କେଜ୍ରିଓ୍ବାଲଙ୍କୁ ଝଟକା ! ପ୍ରଧାନମନ୍ତ୍ରୀ ମୋଦୀଙ୍କ ଡିଗ୍ରୀର ଆବଶ୍ୟକତା ନାହିଁ ବୋଲି କହିଲେ ଗୁଜରାଟ ହାଇକୋର୍ଟ  

Advertisment
କେଜ୍ରିଓ୍ବାଲଙ୍କୁ ଝଟକା ! ପ୍ରଧାନମନ୍ତ୍ରୀ ମୋଦୀଙ୍କ ଡିଗ୍ରୀର ଆବଶ୍ୟକତା ନାହିଁ ବୋଲି କହିଲେ ଗୁଜରାଟ ହାଇକୋର୍ଟ  

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଡିଗ୍ରୀ ପ୍ରସଙ୍ଗରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟି (ଆପ୍)ର ଆବାହକଙ୍କୁ ବଡ଼ ଝଟକା ଲାଗିଛି।  ଶୁକ୍ରବାର ଗୁଜରାଟ ହାଇକୋର୍ଟ କେନ୍ଦ୍ରୀୟ ସୂଚନା କମିସନ (ସିଆଇସି)ର ସାତ ବର୍ଷ ପୁରୁଣା ଆଦେଶକୁ ଖାରଜ କରି ଦେଇଛନ୍ତି, ଯେଉଁଥିରେ ଗୁଜରାଟ ବିଶ୍ୱବିଦ୍ୟାଳୟକୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଡିଗ୍ରୀ ବିଷୟରେ କେଜ୍ରିୱାଲଙ୍କୁ ସୂଚନା ଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା । କିନ୍ତୁ ଏହା ବିରୋଧରେ ବିଶ୍ବ ବିଦ୍ୟାଳୟ ଗୁଜରାଟ ହାଇକୋର୍ଟରେ ଆବେଦନ କରିଥିଲା ।

ଜଷ୍ଟିସ ବୀରେନ ବୈଷ୍ଣବଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ଖଣ୍ଡପୀଠ କେନ୍ଦ୍ରୀୟ ସୂଚନା କମିସନଙ୍କ ରାୟକୁ ଖାରଜ କରିବା ସହ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଉପରେ  ୨୫ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି ଏବଂ ଏହି ରାଶିକୁ ୪ ସପ୍ତାହ ମଧ୍ୟରେ ଗୁଜରାଟ ରାଜ୍ୟ ଆଇନ ସେବା ପ୍ରାଧିକରଣ (ଜିଏସଏଲଏସଏ)ରେ ଟଙ୍କା ଜମା କରିବାକୁ କହିଛନ୍ତି। କେଜ୍ରିଓ୍ଵାଲଙ୍କ ଓକିଲ ପର୍ସି କାବିନାଙ୍କ ଅନୁରୋଧ ପରେ ମଧ୍ୟ ଜଷ୍ଟିସ୍ ବୈଷ୍ଣବ ତାଙ୍କ ଆଦେଶ ଉପରେ ରୋକ୍ ଲଗାଇବାକୁ ମନା କରିଦେଇଥିଲେ ।

ଏହି ରାୟ ଆସିବା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ ଏକ ଟୁଇଟ କରି ଲେଖିଛନ୍ତି, " ପ୍ରଧାନମନ୍ତ୍ରୀ କେତେ ପଢିଛନ୍ତି ତାହା ଜାଣିବାର ଅଧିକାର କ'ଣ ଦେଶର ନାହିଁ? ଅଦାଲତରେ ସେମାନେ ଡିଗ୍ରୀ ଦେଖାଯିବାକୁ ତୀବ୍ର ବିରୋଧ କରିଥିଲେ, କାହିଁକି? ଏବଂ ଯେଉଁମାନେ ସେମାନଙ୍କ ଡିଗ୍ରୀ ଦେଖିବାକୁ ଦାବି କରିବେ ସେମାନଙ୍କୁ ଜରିମାନା କରାଯିବ କି? କ'ଣ ଚାଲିଛି?"

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe