ଅଟକ ଥିବା ଜାମିଆ ମିଲିଆ ଇସ୍‌ଲାମିଆର ସମସ୍ତ ଛାତ୍ର ମୁକ୍ତ, ଦିଲ୍ଲୀ ପୁଲିସ ମୁଖ୍ୟାଳୟ ସାମ୍ନାରେ ପ୍ରତିବାଦ ଶେଷ

ଅଟକ ଥିବା ଜାମିଆ ମିଲିଆ ଇସ୍‌ଲାମିଆର ସମସ୍ତ ଛାତ୍ର ମୁକ୍ତ, ଦିଲ୍ଲୀ ପୁଲିସ ମୁଖ୍ୟାଳୟ ସାମ୍ନାରେ ପ୍ରତିବାଦ ଶେଷ

Image Source: Zee News

ନୂଆଦିଲ୍ଲୀ: ଅଟକ ଥିବା ‘ଜାମିଆ ମିଲିଆ ଇସ୍‌ଲାମିଆ ବିଶ୍ୱବିଦ୍ୟାଳୟ’ର ସମସ୍ତ ଛାତ୍ରଙ୍କୁ କାଲକାଜି ଏବଂ ନିୟୁ ଫ୍ରେଣ୍ଡସ୍‌ କଲୋନି ଥାନାରୁ ମୁକ୍ତ କରାଯାଇଥିବା କଥା ସୋମବାର ଦିନ ପୁଲିସ କହିଛି।

ପୁଲିସର କାର୍ଯ୍ୟକଳାପକୁ ବିରୋଧ କରି ଛାତ୍ରମାନେ ଦିଲ୍ଲୀ ପୁଲିସ ମୁଖ୍ୟାଳୟ ସମ୍ମୁଖରେ ଚଳାଇ ଥିବା ମଧ୍ୟରାତ୍ରୀ ପ୍ରତିବାଦ ପ୍ରଦର୍ଶନକୁ ମଧ୍ୟ ପ୍ରତ୍ୟାହାର କରି ନେଇଛନ୍ତି। ରବିବାର ଦିନ ଦିଲ୍ଲୀର ଜାମିଆ ନଗର ଠାରେ ନାଗରିକତା ସଂଶୋଧନ ଆଇନ ବିରୋଧୀ ପ୍ରତିବାଦ ଉଗ୍ର ହେବାରୁ ଦିଲ୍ଲୀ ପୁଲିସ ଓ ଛାତ୍ରମାନଙ୍କ ମଧ୍ୟରେ ସଂଘର୍ଷ ଘଟିଥିଲା। ପ୍ରାୟ ୫୦ ଜଣ ଛାତ୍ରଙ୍କୁ ପୁଲିସ ଧରି ନେଇ ପ୍ରାୟ ଛଅ ଘଣ୍ଟା ଧରି ଥାନାରେ ଅଟକ ରଖିଥିଲା।

publive-image Image Source: Hindustan Times

ଦିଲ୍ଲୀ ପୁଲିସର ଜନସମ୍ପର୍କ ଅଧିକାରୀ ଏମ୍‌ଏସ୍‌ ରାନ୍ଧଓ୍ଵା କହିଛନ୍ତି: କାଲକାଜି ଏବଂ ନିୟୁ ଫ୍ରେଣ୍ଡ୍‌ସ୍‌ କଲୋନିରୁ ସମସ୍ତ ଛାତ୍ରଙ୍କୁ ଛାଡ଼ି ଦିଆଯାଇଛି।
ପ୍ରତିବାଦ ଶେଷ କରିବାକୁ ଦିଲ୍ଲୀ ପୁଲିସ ପ୍ରତିବାଦକାରୀମାନଙ୍କୁ ନିବେଦନ କରିବା ସହ କହିଥିଲେ କି, ପ୍ରତିବାଦକାରୀମାନଙ୍କୁ ସେମାନଙ୍କ ରହଣି ସ୍ଥାନରେ ଛାଡ଼ି ଆସିବାକୁ ବସ୍‌ ବ୍ୟବସ୍ଥା କରାଯାଇଛି।

ଏକ ବିବୃତିରେ ଦିଲ୍ଲୀ ପୁଲିସ କହିଛି: ଚିକିତ୍ସା ପରେ ଆହତ ଛାତ୍ରମାନଙ୍କୁ ମଧ୍ୟ ଛାଡ଼ି ଦିଆଯିବ।

ଜାମିଆ ମିଲିଆ ଇସ୍‌ଲାମିଆର ଛାତ୍ର କୁହାଯାଉଥିବା ପ୍ରତିବାଦକାରୀମାନେ ରବିବାର ଦିନ ତିନୋଟି ବସ୍‌ ପୋଡ଼ି ଦେଇଥିଲେ ଓ ଦମକଳ ଗାଡ଼ି ଉପରେ ଆକ୍ରମଣ କରିଥିଲେ। ଏଥିରେ ଅନ୍ୟୂନ ୬ଜଣ ପୁଲିସ ଓ ଦୁଇ ଜଣ ଅଗ୍ନିଶମ ସେବା କର୍ମଚାରୀ ଆହତ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe