ନୂଆବର୍ଷରୁ କଲ କରିବା ପାଇଁ ବଦଳିଯିବ ଏହି ବଡ଼ ନିୟମ, ଜାଣନ୍ତୁ କ'ଣ?

ଓଡ଼ିଶା ହରାଇଲା ‌ଦେଢ଼ ଲକ୍ଷ ମୋବାଇଲ୍‌ ଗ୍ରାହକ: ଜିଓ ଯୋଡ଼ିଲା, ଅନ୍ୟ ୩ ସଂସ୍ଥା ହରାଇଲେ

TechZone360

ନୂଆଦିଲ୍ଲୀ: ନୂଆବର୍ଷରୁ ଟେଲିଫୋନରେ ବାର୍ତ୍ତାଳାପ ସହ ଜଡିତ ଏକ ପ୍ରକ୍ରିୟା ବଦଳିବାକୁ ଯାଉଛି | ଜାନୁୟାରୀ ୧, ୨୦୨୧ରୁ ସାରା ଦେଶରେ ଲ୍ୟାଣ୍ଡଲାଇନରୁ ମୋବାଇଲ୍ ଫୋନକୁ କଲ କରିବା ପାଇଁ ଗ୍ରାହକଙ୍କୁ ନମ୍ବର ପୂର୍ବରୁ 'ଶୂନ'(୦) ଲଗାଇବା ବାଧ୍ୟତାମୂଳକ ହେବ | ଟେଲିକମ୍ ମନ୍ତ୍ରାଳୟ ଏହା ସମ୍ପର୍କିତ ଟ୍ରାଇ ର ଏକ ପ୍ରସ୍ତାବକୁ ଗ୍ରହଣ କରିଛି | ଟେଲିକମ୍ ରେଗୁଲେଟୋରୀ ଅଥରିଟି ଅଫ୍ ଇଣ୍ଡିଆ (ଟ୍ରାଇ) ମେ ୨୯, ୨୦୨୦ ରେ ଏହିପରି କଲ୍ ପାଇଁ ନମ୍ବର ପୂର୍ବରୁ 'ଶୂନ' ବ୍ୟବହାର ନେଇ ସୁପାରିଶ କରିଥିଲା। ଏହା ଟେଲିକମ୍ ସେବା ପ୍ରଦାନକାରୀଙ୍କୁ ଅଧିକ ସଂଖ୍ୟା କରିବାକୁ ଅନୁମତି ଦେବ ବୋଲି ଟ୍ରାଇ ପକ୍ଷରୁ କୁହାଯାଇଥିଲା |

୨୦ ନଭେମ୍ବରରେ ଜାରି କରାଯାଇଥିବା ଏକ ସର୍କୁଲାରରେ ଟେଲିକମ୍ ମନ୍ତ୍ରାଳୟ କହିଛି ଯେ ଲ୍ୟାଣ୍ଡଲାଇନରୁ ମୋବାଇଲ ନମ୍ବରକୁ ଡାଏଲ କରିବାର ପଦ୍ଧତିକୁ ବଦଳାଇବା ପାଇଁ ଟ୍ରାଇ ର ସୁପାରିଶକୁ ଗ୍ରହଣ କରାଯାଇଛି। ମୋବାଇଲ୍ ଏବଂ ଲ୍ୟାଣ୍ଡଲାଇନ ସେବା ପାଇଁ ଏହା ପର୍ଯ୍ୟାପ୍ତ ସଂଖ୍ୟା ବା ନମ୍ବର ସୃଷ୍ଟି କରିବାରେ ସହଜ ହେବ | ସର୍କୁଲାର ଅନୁଯାୟୀ, ଉପରୋକ୍ତ ନିୟମ ଲାଗୁ କରିବା ପରେ ଲ୍ୟାଣ୍ଡଲାଇନରୁ ମୋବାଇଲକୁ କଲ କରିବାକୁ ନମ୍ବର ପୂର୍ବରୁ ଶୂନ ଡାଏଲ କରିବାକୁ ପଡିବ।

ଟେଲିକମ୍ ମନ୍ତ୍ରାଳୟ କହିଛି ଯେ ଟେଲିକମ୍ କମ୍ପାନୀଗୁଡ଼ିକୁ ସମସ୍ତ ଲ୍ୟାଣ୍ଡଲାଇନ ଗ୍ରାହକଙ୍କୁ ଶୂନ ଡାଏଲିଂ ସୁବିଧା ଯୋଗାଇବାକୁ ପଡିବ। ଟେଲିକମ୍ କମ୍ପାନୀଗୁଡ଼ିକୁ ଏହି ନୂତନ ବ୍ୟବସ୍ଥା ଗ୍ରହଣ କରିବାକୁ ଜାନୁଆରୀ ୧ ପର୍ଯ୍ୟନ୍ତ ସମୟ ଦିଆଯାଇଛି। ଡାଏଲ୍ ପଦ୍ଧତିର ଏହି ପରିବର୍ତ୍ତନ ଦ୍ୱାରା ଟେଲିକମ୍ କମ୍ପାନୀଗୁଡ଼ିକୁ ମୋବାଇଲ୍ ସେବା ପାଇଁ ୨୫୪.୪ କୋଟି ଅତିରିକ୍ତ ନମ୍ବର ସୃଷ୍ଟି କରିବାକୁ ବିକଳ୍ପ ଦେବ | ଯାହାଦ୍ୱାରା ଭବିଷ୍ୟତର ଆବଶ୍ୟକତା ପୂରଣ କରିବାରେ ସହାୟକ ହେବ |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe