ମୃତ୍ୟୁ ସ୍ତ୍ରୀଙ୍କ ଇଚ୍ଛା ପୂରଣ ପାଇଁ ବୃନ୍ଦାବନଗସ୍ତ କରିଥିଲେ ଉପମୁଖ୍ୟମନ୍ତ୍ରୀ

Advertisment

ହିମାଚଳ ପ୍ରଦେଶର ଉପମୁଖ୍ୟମନ୍ତ୍ରୀ ମୁକେଶ ଅଗ୍ନିହୋତ୍ରୀ ମୃତ ସ୍ତ୍ରୀଙ୍କ ଶେଷଇଚ୍ଛା ପୂରଣ ପାଇଁ ବୃନ୍ଦାବନଗସ୍ତରେ ଯାଇ ପ୍ରେମାନନ୍ଦ ଜୀ ମହାରାଜଙ୍କୁ ଭେଟିଥିଲେ। ଏହି ସମୟରେ ମୁକେଶଙ୍କୁ ପ୍ରେମାନନ୍ଦ ଜି ସଂସ୍କୃତ‌ରେ ଭାଗବତ ପାଠ କରିବାକୁ ପରାମର୍ଶ ଦେଇଥିଲେ।

ହିମାଚଳ ପ୍ରଦେଶର ଉପମୁଖ୍ୟମନ୍ତ୍ରୀ ମୁକେଶ ଅଗ୍ନିହୋତ୍ରୀ ମୃତ ସ୍ତ୍ରୀଙ୍କ ଶେଷଇଚ୍ଛା ପୂରଣ ପାଇଁ ବୃନ୍ଦାବନଗସ୍ତରେ ଯାଇ ପ୍ରେମାନନ୍ଦ ଜୀ ମହାରାଜଙ୍କୁ ଭେଟିଥିଲେ। ଏହି ସମୟରେ ମୁକେଶଙ୍କୁ ପ୍ରେମାନନ୍ଦ ଜି ସଂସ୍କୃତ‌ରେ ଭାଗବତ ପାଠ କରିବାକୁ ପରାମର୍ଶ ଦେଇଥିଲେ।

w

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶର ଉପମୁଖ୍ୟମନ୍ତ୍ରୀ ମୁକେଶ ଅଗ୍ନିହୋତ୍ରୀ ସ୍ତ୍ରୀଙ୍କ ଶେଷ ଇଚ୍ଛା ପୂରଣ କରିବା ପାଇଁ ବୃନ୍ଦାବନଗସ୍ତ କରିଥିଲେ। ବୃନ୍ଦାବନରେ ପହଞ୍ଚି ସେ ପ୍ରେମାନନ୍ଦ ଜୀ ମହାରାଜଙ୍କୁ ଭେଟିଥିଲେ।

୨୦୨୪ ଫେବ୍ରୁଆରି ୧୦ତାରିଖରେ ଉପମୁଖ୍ୟମନ୍ତ୍ରୀଙ୍କ ସ୍ତ୍ରୀ ସିମ୍ମିଙ୍କ ହୃଦଘାତରେ ମୃତ୍ୟୁ ହୋଇଯାଇଥିଲା। ହଠାତ ସ୍ତ୍ରୀଙ୍କ ଏଭଳି ଭାବେ ମୃତ୍ୟୁ ହୋଇଯିବା ପରେ ମୁକେଶ ଅଗ୍ନିହୋତ୍ରୀ ସମ୍ପୂର୍ଣ୍ଣ ଭାବେ ଭାଙ୍ଗିପଡ଼ିଛନ୍ତି। ଏବେ ଧୀରେଧୀରେ ଉପମୁଖ୍ୟମନ୍ତ୍ରୀ ନିଜକୁ ସମ୍ଭାଳିବା ପାଇଁ ଚେଷ୍ଟା କରୁଛନ୍ତି। 

ନିକଟରେ ମୁକେଶ ମୃତ ସ୍ତ୍ରୀଙ୍କ ଶେଷଇଚ୍ଛା ପୂରଣ ପାଇଁ ବୃନ୍ଦାବନଗସ୍ତରେ ଯାଇ ପ୍ରେମାନନ୍ଦ ଜୀ ମହାରାଜଙ୍କୁ ଭେଟିଥିଲେ। ଏହି ସମୟରେ ମୁକେଶଙ୍କୁ ପ୍ରେମାନନ୍ଦ ଜି ସଂସ୍କୃତ‌ରେ ଭାଗବତ ପାଠ କରିବାକୁ ପରାମର୍ଶ ଦେଇଥିଲେ।  ଏହାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଏହି ଭିଡିଓ ମୁକେଶ ଅଗ୍ନିହୋତ୍ରୀଙ୍କ ଅଫିସିଆଲ୍ ଫେସବୁକ୍ ଆକାଉଣ୍ଟରୁ ସେୟାର କରାଯାଇଛି।

ହିମାଚଳ ପ୍ରଦେଶ ବିଶ୍ୱବିଦ୍ୟାଳୟରେ ଲୋକପ୍ରଶାସନ ବିଭାଗରେ ପ୍ରଫେସର ଭାବେ ଚାକିରି କରୁଥିବା ସିମ୍ମି ଅଗ୍ନିହୋତ୍ରୀ ଜଣେ ସରଳ ଏବଂ ଭଦ୍ର ମହିଳା ଥିଲେ । ଉପମୁଖ୍ୟମନ୍ତ୍ରୀ ମୁକେଶ ଅଗ୍ନିହୋତ୍ରୀ ସିମ୍ମିଙ୍କୁ ପ୍ରେମ ବିବାହ ହୋଇଥିଲା। 

ସିମି ଅଗ୍ନିହୋତ୍ରୀ ସ୍ୱାମୀଙ୍କ ସହ ପ୍ରତିଟି ସୁଖଦୁଃଖରେ କାନ୍ଧ କାନ୍ଧରେ ମିଳାଇ ଠିଆ ହୋଇଥିଲେ । ୨୦୦୩ରେ ମୁକେଶ ଅଗ୍ନିହୋତ୍ରୀ ପ୍ରଥମଥର ପାଇଁ ସାମ୍ବାଦିକତା ଛାଡି ନିର୍ବାଚନ ଲଢ଼ିବାକୁ ନିଷ୍ପତ୍ତି ନେଇଥିଲେ। ସ୍ବାମୀଙ୍କ ଏହି ନିଷ୍ପତ୍ତିକୁ ସିମ୍ମି ମଧ୍ୟ ସମର୍ଥନ କରିଥିଲେ। ସେବେଠାରୁ ଆଜି ପର୍ଯ୍ୟନ୍ତ ମୁକେଶ ଅଗ୍ନିହୋତ୍ରୀ ନିର୍ବାଚନରେ ବିଜୟୀ ହୋଇ ଆସିଛନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe