ମାର୍ତାବନ ଉପସାଗର ଓ ତତ୍‌ସଂଲଗ୍ନ ମିଆଁମାର୍‌ ଉପରେ ଲଘୁଚାପ; ଓଡ଼ିଶା ଉପରେ ପ୍ରଭାବ ନାହିଁ

Advertisment
ମାର୍ତାବନ ଉପସାଗର ଓ ତତ୍‌ସଂଲଗ୍ନ ମିଆଁମାର୍‌ ଉପରେ ଲଘୁଚାପ; ଓଡ଼ିଶା ଉପରେ ପ୍ରଭାବ ନାହିଁ

ନୂଆଦିଲ୍ଲୀ: ଆଜି ସକାଳ ୮.୩୦ ସୁଦ୍ଧା ମାର୍ତାବନ ଉପସାଗର ଏବଂ ତତ୍‌ସଂଲଗ୍ନ ମିଆଁମାର ଉପରେ ଏକ ଲଘୁଚାପ ସୃଷ୍ଟି ହୋଇଛି ବୋଲି ଭାରତୀୟ ପାଣିପାଗ ବିଭାଗର ୧ ନମ୍ବର ବୁଲେଟିନ୍‌ରୁ ଜଣାପଡ଼ିଛି।  କିନ୍ତୁ, ଓଡ଼ିଶା ଉପରେ ଏହି ଲଘୁଚାପର କୌଣସି ପ୍ରଭାବ ନାହିଁ।

publive-image Image Courtesy of IMD

ସମ୍ପ୍ରତି ଏହି ଲଘୁଚାପ ଅକ୍ଷାଂଶ ୧୬.୨ ଡିଗ୍ରି ଉତ୍ତର ଏବଂ ଦ୍ରାଘିମା ୯୭.୩ ଡିଗ୍ରି ପୂର୍ବକୁ ରହିଛି। ସ୍ଥଳଭାଗରୁ ଆକଳନ କଲେ ସଂଘଠିତ ଲଘୁଚାପ ମିଆଁମାରର ମାଲମାଇନ୍‌ର ଦକ୍ଷିଣପଶ୍ଚିମକୁ ପ୍ରାୟ ୪୦ କିଲୋମିଟର୍‌, ମିଆଁମାରର୍‌ର ୟାଙ୍ଗୋନ୍‌ର ପୂର୍ବ-ଦକ୍ଷିଣପୂର୍ବକୁ ୧୪୦ କିଲୋମିଟର୍‌ ଏବଂ ଆଣ୍ଡାମାନ ଦ୍ବୀପପୁଞ୍ଜର ପୋର୍ଟ ବ୍ଲେୟାର୍‌ର ୭୦୦ କିଲୋମିଟର୍‌ ଆଣ୍ଡାମାନ୍‌ ସମୁଦ୍ର ଉପରେ କେନ୍ଦ୍ରୀଭୂତ ହୋଇଛି।

publive-image Image Courtesy of IMD

ଏହି ଲଘୁଚାପ ଉତ୍ତରପଶ୍ଚିମ ଆଡ଼କୁ ଗତିକରି ମାଲମାଇନ୍‌ ଅଞ୍ଚଳ ଦେଇ ଆଜି ସନ୍ଧ୍ୟା ସୁଦ୍ଧା ଦକ୍ଷିଣ ମିଆଁମାର୍‌ ଉପକୂଳ ଅତିକ୍ରମ କରିବାର ଯଥେଷ୍ଟ ସମ୍ଭାବନା ରହିଛି।

ଏହାର ପ୍ରଭାବରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ସ୍ବଳ୍ପରୁ ମଧ୍ୟମ ଧରଣର ଓ କେତେକ ସ୍ଥାନରେ ଅତି ପ୍ରବଳ ବୃଷ୍ଟିପାତ ହେବାର ସମ୍ଭାବନା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe