ଖାରକିଭ୍‌ରେ ଧ୍ୱଂସଲୀଳା; ଦିନକରେ ୬୫ ଥର ଆକ୍ରମଣ, ୬୦୦ କୋଠା ଧ୍ୱଂସ

Advertisment

ମାରିୟୁପୋଲ୍‌ରେ ସ୍ଥିତି ଜଟିଳ, ଖାଦ୍ୟ, ପାଣି ପାଇଁ ହାହାକାର

ମାରିୟୁପୋଲ୍‌ରେ ସ୍ଥିତି ଜଟିଳ, ଖାଦ୍ୟ, ପାଣି ପାଇଁ ହାହାକାର

ରୁଷ-ୟୁକ୍ରେନ ମଧ୍ୟରେ ମଧ୍ୟସ୍ଥତା କରୁଛି କି ଭାରତ ? ଗୋପନ ରୁଷ ଗସ୍ତରେ ଡୋଭାଲ

NBC News

କିବ୍‌ : ୟୁକ୍ରେନ୍‌ର ଦ୍ବିତୀୟ ବୃହତ୍ତମ ସହର ଖାରକିଭ୍‌ରେ ବିଗତ ୨୪ ଘଣ୍ଟାରେ ୬୫ ଥର ଆକ୍ରମଣ ହୋଇଛି। ସହରର ଅର୍ଦ୍ଧାଧିକ ଅଞ୍ଚଳ ଛାରଖାର ହୋଇଥିବା ବେଳେ କୌଣସି ସରକାରୀ ପ୍ରତିଷ୍ଠାନ କ୍ଷେପଣାସ୍ତ୍ର ଓ ବୋମାମାଡ଼ରୁ ବର୍ତ୍ତି ନାହିଁ। ଲଗାତାର ଆକ୍ରମଣ ଯୋଗୁଁ ଖାରକିଭରେ ବହୁ ସଂଖ୍ୟାରେ ମୃତାହତ ହୋଇଥିବା ରିପୋର୍ଟ ମିଳିଛି। ଖାରକିଭର ୩ଟି ସହର ଇଜିୟମ୍‌, ବାଲାକ୍ଲିଆ ଏବଂ ଡେର୍‌ଗାଚିରେ ଲଢ଼େଇ ଜାରି ରହିଛି। ରୁଷ୍‌ ଆକ୍ରମଣ ଯୋଗୁଁ ଖାରିକଭ୍‌ରେ ୬୦୦ ଭବନ ଧ୍ୱଂସ ହୋଇଯାଇଛି।

ଜନବସତି ଅଂଚଳରେ ବି ବ୍ୟାପକ କ୍ଷୟକ୍ଷତି ହୋଇଛି। ଶହ ଶହ ଲୋକଙ୍କ ଘର ଧ୍ବସ୍ତ ହୋଇଯାଇଛି । ମାରିୟୁପୋଲ୍‌ରେ ଅତି ଜଟିଳ ସ୍ଥିତି ଉପୁଜିଛି ଏବଂ ଜୋରଦାର ଗୋଳାବର୍ଷା ଚାଲିଛି। ଯେଉଁମା‌ନେ ଗୋଳାବର୍ଷାରୁ ବର୍ତ୍ତି ଯାଉଛନ୍ତି ସେମାନେ ‌ରୋଗ ଏବଂ ମେଡିସିନ୍‌ ଅଭାବରୁ ପ୍ରାଣ ହରାଉଛନ୍ତି। ମାରିୟୁପୋଲ୍‌ରେ ପ୍ରାୟ ୪ ଲକ୍ଷ ଲୋକ ଫସି ରହିଛନ୍ତି। ମାରିୟୁପୋଲ୍‌ରେ ଏବେ ଆଉ ଖାଦ୍ୟ ନାହିଁ କି ପାଣି ନାହିଁ। ପାଣି ମୁନ୍ଦାଏ ପାଇଁ ଲୋକଙ୍କୁ ବହୁତ ସଂଘର୍ଷ କରିବାକୁ ପଡ଼ୁଛି। ୧୪ ତାରିଖରୁ ମାରିୟୁପୋଲ୍‌ରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିଲେ ବି ୪ ଲକ୍ଷରୁ ଅଧିକ ଲୋକ ଏବେ ବି ଫସି ରହିଛନ୍ତି। ଅଧିକାଂଶ ଲୋକ ଅତ୍ୟନ୍ତ ଦୟନୀୟ ସ୍ଥିତିରେ ବେସମେଣ୍ଟ୍‌ରେ ଏବଂ ସେଲ୍ଟରରେ ରହୁଛନ୍ତି। ଦୀର୍ଘ ୧୩ ଦିନ ହେବ ମାରିୟୁପୋଲ୍‌ରେ ଗ୍ୟାସ୍‌ ନାହିଁ କି ବିଦ୍ୟୁତ୍‌ ମଧ୍ୟ ନାହିଁ। ଏଭଳି ସ୍ଥିତିରେ ଲୋକମାନେ ରୋଗଗ୍ରସ୍ତ ହୋଇଗଲେଣି। ଖାଦ୍ୟ ନଥିବାରୁ ଅନେକ ଲୋକଙ୍କ ଅକାଳ ମୃତ୍ୟୁ ହେଉଛି। ସ୍ଥିତି ଅତି ଜଟିଳ ହୋଇଯାଇଥିବା ବେଳେ ଜାତିସଂଘର ସହାୟତା ପହଞ୍ଚି ପାରୁନାହିଁ। ୧୪ ତାରିଖରେ ମାରିୟୁପୋଲ୍‌ରୁ ଲୋକଙ୍କୁ ଉଦ୍ଧାର ପାଇଁ ୧୬୦ଟି ଗାଡ଼କୁ ଅନୁମତି ମିଳିଥିଲା। ମାରିୟୁପୋଲ୍‌ରେ ୨୫୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହେଲାଣି ବୋଲି ସରକାରୀ ଭାବେ କୁହାଯାଉଥିବା ବେଳେ ବାସ୍ତବରେ ଏହି ସଂଖ୍ୟା ଯଥେଷ୍ଟ ଅଧିକ ହେବ ବୋଲି ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe