୫୮ଦିନ ପରେ ଖୋଲିଲା ସିର୍ସାର ଡେରା ସଚ୍ଚା ସୌଦା, ଖବର ପାଇ ପହଞ୍ଚିଲେ ହଜାର ହଜାର ସମର୍ଥକ

Advertisment
୫୮ଦିନ ପରେ ଖୋଲିଲା ସିର୍ସାର ଡେରା ସଚ୍ଚା ସୌଦା, ଖବର ପାଇ ପହଞ୍ଚିଲେ ହଜାର ହଜାର ସମର୍ଥକ

ସିର୍ସା: ବାବା ଗୁରମିତ ରାମ ରହିମଙ୍କୁ ସ୍ୱାଧୀ ଦୁଷ୍କର୍ମ ମାମଲାରେ ୨୦ ବର୍ଷ ଜେଲ୍‌ ଦଣ୍ଡାଦେଶ ହେବା ପରେ ତାଙ୍କ ଦ୍ୱାରା ପରିଚଳିତ ସିର୍ସାରେ ଥିବା ଡେରା ସଚ୍ଚା ସୌଦାରେ ତାଲା ପଡ଼ିଥିଲା। ଶନିବାର ଦୀର୍ଘ ୫୮ ଦିନ ପରେ ଡେରା ସଚ୍ଚା ସୌଦା ଖୋଲିବା ପରେ ସେଠାରେ ପ୍ରାୟ ୩ ହଜାର ସମର୍ଥକଙ୍କ ଭିଡ଼ ଜମିଛି। ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ସେପ୍ଟେମ୍ବର ୭ ତାରିଖରେ ଡେରାରେ ସର୍ଚ ଅପରେସନ ହେବା ପରେ ଡେରା ଆଶ୍ରମ ବନ୍ଦ ହୋଇଥିଲା। ଏତେ ଦିନ ପରେ ଆଶ୍ରମ ଖୋଲିବା ଖବର ଶୁଣି ଅଧିକାଂଶ ମହିଳା ସମର୍ଥକ ଆସୁଥିବାର ସୂଚନା ରହିିଛି। ଏହା ପୂର୍ବରୁ ସମର୍ଥକମାନେ ପୁରୁଣା ଡେରାକୁ ଯାଉଥିଲେ।

ଆଜି ଆଶ୍ରମ ଖୋଲିବା ପରେ ପୁରୁଷ ଓ ମହିଳାଙ୍କ ପାଇଁ ୨ଟି ଭିନ୍ନ ଭିନ୍ନ ଧାଡ଼ି କରାଯାଇଥିଲା। ବିପୁଳ ସଂଖ୍ୟକ ମହିଳା ଡେରାରେ ପହଞ୍ଚିବା ମାତ୍ରେ ନାମ ଚର୍ଚ୍ଚା ଆରମ୍ଭ କରିଥିଲେ। ଏଠାରେ ଜଣାଇ ଦେଉଛୁ କି ପାଖାପାଖି ୨ ମାସ ହେବ ଡେରାରେ ସତ୍‌ସଙ୍ଗ ଓ ନାମ ଚର୍ଚ୍ଚା ବନ୍ଦ ରହିଥିବା ପରେ ଆଶ୍ରମ ଖୋଲିବା ଘଟଣା ସମର୍ଥକଙ୍କୁ ଉତ୍ସାହିତ କରିଛି। ତେବେ, ଆଶ୍ରମ ମଧ୍ୟରେ ସେମାନେ ସେମାନଙ୍କ ଗୁରୁ ରାମ ରହିମଙ୍କୁ ନ ପାଇବାର ଦୁଃଖ ମଧ୍ୟ ଦେଖିବାକୁ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe