ସର୍ବସାଧାରଣଙ୍କ ସମ୍ପତ୍ତି ନଷ୍ଟ କରିବା ବାକ୍ ସ୍ବାଧୀନତା ନୁହେଁ

Advertisment

କେରଳ ବିଧାନସଭାରେ ଗଣ୍ଡଗୋଳ ମାମଲା ପ୍ରତ୍ୟାହାର ହେବନାହିଁ

କେରଳ ବିଧାନସଭାରେ ଗଣ୍ଡଗୋଳ ମାମଲା ପ୍ରତ୍ୟାହାର ହେବନାହିଁ

ସର୍ବସାଧାରଣଙ୍କ ସମ୍ପତ୍ତି ନଷ୍ଟ କରିବା ବାକ୍ ସ୍ବାଧୀନତା ନୁହେଁ

Image Courtesy of India Today

ନୂଆଦିଲ୍ଲୀ: ୨୦୧୫ ମସିହାରେ ସିପିଆଇ(ଏମ୍‌)ର ଛଅଜଣ ସଦସ୍ୟ କେରଳ ବିଧାନସଭାରେ କରିଥିବା ଗଣ୍ଡଗୋଳ ମାମଲା ପ୍ରତ୍ୟାହାର କରାଯାଇପାରିବ ନାହିଁ ବୋଲି ବୁଧବାର ସୁପ୍ରିମ୍‌କୋର୍ଟ ରାୟ ଦେଇଛନ୍ତି। ଅଭିଯୁକ୍ତମାନେ ଯାହା କରିଛନ୍ତି ତାହା ଅସାମ୍ବିଧାନିକ ଥିଲା। ତେଣୁ ସମ୍ବିଧାନର ୧୯୪ ଅନୁଚ୍ଛେଦ ଅନୁଯାୟୀ ସେମାନେ ଆଇନଗତ ସୁରକ୍ଷା ଦାବି କରିପାରିବେ ନାହିଁ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି।
କେରଳ ସରକାର ଏବଂ ଅଭିଯୁକ୍ତ ବିଧାୟକମାନଙ୍କ ଦ୍ବାରା କରାଯାଇଥିବା ସ୍ବତନ୍ତ୍ର ଲିଭ୍ ପିଟିଶନକୁ ଖାରଜ କରି ଜଷ୍ଟିସ୍ ଡି.ୱାଇ. ଚନ୍ଦ୍ରଚୂଡ଼ ଓ ଜଷ୍ଟିସ୍ ଏମ୍‌.ଆର୍‌. ଶାହଙ୍କ ଦ୍ବାରା ଗଠିତ ଡିଭିଜନ ବେଞ୍ଚ କେରଳ ହାଇକୋର୍ଟଙ୍କ ୧୨ ମାର୍ଚ୍ଚର ରାୟକୁ କାଏମ୍ ରଖିଛନ୍ତି। ‌

ଉକ୍ତ ଛଅଜଣ ଅଭିଯୁକ୍ତ ସେମାନଙ୍କ ବିରୋଧରେ ଚାଲିଥିବା ମାମଲା ଓ ଆଇନଗତ କାର୍ଯ୍ୟାନୁଷ୍ଠାନ ପ୍ରତ୍ୟାହାର କରିବା ପାଇଁ କରିଥିବା ଆବେଦନକୁ ଚିଫ୍ ଜୁଡ଼ିସିଆଲ ମାଜିଷ୍ଟ୍ରେଟ୍ ଖାରଜ କରିଦେଇଥିବା ବେଳେ ହାଇକୋର୍ଟ ତାହାକୁ ସମର୍ଥନ କରିଥିଲେ। ଧାରା ୧୯୪ର ଭୁଲ୍ ବ୍ୟାଖ୍ୟା ଭିତ୍ତିରେ ଉକ୍ତ ମାମଲା ପ୍ରତ୍ୟାହାର ପାଇଁ ଆବେଦନ କରାଯାଇଥିଲା ବୋଲି ସୁପ୍ରିମ୍‌କୋର୍ଟ କହିଛନ୍ତି। ବିଧାୟକମାନଙ୍କ ପାଇଁ ସମ୍ବିଧାନରେ ଦିଆଯାଇଥିବା ସୁବିଧାସୁଯୋଗର ଅର୍ଥ ନୁହେଁ ଯେ, ସେମାନେ ଅପରାଧ ଓ ବିଶୃଙ୍ଖଳା କରିବେ ଆଉ ସେମାନଙ୍କ ବିରୋଧରେ କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ। ତା’ହେଲେ ତାହା ଦେଶର ନାଗରିକଙ୍କ ପ୍ରତି ବିଶ୍ବାସଘାତକତା ହେବ।

ବିଧାୟକମାନଙ୍କୁ ଲୋକମାନେ ଯେଉଁ ଆଶା ଓ ଭରସା ରଖି ଭୋଟ ଦେଇଛନ୍ତି, ତାହାକୁ ଦୃଷ୍ଟିରେ ରଖି ସେମାନେ ସାମ୍ବିଧାନିକ ମର୍ଯ୍ୟାଦା ଭିତରେ ନିଜର କର୍ତ୍ତବ୍ୟ କରିବା ଉଚିତ ବୋଲି ଜଷ୍ଟିସ୍ ଚନ୍ଦ୍ରଚୂଡ଼ କହିଥିଲେ। ପ୍ରତିବାଦ ନାଁରେ ବିଧାନସଭାରେ ଚେୟାର, ଟେବୁଲ ଭାଙ୍ଗିବା ଓ ଜନସାଧାରଣଙ୍କ ସମ୍ପତ୍ତି ନଷ୍ଟ କରିବା, ହିଂସା ଭିଆଇବା ଆଦି ଗ୍ରହଣୀୟ ନୁହେଁ ବୋଲି ସେ କହିଥିଲେ। ରାଜ୍ୟ ସରକାରଙ୍କ ଯୁକ୍ତି ଥିଲା, ଯେହେତୁ ବାଚସ୍ପତି ଅଭିଯୁକ୍ତମାନଙ୍କୁ ନିଲମ୍ବିତ କରି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିସାରିଛନ୍ତି, ତେଣୁ ସେମାନଙ୍କ ବିରୋଧରେ ଆଉ ଆପରାଧିକ ମାମଲା ଚଲାଇବା ଠିକ୍ ହେଉନାହିଁ। ଏହାର ଉତ୍ତରରେ ଖଣ୍ଡପୀଠ କହିଥିଲେ ଯେ, ସେମାନେ କରିଥିବା ଅପରାଧ ପାଇଁ ଭାରତୀୟ ପିଙ୍ଗଳ କୋଡ୍ ଅନୁଯାୟୀ ଏବଂ ସାଧାରଣ ସମ୍ପତ୍ତି ନଷ୍ଟ ବିରୋଧୀ ଆଇନ ଅନୁଯାୟୀ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯିବା ଉଚିତ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe