ଡେରା ସମର୍ଥକ ଦେଉଛନ୍ତି ହତ୍ୟା ଧମକ: ହନିପ୍ରୀତଙ୍କ ପୂର୍ବତନ ପତି

Advertisment
ଡେରା ସମର୍ଥକ ଦେଉଛନ୍ତି ହତ୍ୟା ଧମକ: ହନିପ୍ରୀତଙ୍କ ପୂର୍ବତନ ପତି

କର୍ଣ୍ଣେଲ: ଡେରା ସଚ୍ଚା ସୌଦା ମୁଖ୍ୟ ବାବା ଗରୁମିତ ସିଂହ ରାମ ରହିମଙ୍କ ପୋଷ୍ୟ କନ୍ୟା ହନିପ୍ରୀତ ଇନସାନ୍‌ଙ୍କ ପୂର୍ବତନ ପତି ବିଶ୍ୱାସ ଗୁପ୍ତା ଗୁରୁବାର ଅଭିଯୋଗ କରିଛନ୍ତିି, ତାଙ୍କୁ ହତ୍ୟା ଧମକ ମିଳିଛି। ତାଙ୍କ ଜୀବନକୁ ବିପଦ ଅଛି ବୋଲି ସେ ପୁଲିସକୁ କହିଛନ୍ତି। ଏ ସମ୍ପର୍କରେ ବିଶ୍ୱାସ ଗୁପ୍ତା ପିତା ମହେନ୍ଦ୍ର ଗୁପ୍ତାଙ୍କ ସହିତ କର୍ଣ୍ଣେଲ ପୁଲିସ ଥାନାରେ ଅଭିଯୋଗ ଆଣିଛନ୍ତି।

ବିଶ୍ୱାସଙ୍କ ଅଭିଯୋଗ ଅନୁସାରେ, ସେ ଡେରା ସଚ୍ଚା ସୌଦା ଆଶ୍ରମର ଜଣେ ସମର୍ଥଙ୍କ ଠାରୁ ଧମକ ପାଇଛନ୍ତି। ସୂଚନାଯୋଗ୍ୟ ବିଶ୍ୱାସ ଗୁପ୍ତା ଓ ହନିପ୍ରୀତଙ୍କ ବିବାହ ୧୯୯୧ରେ ହୋଇଥିଲା। କିଛି ବର୍ଷ ପରେ ବିଶ୍ୱାସ-ହନିପ୍ରୀତଙ୍କ ବୈବାହିକ ସମ୍ପର୍କରେ ପୂର୍ଣ୍ଣଚ୍ଛେଦ ପଡ଼ିଥିଲା। ପରେ ହନିପ୍ରୀତ ବାବା ରାମ ରହିମଙ୍କ ସଂସ୍ପର୍ଶରେ ଆସିଥିଲେ। ଡେରା ସମର୍ଥକମାନେ ଧମକରେ ରାମ ରହିମଙ୍କ ବିଷୟରେ ମୁହଁ ଖୋଲିଲେ ହତ୍ୟା କରାଯିବ ବୋଲି ବିଶ୍ୱାସ ଗୁପ୍ତା ପୁଲିସକୁ କହିଛନ୍ତି।

କର୍ଣ୍ଣେଲ ସିଟି ପୁଲିସ ଷ୍ଟେସନର ଇନିସପେକ୍ଟର ରାଜୀବ ସିଂହ କହିଛନ୍ତି, ବିଶ୍ୱାସ ଗୁପ୍ତା ସେକ୍ଟର ୪ ପୁଲିସ ପୋଷ୍ଟରେ ଅଭିଯୋଗ କରିଛନ୍ତି। ଜଣେ ଅଜଣା ବ୍ୟକ୍ତିଙ୍କ ଠାରୁ ସେ ହତ୍ୟା ଧମକ ପାଇଛନ୍ତି। ଆମେ ଘଟଣାର ତଦନ୍ତ କରୁଛୁ ବୋଲି ରାଜୀବ ସିଂହ କହିଛନ୍ତି। କେବଳ ବିଶ୍ୱାସ ନୁହେଁ, କିଛି ମିଡିଆ ଚ୍ୟାନେଲକୁ ମଧ୍ୟ ଧମକ ମିଳିଛି। ପୁଲିସ ଘଟଣାର ତଦନ୍ତ କରୁଛି।

ସୂଚନାଯୋଗ୍ୟ, ପଞ୍ଚକୁଲାର ସ୍ୱିତନ୍ତ୍ର ସିବିଆଇ କୋର୍ଟ ଦ୍ୱାରା ବାବା ରାମ ରହିମ ଗତ ଅଗଷ୍ଟ ୨୫ରେ ଦୋଷୀ ସାବ୍ୟସ୍ତ ହୋଇଥିଲା। ଅଗଷ୍ଟ ୨୮ରେ ବାବା ରାମ ରହିମଙ୍କୁ ୨୦ ବର୍ଷ ଜେଲଦଣ୍ଡ ମିଳିବା ପରେ ବାବା ରାମ ରହିମ ବର୍ତମାନ ହରିୟାଣାର ରୋହତକରେ ଥିବା ସୁନାରିଆ ଜେଲରେ ବନ୍ଦୀ ଜୀବନ ବିତାଉଛି। ବାବା ଜେଲ ଯିବା ପରେ ଡେରା ଆଶ୍ରମର ଗୁମୁର ଖୋଲିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe