ସବୁକିଛି ଠିକ୍‌ଠାକ୍‌ ଚା‌ଲିଥିଲା। ମାତ୍ର ଯୁବତୀଙ୍କ ଗାଁରେ ଥିବା ତାଙ୍କ ଜାଣେ ପ୍ରେମିକ ତାଙ୍କ ଭାବି ସ୍ବାମୀଙ୍କୁ ନିଜ ପ୍ରେମ ସଂପର୍କ ବିଷୟରେ ବହୁ ଦିନରୁ କହି ଆସୁଥିଲେ। ଏପରିକି ସେ ଯୁବତୀକୁ ବିବାହ କରନ୍ତୁନି ବୋଲି ମଧ୍ୟ ପ୍ରେମିକ ଜଣକ ଉସୁକାଉଥିଲେ। ମାତ୍ର ବିବାହ କରିବାକୁ ବର ଜଣକ ମାନସିକ ଭାବେ ପୂରା ପ୍ରସ୍ତୁତ ହୋଇ ସାରିଥିଲେ। ସେ କୌଣସି ମତେ ବିବାହ ଭାଙ୍ଗିବେ ନାହିଁ ବୋଲି କହିଥିଲେ। ଶେଷରେ ହତାସ ପ୍ରେମିକ ଜଣକ ବାଧ୍ୟ ହୋଇ ତାଙ୍କ ସହ ତାଙ୍କ ପ୍ରେମିକାଙ୍କ ସହ ଥିବା କିଛି ଆପତ୍ତିଜନକ ଫଟୋକୁ ବରକୁ ଦେଖାଇ ବିବାହ ଭାଙ୍ଗିବାରେ ସଫଳ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe