Image Courtesy of Zee News
ବ୍ରସେଲ୍ଜ୍: ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ଙ୍କ ଚେତାବନୀ ସତ୍ତ୍ବେ ଆଜି ଫିନ୍ଲାଣ୍ଡ୍ ଓ ସ୍ବିଡେନ୍ ଯୁକ୍ତରାଷ୍ଟ୍ର ଆମେରିକା ନେତୃତ୍ବାଧୀନ ମେଣ୍ଟ ‘ନର୍ଥ ଆଟ୍ଲାଣ୍ଟିକ୍ ଟ୍ରିଟି ଅର୍ଗାନାଇଜେସନ୍’ର (ନାଟୋ) ସଦସ୍ୟତା ନିମନ୍ତେ ଆବେଦନ କରିଛନ୍ତି।
ରୁଷ୍ର ୟୁକ୍ରେନ୍ ଆକ୍ରମଣ ଯୋଗୁଁ ନିରାପତ୍ତାଜନିତ ଚିନ୍ତାରେ ପଡ଼ି ଫିନ୍ଲାଣ୍ଡ୍ ଓ ସ୍ବିଡେନ୍ ସଦସ୍ୟତା ନିମନ୍ତେ ଆବେଦନ କରିଥିବା ‘ନାଟୋ’ର ମହାସଚିବ ଜେନ୍ସ୍ ଷ୍ଟୋଲ୍ଟେନ୍ବର୍ଗ ସୁନିଶ୍ଚିତ କରି କହିଛନ୍ତି।
ସାମ୍ବାଦିକମାନଙ୍କ ସହ ଆଳାପ କରିବା ବେଳେ ଷ୍ଟୋଲ୍ଟେନ୍ବର୍ଗ କହିଛନ୍ତି, ‘ନାଟୋ’ରେ ଯୋଗ ଦେବା ନିମନ୍ତେ ଫିନ୍ଲାଣ୍ଡ୍ ଓ ସ୍ବିଡେନ୍ର ଅନୁରୋଧକୁ ମୁଁ ଭବ୍ୟ ସ୍ବାଗତ କରୁଛି। ଆପଣମାନେ ଆମର ଘନିଷ୍ଠ ସହଯୋଗୀ।
Image Courtesy of NDTVଦୁଇ ଦେଶର ରାଷ୍ଟ୍ରଦୂତମାନଙ୍କଠାରୁ ଷ୍ଟୋଲ୍ଟେନ୍ବର୍ଗ ‘ନାଟୋ’ ମୁଖ୍ୟାଳୟରେ ଆବେଦନ ପତ୍ର ଗ୍ରହଣ କରିଥିଲେ। ୩୦ ସଦସ୍ୟବିଶିଷ୍ଟ ଦେଶମାନଙ୍କଦ୍ବାରା ଏହି ଆବେଦନ ପତ୍ରର ବିଚାର କରାଯିବ।
ଫିନ୍ଲାଣ୍ଡ୍ ଏବଂ ସ୍ବିଡେନ୍ ଯୋଗ ଦେବାରେ ତୁର୍କୀର ରାଷ୍ଟ୍ରପତି ରିସେପ୍ ତାୟିପ୍ ଏର୍ଡୋଗାନ୍ ଆପତ୍ତି କରିଥିଲେ ବି ବିଚାର ପ୍ରକ୍ରିୟା ୨ ସପ୍ତାହ ଲାଗିବ। ଯଦି ତାଙ୍କ ଆପତ୍ତି ଅଗ୍ରାହ୍ୟ ହୋଇଯାଏ, ସେମାନଙ୍କୁ ଗ୍ରହଣ କରାଯିବା ଅଲୋଚନା ଅବ୍ୟାହତ ରହିବ। ଦୁଇ ମାସ ମଧ୍ୟରେ ଦୁଇ ଦେଶ ‘ନାଟୋ’ର ସଦସ୍ୟ ହୋଇପାରିବେ।
ଏହି ପ୍ରକ୍ରିୟା ପାଇଁ ସାଧାରଣତଃ ୧୨ ମାସ ଲାଗୁଥିଲେ ବି, ରୁଷ୍ଠାରୁ ଦୁଇ ଦେଶ ଧମକ ପାଇଥିବାରୁ ‘ନାଟୋ’ ତୁରନ୍ତ ସେମାନଙ୍କୁ ସଦସ୍ୟତା ଦେବାକୁ ତତ୍ପରତା ପ୍ରକାଶ କରିଛି।
Follow Us