ଧରାପଡ଼ିଲା କରୋନାଭୂତାଣୁର କାରନାମା ! ଜୀବକୋଷରେ ବିସ୍ତାରକୁ ରୋକିବା ସୂତ୍ର ଆବିଷ୍କାର କଲେ ଗବେଷକ

Advertisment
କରୋନାକୁ ହରାଇଲେ, ଘରକୁ ଫେରିଲେ ମା’ ଓ ଶିଶୁ

OpIndia

ନୂଆଦିଲ୍ଲୀ: ଅଭିନବ କରୋନାଭୂତାଣୁ ସାର୍ସ-କୋଭ୍-୨ ଯେତେବେଳେ ମନୁଷ୍ୟ ଜୀବକୋଷରେ ପ୍ରବେଶ କରେ, ଏହା କୋଷତନ୍ତ୍ରକୁ ହଡ଼ପ କରିନିଏ। ଏହାପରେ ଏହି କୋଷତନ୍ତ୍ରକୁ ଭିତ୍ତି କରି ମନୁଷ୍ୟ ଜୀବକୋଷ ହିଁ କରୋନାଭୂତାଣୁକୁ ବହୁଗୁଣିତ କରିପାରୁଥିବା ପିଏଲ୍‌ପ୍ରୋ ନାମକ ଏକପ୍ରକାର ପ୍ରୋଟିନ୍‌ ସୃଷ୍ଟି କରିଥାଏ। ତେବେ ଭେଷଜ ଉପଯୋଗ ବଳରେ ଉକ୍ତ ପିଏଲ୍‌ପ୍ରୋକୁ ରୋକାଯାଇପାରିଲେ କରୋନାଭୂତାଣୁ ଆଉ ବହୁଗୁଣିତ ହୋଇପାରିବନାହିଁ ଏବଂ ଆମ ଶରୀରରେ ରୋଗପ୍ରତିରୋଧ ପ୍ରତିକ୍ରିୟା ବଢ଼ିଯିବ ବୋଲି ଜର୍ମାନୀର ଫ୍ରାଙ୍କଫର୍ଟ ବିଶ୍ବବିଦ୍ୟାଳୟ ଡାକ୍ତରଖାନାର ବିଶେଷଜ୍ଞମାନଙ୍କ ଏକ ସଦ୍ୟ ଗବେଷଣାରୁ ଜଣାଯାଇଛି।

ସୂଚନାନୁଯାୟୀ, ସାର୍ସ-କୋଭ୍-୨ ଦ୍ବାରା ଆମେ ସଂକ୍ରମିତ ହେବା ପରେ ପରେ ଆମ ଶରୀରର ସଂକ୍ରମିତ ଜୀବକୋଷଗୁଡ଼ିକ ତୁରନ୍ତ ଟାଇପ୍‌-୧ ଇଣ୍ଟରଫେରନ୍‌ ନାମକ ଏକପ୍ରକାର ସମ୍ବେଦନବାହୀ ସାମଗ୍ରୀ ଛାଡ଼ିଥାନ୍ତି। ସେଗୁଡ଼ିକ ଆମ ଶରୀରରେ ରହିଥିବା ଭୂତାଣୁବଇରୀ କୋଷଗୁଡ଼ିକୁ ଆକର୍ଷିତ କରିଥାଏ, ଯାହା ଏହି ଭୂତାଣୁଗୁଡ଼ିକୁ ମାରିପକାନ୍ତି। ତେବେ ସେତିକିବେଳେ ସାର୍ସ-କୋଭ୍-୨ ନିଜର ପ୍ରତିରକ୍ଷା ଭାବେ ପିଏଲ୍‌ପ୍ରୋ ପ୍ରୋଟିନ୍‌କୁ ବ୍ୟବହାର କରିଥାଏ। ଫଳରେ ଏହି ପିଏଲ୍‌ପ୍ରୋ ପ୍ରୋଟିନ୍‌ଗୁଡ଼ିକ ତୁରନ୍ତ ଟାଇପ୍‌-୧ ଇଣ୍ଟରଫେରନ୍‌ର ବିକାଶକୁ ଦବାଇଦେଇଥାନ୍ତି। ଫଳରେ ଆମ ଭୂତାଣୁବଇରୀ କୋଷଗୁଡ଼ିକ ଆଉ ସେତେ ସକ୍ରିୟ ହୋଇପାରିନଥାନ୍ତି। ତେବେ ଗବେଷକମାନେ କୋଷୀୟ ସମ୍ବର୍ଦ୍ଧନକୁ ବିଶ୍ଲେଷଣ କରି ଏହି ପିଏଲ୍‌ପ୍ରୋ ଗଠନ ପ୍ରକ୍ରିୟାକୁ ଠଉରେଇ ପାରିଛନ୍ତି। ସେମାନଙ୍କ ଏହି ନିର୍ଯାସ କରୋନାଭୂତାଣୁ ବିରୋଧରେ ଏକ ଉପଯୁକ୍ତ ଉପଚାର ଆଣିପାରିବ ବୋଲି ଆଶା କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe