କର୍ଫ୍ୟୁ ସତ୍ତ୍ବେ ଉଦୟପୁରରେ ହିଂସା ଓ ଆନ୍ଦୋଳନ ଜାରି: କହ୍ନେୟା ଲାଲ୍‌ଙ୍କ ପରିବାର ସଦସ୍ୟଙ୍କୁ ଭେଟିଲେ ଅଶୋକ ଗେହଲଟ

Advertisment
କର୍ଫ୍ୟୁ ସତ୍ତ୍ବେ ଉଦୟପୁରରେ ହିଂସା ଓ ଆନ୍ଦୋଳନ ଜାରି: କହ୍ନେୟା ଲାଲ୍‌ଙ୍କ ପରିବାର ସଦସ୍ୟଙ୍କୁ ଭେଟିଲେ ଅଶୋକ ଗେହଲଟ

Image Courtesy: News Live

ଉଦୟପୁର: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଆଜି ଉଦୟପୁରରେ ହତ୍ୟାର ଶିକାର ହୋଇଥିବା କହ୍ନେୟା ଲାଲ୍‌ଙ୍କ ବାସଭବନକୁ ଯାଇ ତାଙ୍କ ପରିବାର ସଦସ୍ୟଙ୍କୁ ଭେଟିଛନ୍ତି। ଗେହଲଟଙ୍କ ସହ ରାଜ୍ୟ ରାଜସ୍ବ ମନ୍ତ୍ରୀ ରାମଲାଲ ଜାଟ, ଡିଜିପି ଏମଏଲ ଲାଥର, ରାଜସ୍ଥାନ କଂଗ୍ରେସ ମୁଖ୍ୟ ଗୋବିନ୍ଦ ସିଂହ ଦୋତାସରା ଏବଂ ଅନ୍ୟ ନେତାମାନେ ଯାଇଥିଲେ। କହ୍ନେୟା ଲାଲଙ୍କ ହତ୍ୟାକାରୀକୁ ଉପଯୁକ୍ତ ଦଣ୍ଡ ମିଳିବ। ଉକ୍ତ ଘଟଣାରେ ଏନ୍‌ଆଇଏ ଖୁବ୍‌ଶୀଘ୍ର ଚାର୍ଜସିଟ୍‌ ଦାଖଲ କରିବ ବୋଲି ଗେହଲଟ କହ୍ନେୟା ଲାଲ୍‌ଙ୍କ ପରିବାର ସଦସ୍ୟଙ୍କୁ କହିଛନ୍ତି। ଅନ୍ୟପକ୍ଷେ ଅଭିଯୁକ୍ତଙ୍କୁ ମୃତ୍ୟୁଦଣ୍ଡ ମିଳୁ ବୋଲି କହ୍ନେୟା ଲାଲଙ୍କ ପରିବାର ସଦସ୍ୟ ମୁଖ୍ୟମନ୍ତ୍ରୀଙ୍କୁ କହିଛନ୍ତି।

ଏହି ଜଘନ୍ୟ ହତ୍ୟାକାଣ୍ଡକୁ ବିରୋଧ କରି ଆଜି ଉଦୟପୁରେ ବିଭିନ୍ନ ସ୍ଥାନରେ ଆନ୍ଦୋଳନ ହୋଇଛି। ଶତାଧିକ ଲୋକ ଏହି ହତ୍ୟାକାଣ୍ଡକୁ ବିରୋଧ କରି ରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିଛନ୍ତି। ଆଜି ଏକ ସ୍ଥାନରେ ଆନ୍ଦୋଳନ ସମୟ‌ରେ ପଥର ମାଡ଼ ହୋଇଥିଲା। ପୁଲିସ ସ୍ଥିତି ନିୟନ୍ତ୍ରଣ କରିଥିଲା। ବିଭିନ୍ନ ହିନ୍ଦୁ ଅନୁଷ୍ଠାନର ହଜାର ହଜାର ଆନ୍ଦୋଳନକାରୀ ହାତରେ ଗେରୁଆ ପତାକା ଧରି ସ୍ଲୋଗାନ୍‌ ଦେଇଥିଲେ ଏବଂ କହ୍ନେୟା ଲାଲ୍‌ଙ୍କ ପରିବାର ସଦସ୍ୟଙ୍କ ପାଇଁ ନ୍ୟାୟ ଦାବି କରିଥିଲେ। ଆନ୍ଦୋଳନକାରୀମାନେ ଏକ ଶୋଭାଯାତ୍ରାରେ ଯାଉଥିଲେ। ତେବେ ଯେଉଁ ସ୍ଥାନରେ ହତ୍ୟାକାଣ୍ଡ ହୋଇଥିଲା ଠିକ୍‌ ସେହି ସ୍ଥାନରେ ହିଂସା ଉପୁଜିଛି ଏବଂ ଆନ୍ଦୋଳନକାରୀଙ୍କ ଉପରେ ପଥର ମାଡ଼ ହୋଇଛି। ସ୍ଥିତି ନିୟନ୍ତ୍ରଣ ପାଇଁ ପୁଲିସ ଆନ୍ଦୋଳନକାରୀଙ୍କ ଉପରେ ଲାଠିମାଡ଼ କରିଛି। ତେବେ ଉଦୟପୁରରେ କର୍ଫ୍ୟୁ ଜାରି ହୋଇଥିବାବେଳେ ଏଭଳି ଶୋଭାଯାତ୍ରା ଏବଂ ଆନ୍ଦୋଳନ ପାଇଁ ଅନୁମତି ମିଳିବା ଘଟଣାକୁ ନେଇ ପ୍ରଶ୍ନ ଉଠିଛି। ସହରରେ ସମସ୍ତ ଦୋକାନ ବଜାର ବନ୍ଦ ରହିଛି ଏବଂ ଇଣ୍ଟରନେଟ୍‌ ସେବା ବନ୍ଦ ଅଛି। କହ୍ନେୟା ଲାଲ୍‌ ଜୁନ୍‌ ୧୫ ତାରିଖରେ ତାଙ୍କ ଜୀବନ ପ୍ରତି ବିପଦ ଅଛି ଏବଂ ତାଙ୍କୁ ହତ୍ୟା ଧମକ ମିଳୁଛି ବୋଲି ସେ ପୁଲିସରେ ଅଭିଯୋଗ କରିଥିଲେ। କିନ୍ତୁ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲାନି। ପୁଲିସ ନିଜ ଦାୟିତ୍ବରେ ଅବହେଳା କରିବାରୁ କହ୍ନେୟା ଲାଲ୍‌ଙ୍କ ମୃତ୍ୟୁ ହୋଇଛି। ଏହି ଘଟଣା ପାଇଁ ଜଣେ ଏଏସ୍‌ଆଇ ଏବଂ ଏସଏଚଓ ନିଲମ୍ବିତ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe