ହନିପ୍ରୀତଙ୍କ ପ୍ରଶ୍ନ : ଦୁଷ୍କର୍ମର ଶିକାର ହୋଇଥିବା କୌଣସି ଯୁବତୀ ଏଯାବତ୍‌ ବାବାଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି କି?

Advertisment
ହନିପ୍ରୀତଙ୍କ ପ୍ରଶ୍ନ : ଦୁଷ୍କର୍ମର ଶିକାର ହୋଇଥିବା କୌଣସି ଯୁବତୀ ଏଯାବତ୍‌ ବାବାଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି କି?

ଚଣ୍ଡିଗଡ: ହରିୟାଣା ପୁଲିସ ମୋଷ୍ଟଓ୍ଵାଣ୍ଟେଡ ହନିପ୍ରୀତ ଇନସାଙ୍କୁ ମଙ୍ଗଳବାର ଗିରଫ କରିଛି। ହନିପ୍ରୀତ ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ କହିଛନ୍ତି, ମୋ ଉପରେ ଏମିତି ସବୁ ଅଭିଯୋଗ ଆସିଛି ଯାହାକୁ ନେଇ ମୁଁ ଭୟଭୀତ ହୋଇପଡ଼ିଛି। ବହୁ କଷ୍ଟରେ ସାହସ ଜୁଟାଇ ଗଣମାଧ୍ୟମର ସାମ୍ନା କରିଛି।

  • ଏହି ସାକ୍ଷାତକାରରେ ହନିପ୍ରୀତ ନିମ୍ନୋକ୍ତ କଥା...
  • publive-image
  • ୧. ବାବା ରାମରହିମଙ୍କୁ ୨୦ବର୍ଷ ଜେଲଦଣ୍ଡ ଶୁଣାଣି ପରେ ମୋର ମୁଣ୍ଡ କାମ କରିବା ବନ୍ଦ କରିଦେଇଥିଲା। କ’ଣ କରିବି କିଛି ବୁଦ୍ଧିବାଟ ଦିଶି ନ ଥିଲା। ଏଭଳି ପରିସ୍ଥିତିରେ ମୁଁ କ’ଣ ବା ଷଡଯନ୍ତ୍ର କରିବି? ଜଣେ ଝିଅ ଏତେ ବିରାଟ ପୁଲିସ ଘେର ଭିତରୁ ଏକାକି ବାହାରିବା କ’ଣ ସମ୍ଭବ? ପୁଣି ଦଙ୍ଗା ସୃଷ୍ଟି କରିବାରେ ମୋର ହାତ ରହିଲା କେଉଁଠି?

  • ୨. ମୁଁ ବୁଝି ପାରୁ ନାହିଁ ଲୋକମାନେ ବାପ-ଝିଅର ପବିତ୍ର ସମ୍ପର୍କକୁ କିଭଳି ଏମିତି ଖରାପ ରଙ୍ଗ ଦେଉଛନ୍ତି। କ’ଣ ଜଣେ ପିତାର ନିଜ ଝିଅର ମୁଣ୍ଡ ଉପରେ ହାତ ରଖିବାର ଅଧିକାର ନାହିଁ? କ’ଣ ଝିଅ ତା’ବାପାକୁ ଭଲ ପାଇ ପାରିବ ନାହିଁ?
  • ୩. ମୁଁ ହିରୋଇନ୍‌ ବନିବାକୁ ଚାହୁଁ ନ ଥିଲି। ସବୁବେଳେ କ୍ୟାମେରା ପଛପାର୍ଶ୍ୱରେ ରହି କାମ କରିବାକୁ ପସନ୍ଦ କରୁଥିଲି।
  • ୪. ଗଣମାଧ୍ୟମରେ ପ୍ରକାଶ ପାଇଲା ଡେରାରୁ ନରକଙ୍କାଳ ମିଳିଲା, ଆପଣ କୁହନ୍ତୁ ଡେରାରୁ ସତରେ କ’ଣ ନରକଙ୍କାଳ ମିଳିଥିଲା?
  • ୫. ଡେରାରେ ଯୁବତୀଙ୍କ ସହିତ ଦୁଷ୍କର୍ମ ହେଉଥିଲା ବୋଲି ଯେଉଁ ଖବର ପ୍ରଘଟ ହୋଇଛି ଏଥିରେ କ’ଣ ସତ୍ୟତା ଅଛି ? ଦୁଷ୍କର୍ମର ଶିକାର ହୋଇଥିବା କୌଣସି ଯୁବତୀ ଏଯାବତ୍‌ ବାବାଙ୍କ ବିରୋଧରେ କୌଣସି ଅଭିଯୋଗ ଆଣିଛନ୍ତି କି? ତେବେ ଗୋଟିଏ ଚିଠି ଜରିଆରେ କିପରି ଶୁଣାଣି କରି ବାବାଙ୍କୁ ଦୋଷୀସାବ୍ୟସ୍ତ କରାଗଲା? ମୋର ବାବା ନିର୍ଦ୍ଦୋଷ । ଆଗମୀ ଦିନରେ ସେ ନିର୍ଦ୍ଦୋଷ ସାବ୍ୟସ୍ତ ହେବେ।
  • ୬. ଗଣମାଧ୍ୟମରେ ଯେଭଳି ହନିପ୍ରୀତଙ୍କୁ ଆପଣ ଦେଖିଛନ୍ତି, ବାସ୍ତବ ହନିପ୍ରୀତ ସେଭଳି ଆଦୌ ନୁହନ୍ତି। ଗଣମାଧ୍ୟମରେ ହନିପ୍ରୀତଙ୍କୁ ଯେଭଳି ଉପସ୍ଥାପନ କରାଯାଇଛି ତାହାକୁ ଦେଖି ମୋତେ ଭୟ ଲାଗୁଛି। ମୋର ମାନସିକ ଅବସ୍ଥା କିପରି ଅଛି ମୁଁ ଆପଣଙ୍କୁ ଜଣାଇ ପାରିବି ନାହିଁ।
  • ୭. ମୋତେ ଦେଶଦ୍ରୋହୀ ବୋଲି କୁହାଯାଉଛି। ମୁଁ ଦେଶଦ୍ରୋହ ଭଳି କୌଣସି କାମ କରି ହିଁ ନାହିଁ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe