ନୂଆଦିଲ୍ଲୀ : ଚୀନ, ଜାପାନ ସମେତ ଅନ୍ୟ କେତେକ ଦେଶରେ କରୋନା ସଂକ୍ରମଣ ଦ୍ରୁତଗତିରେ ବ୍ୟାପୁଥିଲେ ମଧ୍ୟ ଭାରତରେ ଯାତ୍ରୀମାନେ ଏହାକୁ ଭ୍ରୁକ୍ଷେପ ନକରି ପର୍ଯ୍ୟଟନସ୍ଥଳୀ, ବିଶେଷକରି ଶୈଳ ନିବାସଗୁଡ଼ିକରେ ପ୍ରବଳ ଭିଡ଼ କରୁଛନ୍ତି। ହିମାଚଳ ପ୍ରଦେଶର ସିମଲା, ମାନାଲି ଏବଂ ଅନ୍ୟ ପର୍ଯ୍ୟଟନ ସ୍ଥଳୀରେ ଲୋକମାନେ ଖ୍ରୀଷ୍ଟମାସ ଓ ନୂଆବର୍ଷ ଉତ୍ସବ ମନାଇବାରେ ବ୍ୟସ୍ତ। ହିମାଚଳ ପ୍ରଦେଶ ସରକାର ଲୋକଙ୍କୁ ମାସ୍କ ପିନ୍ଧିବା, ସାମାଜିକ ଦୂରତା ଅବଲମ୍ବନ କରିବା ପାଇଁ କହିଛନ୍ତି। ଏହାକୁ ନିଶ୍ଚିତ କରିବା ପାଇଁ ହୋଟେଲ ଏବଂ ରେସ୍ତୋରାଁଗୁଡ଼ିକୁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି। ଅଳ୍ପ କିଛି ଯାତ୍ରୀ ଏହାକୁ ମାନୁଥିବା ବେଳେ ଅଧିକାଂଶ ଏହାକୁ ମାନୁ ନଥିବା ଦେଖାଯାଇଛି।
କରୋନା ଭୟ ସତ୍ତ୍ବେ ଶୈଳ ନିବାସରେ ଯାତ୍ରୀଙ୍କ ଭିଡ଼
Advertisment
Follow Us