ବିରୋଧ ସତ୍ତ୍ୱେ ଗୁଆହାଟି ଅନ୍ତର୍ଜାତୀୟ ବିମାନ ବନ୍ଦରକୁ ହାତେଇନେଲା ଆଦାନୀ ଗ୍ରୁପ୍‌

Advertisment
ବିରୋଧ ସତ୍ତ୍ୱେ ଗୁଆହାଟି ଅନ୍ତର୍ଜାତୀୟ ବିମାନ ବନ୍ଦରକୁ ହାତେଇନେଲା ଆଦାନୀ ଗ୍ରୁପ୍‌

NDTVIndia

ଗୁଆହାଟି: ବ୍ୟାପକ ତଥା ଦୀର୍ଘ ବିରୋଧ ପ୍ରଦର୍ଶନ ସତ୍ତ୍ୱେ ଗୁଆହାଟିର ଲୋକପ୍ରିୟା ଗୋପୀନାଥ ବୋର୍ଦୋଲାଇ ଅନ୍ତର୍ଜାତୀୟ ବିମାନବନ୍ଦରର ପରିଚାଳନା, ବିକାଶ ଏବଂ କାର୍ଯ୍ୟ ଆଜି ଏକ ସୀମିତ ସମାରୋହରେ ଆଦାନୀ ଗୁଆହାଟି ଅନ୍ତର୍ଜାତୀୟ ବିମାନବନ୍ଦର ଲିମିଟେଡକୁ ହସ୍ତାନ୍ତର କରାଯାଇଛି। ଉଲ୍ଲେଖଯୋଗ୍ୟ, ଉତ୍ତର-ପୂର୍ବ ଭାରତର ଏହି ଏକମାତ୍ର ଅନ୍ତର୍ଜାତୀୟ ବିମାନବନ୍ଦରକୁ ଚଳାଇବା ପାଇଁ ଚଳିତ ବର୍ଷ ପ୍ରାରମ୍ଭରେ ହୋଇଥିବା ଟେଣ୍ଡର ପ୍ରକ୍ରିୟାରେ ଅଂଶଗ୍ରହଣ କରି ଗୌତମ ଆଦାନୀଙ୍କ ନେତୃତ୍ୱାଧୀନ ଆଦାନୀ ବିମାନବନ୍ଦର ହୋଲ୍‌ଡିଂ ଲିମିଟେଡ୍‌ ଏହାକୁ ହାତେଇ ନେଇଥିଲା।

ଆଜି ଅନୁଷ୍ଠିତ ସୀମିତ ସମାରୋହରେ ବିମାନ ବନ୍ଦର ନିର୍ଦ୍ଦେଶକ ଉତ୍ପଳ ବାରୁଆଙ୍କୁ ଏକ ସାଙ୍କେତିକ ଚାବି ହସ୍ତାନ୍ତର କରାଯାଇଛି, ଯିଏକି ଆଦାନୀ ବିମାନବନ୍ଦର ହୋଲ୍‌ଡିଂ ଲିମିଟେଡ୍‌ ପକ୍ଷରୁ ମୁଖ୍ୟ ବିମାନବନ୍ଦର ଅଧିକାରୀ ଭାବରେ ନିଯୁକ୍ତ ହୋଇଛନ୍ତି।

ଏହାପୂର୍ବରୁ ଆଜି ଆଦାନୀ ଗ୍ରୁପ୍‌ ଟୁଇଟ୍‌ କରି କହିଛିି: ଲୋକପ୍ରିୟା ଗୋପୀନାଥ ବୋର୍ଦୋଲାଇ ଅନ୍ତର୍ଜାତୀୟ ବିମାନବନ୍ଦର ବର୍ତ୍ତମାନ ଏକ ଗେଟୱେ ଟୁ ଗୁଡ୍‌ନେସ୍‌ ବୋଲି ଘୋଷଣା କରି ଆମେ ଆନନ୍ଦିତ। ଆମେ ଆପଣଙ୍କ ସେବାରେ ରହି ଭାଗ୍ୟବାନ୍‌ ଏବଂ ଗୁଆହାଟିରେ ଆମର ବିମାନ ବନ୍ଦରକୁ ସମସ୍ତ ଯାତ୍ରୀଙ୍କୁ ସ୍ୱାଗତ କରୁଛୁ।
ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ଆଦାନୀ ଗ୍ରୁପ୍‌ ବର୍ତ୍ତମାନ ଜୟପୁର ଏବଂ ଅହମ୍ମଦାବାଦ ସମେତ ଭାରତର ୬ଟି ବିମାନବନ୍ଦରକୁ ନିୟନ୍ତ୍ରଣ ଓ ପରିଚାଳନା କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe