ରାମ ରହିମ କାହା ଆଦେଶରେ ନିର୍ମାଣ କରିଥିଲେ ହସ୍‌ପିଟାଲ, ସ୍କୁଲ ଓ ବିଲଡିଂ?

ତଦନ୍ତ ପାଇଁ ଆଇଟି ଓ ଇଡିଙ୍କୁ ହରିୟାଣା ହାଇକୋର୍ଟଙ୍କ ଆଦେଶ

ଡେରା ସଚ୍ଚା ସୌଦାର ବେଆଇନ ସମ୍ପତ୍ତି ନେଇ ହାଇକୋର୍ଟଙ୍କ ତଦନ୍ତ ନିର୍ଦ୍ଦେଶ
ସିରସା: ଦୁଇଜଣ ସାଧ୍ୱୀଙ୍କୁ ଦୁଷ୍କର୍ମ ମମଲାରେ ରାମ ରହିମଙ୍କୁ ସ୍ୱତନ୍ତ୍ର ସିବିଆଇ କୋର୍ଟ ୨୦ବର୍ଷର ଜେଲଦଣ୍ଡ ଶୁଣାଣି କରିଥିଲେ। ଏହାପରେ ରାମ ରହିମଙ୍କ ସମ୍ପତ୍ତିର ରିପୋର୍ଟ ହରିୟାଣା ସରକାର ହରିୟାଣା ହାଇକୋର୍ଟରେ ଦାଖଲ କରିଛନ୍ତି। ହାଇକୋର୍ଟ ସରକାରଙ୍କୁ ନିର୍ଦ୍ଦେଶ ଦେଇ କହିଛନ୍ତି, ରାମ ରହିମ ହସ୍‌ପିଟାଲ, ସ୍କୁଲ ଓ ବିଲଡିଂ ଆଦି କାହାର ନିର୍ଦ୍ଦେଶରେ ନିର୍ମାଣ କରିଥିଲେ? ଆୟକର ବିଭାଗ ଇଡିଙ୍କୁ ଡେରାର ଆୟ ଓ ମନି ଲଣ୍ଡ୍ରିଂର ତଦନ୍ତ କରିବାକୁ ଆଦେଶ ଦିଆଯାଇଛି।
ହାଇକୋର୍ଟଙ୍କ କହିବାନୁସାରେ, ପଞ୍ଚକୁଲାରେ ହିଂସାରେ ୧୮ଟି ମାମଲା ରୁଜୁ ହୋଇଛି, ଏହାର ଯାଞ୍ଚ ଏସ୍‌ଆଇଟିଙ୍କୁ ଦିଆଯାଇଛି। ହରିୟାଣାରେ ରାମ ରହିମଙ୍କ ସମ୍ପତ୍ତିର ମୂଲ୍ୟ ପାଖାପାଖି ୧୬୦୦କୋଟି ଟଙ୍କା ହେବ। ହରିୟାଣାର ୧୬ଟି ଜିଲ୍ଲାରେ ଡେରାର ସମ୍ପତ୍ତି ରହିଛି, ଯେଉଁଥିରେ ସିରସାର ୧୪୫୩କୋଟି ଟଙ୍କାର ସମ୍ପତ୍ତି ଥିବା ଜଣାପଡ଼ିଛି।
ଅନ୍ୟପକ୍ଷରେ ସରକାରୀ ଓକିଲ ସତ୍ୟପାଲ ଜୈନ୍‌ କହିଛନ୍ତି, ରାମ ରହିମଙ୍କୁ ଦୋଷୀ ସାବ୍ୟସ୍ତ କରିବା ପରେ ହିଂସା ସୃଷ୍ଟି ହୋଇଥିଲା। ଏହି ହିଂସାରେ କ୍ଷୟକ୍ଷତିର ଭରଣ ପାଇଁ ହରିୟାଣା ସରକାରଙ୍କୁ ଟ୍ରିବ୍ୟୁନାଲ ବନାଇବା ପାଇଁ ଆଦେଶ ଦିଅଯୋଇଛି। ଏହି ଟ୍ରିବ୍ୟୁନାଲ ପ୍ରସ୍ତୁତ କରିବ କି ହିଂସାରେ କେତେ କ୍ଷୟକ୍ଷତି ହୋଇଛି? ଏହାର ଭରଣ  ଡେରା ସଚ୍ଚା ସୌଦା ସମ୍ପତ୍ତିରୁ ହିଁ କରାଯିବ। ସିରସାରେ ହୋଇଥିବା ଡେରାର ନିର୍ମାଣ କାର୍ଯ୍ୟ ଉପରେ ବି ହରିୟାଣା ସରକାରଙ୍କୁ ରିପୋର୍ଟ ଦାଖଲ କରିବାକୁ ପଡ଼ିବ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe