୧୯ବର୍ଷ ପରେ ମିଳିଲା ନ୍ୟାୟ: ରଣଜିତ ସିଂଙ୍କ ହତ୍ୟା ମାମଲାରେ ବାବା ଗୁରମୀତ ରାମ ରହୀମଙ୍କୁ ଆଜୀବନ କାରାଦଣ୍ଡ

୧୯ବର୍ଷ ପରେ ମିଳିଲା ନ୍ୟାୟ: ରଣଜିତ ସିଂଙ୍କ ହତ୍ୟା ମାମଲାରେ ବାବା ଗୁରମୀତ ରାମ ରହୀମଙ୍କୁ ଆଜୀବନ କାରାଦଣ୍ଡ

ନୂଆଦିଲ୍ଲୀ: ଘଟଣା ଘଟିବାର ୧୯ବର୍ଷ ପରେ ମିଳିଲା ନ୍ୟାୟ। ଡେରା ମ୍ୟାନେଜର ରଣଜିତ ସିଂଙ୍କ ହତ୍ୟା ମାମଲାରେ ବାବା ଗୁରମୀତ ରାମ ରହିମ ଏବଂ ଅନ୍ୟ ୪ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ଦୁଷ୍କର୍ମ ଓ ନରହତ୍ୟା ଅଭିଯୋଗରେ ଜେଲ୍‌ରେ ଥିବା ‘ଡେରା ସଚା ସୌଦା’ର ମୁଖ୍ୟ ଗୁରମୀତ ରାମରହିମଙ୍କ ସହ ଅନ୍ୟ ୪ଜଣଙ୍କୁ ଏବେ ଅଜୀବନ ଜେଲରେ ରହିବାକୁ ହେବ। ପଞ୍ଚକୁଲାର ସିବିଆଇ କୋର୍ଟ ଏହି ରାୟ ଦେଇଥିବା ବେଳେ ରାମ ରହୀମଙ୍କୁ ୩୧ଲକ୍ଷ ଟଙ୍କା ଜରିମାନା ଦେବାକୁ କୁହାଯାଇଛି। ଏହା ସହ ଅନ୍ୟ ୪ ଅଭିଯୁକ୍ତମାନଙ୍କୁ ୫୦-୫୦ ହଜାର ଟଙ୍କା ଜରିମାନା ଦେବାକୁ କୁହାଯାଇଛି।

publive-image Image Courtesy of Zee News

ଉଲ୍ଲେଖଯୋଗ୍ୟ, ୨୦୦୨ରେ ପୂର୍ବତନ ଡେରା ମ୍ୟାନେଜର ରଣଜିତ ସିଂଙ୍କୁ ହତ୍ୟା କରାଯାଇଥିଲା। ଏକ ଅଜ୍ଞାତ ଚିଠି ପ୍ରସାରଣରେ ତାଙ୍କ ଭୂମିକା ଥିବା ନେଇ ସନ୍ଦେହ କରାଯାଇ ତାଙ୍କୁ ହତ୍ୟା କରାଯାଇଥିଲା। ଡେରା ମୁଖ୍ୟ କିପରି ମହିଳାମାନଙ୍କୁ ‌ଯୌନ ଶୋଷଣ କରୁଛନ୍ତି, ସେ ବିଷୟରେ ଏହି ଚିଠିରେ ଲେଖାଯାଇଥିଲା। ସିବିଆଇ ଅନୁଯାୟୀ, ଅଜ୍ଞାତ ଚିଠିର ପ୍ରସାରଣ ପଛରେ ରଣଜିତ ସିଂଙ୍କ ହାତ ଅଛି ବୋଲି ଭାବି ଡେରା ମୁଖ୍ୟ ରାମ ରହିମ ତାଙ୍କୁ ହତ୍ୟା କରିବା ପାଇଁ ଷଡ଼ଯନ୍ତ୍ର କରିଥିଲେ। ଏହା ପରେ ତାଙ୍କର ଦୁଇ ଅନୁଗାମୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ଗୁରମୀତ ରାମ ରହୀମଙ୍କୁ ୨୦୧୭ରେ ୨୦ବର୍ଷ ଜେଲ ଦଣ୍ଡ ଦିଆଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe