ଜେଲରେ ବନ୍ଦୀ ଥିବା ରାମ ରହିମ କରୋନା ସଂକ୍ରମିତ

Advertisment
ଜେଲରେ ବନ୍ଦୀ ଥିବା ରାମ ରହିମ କରୋନା ସଂକ୍ରମିତ

India TV

ଗୁରୁଗ୍ରାମ: ହରିୟାଣା ରୋହତକ ଜିଲ୍ଲା ସୁନାରିଆ ଜେଲରେ ବନ୍ଦୀ ଥିବା ଡେରା ସଚ୍ଚା ସୌଦା ମୁଖ୍ୟ ଗୁରୁମିତ ରାମରହିମ କରୋନା ସଂକ୍ରମିତ ହୋଇଛନ୍ତି। ତାଙ୍କୁ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଗୁରୁଗ୍ରାମର ମେଡାଣ୍ଟ ହସ୍ପିଟାଲକୁ ନିଆଯାଇଛି। ।

ଶନିବାର ଡେରା ମୁଖ୍ୟଙ୍କ ପେଟରେ ଯନ୍ତ୍ରଣା ହୋଇଥିଲା। ଏଣୁ ତାଙ୍କୁ ପିଜିଆଇଏସ ରୋହତକକୁ ନିଆଯାଇଥିଲା। ସେଠାରେ ତାଙ୍କର କେତେକ ପରୀକ୍ଷଣ ପରେ ସେ କୋଭିଡ ପଜିଟିଭ ଥିବା ଜଣାପଡିଥିଲା। ରିପୋର୍ଟ ମିଳିବା ପରେ ତାଙ୍କୁ ରବିବାର ହରିୟାଣା ରୋହତକ ଜିଲ୍ଲା ସୁନାରିଆ ଜେଲରୁ ଗୁରୁଗ୍ରାମର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତରଣ କରାଯାଇଛି। ଏବେ ମେଡାଣ୍ଟରେ ତାଙ୍କର ଚିକିତ୍ସା ଜାରି ରହିଛି।

କୁହାଯାଉଛି କି ରାମ ରହିମଙ୍କ ପୂର୍ବରୁ ମଧୁମେହ ଓ ରକ୍ତଚାପ ଥିଲା। ସେ ଏଥିପାଇଁ ଔଷଧ ବି ଖାଉଥିଲେ। ଏହାପୂର୍ବରୁ ଜୁନ ୩ରେ ତାଙ୍କ ପେଟରେ ଯନ୍ତ୍ରଣା ହେବା ପରେ ପିଜିଆଇ ରୋହତକ ଅଣାଯାଇଥିଲା। ଦୁଇଘଣ୍ଟା ଯାଞ୍ଚପରେ ପୁଣି ତାଙ୍କୁ ଜେଲ ପଠାଇ ଦିଆଯାଇଥିଲା। ଏହା ପୂର୍ବରୁ ମଇ ୧୨ରେ ରାମ ରହିମଙ୍କୁ କରୋନା ଆଶଙ୍କାରେ ରୋହତକ ପିଜିଆଇରେ ଭର୍ତ୍ତି କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe