ଏହି କାରଣରୁ ପ୍ରକୋଷ୍ଠ ନଂ୬୦୨ରେ ବସିବାକୁ ପ୍ରସ୍ତୁତ ନୁହନ୍ତି ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ୱାର

୨୪ ଘଣ୍ଟାରେ ଦ୍ବିତୀୟ ଥର ପାଇଁ ଶରଦ ପାୱାରଙ୍କୁ ଭେଟିଲେ ଅଜିତ ପାୱାର

Image Source--DNA India

ମୁମ୍ବାଇ: ଅନେକ ସମୟରେ ରାଜନେତାମାନଙ୍କର ଥିବା ଅନ୍ଧବିଶ୍ୱାସକୁ ନେଇ ନାନା କଥା ଶୁଣିବାକୁ ମିଳେ। ଏବେ ସେଭଳି ଏକ କଥା ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ୱାରଙ୍କୁ ନେଇ ଶୁଣିବାକୁ ମିଳୁଛି। ଏହା ଏବେ ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଛି।

କୁହାଯାଉଛି ଯେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ସମ୍ମୁଖରେ ଥିବା ପ୍ରକୋଷ୍ଠରେ ନିଜ କାର୍ଯ୍ୟାଳୟ କରିବାକୁ ଚାହୁଁନାହାନ୍ତି ଅଜିତ ପାଓ୍ୱାର । ଏହା ଶୁଣିବାକୁ ଅଜବ ଲାଗୁଥିଲେ ମଧ୍ୟ ସତ । ସେ ଏହି ମହଲାର ଅନ୍ୟ ଏକ ପ୍ରକୋଷ୍ଠରେ ନିଜର କାର୍ଯ୍ୟାଳୟ ରଖିବାକୁ ଦାବି ଜଣାଇଛନ୍ତି।

publive-image Image Source--ndtv

ରୁମ ନଂ-୬୦୨ ଅଶୁଭ ବୋଲି ଅଜିତ ପାୱାର ମନେକରୁଥିବା କୁହାଯାଉଛି। କାରଣ ୨୦୧୪ରେ ବିଜେପି ନେତା ଏକନାଥ ଖଡ଼ସେ କୃଷି, ରାଜସ୍ବ ଏବଂ ଅଳ୍ପସଂଖ୍ୟକ ବ୍ୟାପାର ମନ୍ତ୍ରାଳୟର ଦାୟିତ୍ୱ ସମ୍ଭାଳିବା ପରେ ଏହି ପ୍ରକୋଷ୍ଠକୁ ଆସି ନିଜର କାର୍ଯ୍ୟାଳୟ କରିଥିଲେ। ଦଳ ଏବଂ କ୍ୟାବିନେଟରେ ବରିଷ୍ଠତା ଭିତ୍ତିରେ ତାଙ୍କୁ ଏହି ପ୍ରକୋଷ୍ଠ ମିଳିଥିଲା। ହେଲେ ମାତ୍ର ଦୁଇ ବର୍ଷ ପରେ ଏହି ବରିଷ୍ଠ ନେତା ଜମି ଦୁର୍ନୀତି ମାମଲାରେ ଏପରି ଛନ୍ଦି ହୋଇଥିଲେ ଯେ, ତାଙ୍କୁ ମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ପଡ଼ିଥିଲା।

ଏହାପରେ ଏହି ପ୍ରକୋଷ୍ଠଟି ବିଜେପି ନେତା ପାଣ୍ଡୁରଙ୍ଗ ଫୁନ୍ଦକରଙ୍କୁ ମିଳିଥିଲା ସେତେବେଳେ ସେ କୃଷିମନ୍ତ୍ରୀ ଥିଲେ। ୨୦୧୮ ମସିହା ମେ ମାସରେ ତାଙ୍କର ମୃତ୍ୟୁ ହୋଇଥିଲା ଏହାପରେ ଅନୀଲ ବୋଣ୍ଡେଙ୍କୁ କୃଷି ମନ୍ତ୍ରାଳୟର ଦାୟିତ୍ୱ ସହ ଏହି ପ୍ରକୋଷ୍ଠ ମିଳିଥିଲା ସେ ଗତ ବିଧାନସଭା ନିର୍ବାଚନରେ ପରାଜିତ ହୋଇଛନ୍ତି । ଏହି କାରଣରୁ ଅଜିତ ପାୱାର ରୁମ୍ ନଂ ୬୦୨ରେ ବସିବାକୁ ଆଦୌ ପ୍ରସ୍ତୁତ ନାହାନ୍ତି ବୋଲି କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe