ନୂଆଦିଲ୍ଲୀ: ଛୋଟ ଦେଶରେ ବଡ଼ ବିପର୍ଯ୍ୟୟ । ଶ୍ରୀଲଙ୍କା, ଇଣ୍ଡୋନେସିଆ, ମାଲେସିଆ, ଥାଇଲ୍ୟାଣ୍ଡରେ ପ୍ରକୃତି ରଚିଛି ପ୍ରଳୟ । ବାତ୍ୟା ପରେ ପ୍ରବଳ ବର୍ଷା ବନ୍ୟା ସ୍ଥିତିକୁ ଭୟଙ୍କର କରିଛି । ପୂର୍ବରୁ ଏମିତି ପ୍ରଳୟ କେବେ ଦେଖିନଥିଲା ଶ୍ରୀଲଙ୍କା । ୨୦୦୪ ସୁନାମୀ ପରଠାରୁ ଏଡେ ବଡ ବିପତ୍ତି କେବେ ଆସିନଥିଲା । ଛୋଟ ଦେଶରେ ଏବେ ବିରାଟ ବିପତ୍ତି ଦେଶର ମେରୁଦଣ୍ଡକୁ ଦୋହଲାଇ ଦେଇଥିବା ବେଳେ ଜଳ ପ୍ରଳୟ ଆଗରେ ଜୀବନ ପୋକ ମାଛି ପରି ଭାସିଯାଉଛି । କୁଢ କୁଢ ଶବର ଖବର ଆସୁଛି ।
ଛୋଟ ଦେଶରେ ବଡ଼ ବିପର୍ଯ୍ୟୟ
ତେବେ ସାମୁଦ୍ରିଦ ଝଡ଼଼ ଡିଟଓ୍ଵା ପ୍ରଭାବରେ ଶ୍ରୀଲଙ୍କାରେ ପାଖାପାଖି ୩୩୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଥାଇଲ୍ୟାଣ୍ଡରେ ୧୭୬ ଜଣଙ୍କ ପ୍ରାଣହାନୀ ହୋଇଛି । ସେହିପରି ପାଣି ପାଟିରେ ସବୁଠାରୁ ଅଧିକ ଜୀବନ ଯାଇଛି ଇଣ୍ଡୋନେସିଆରେ । ପାଖାପାଖି ୬୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । ଆଉ ସବୁ ଦେଶରେ କ୍ଷୟକ୍ଷତି ଭୟଙ୍କର ରୂପ ଧାରଣ କରିବା ସହ ନିଖୋଜଙ୍କ ସଂଖ୍ୟା ବଢି ବଢି ଚାଲିଛି ।
ଆହୁରି ପଢନ୍ତୁ- Putin’s India Visit : ପୁଟିନଙ୍କ ଭାରତ ଗସ୍ତ ଉପରେ ବିଶ୍ବର ନଜର, ହୋଇପାରେ ବଡ଼ ପ୍ରତିରକ୍ଷା ଚୁକ୍ତି
ଘରଦ୍ବାର, ରାସ୍ତାଘାଟ ସବୁ ବୁଡିଛି । କିଏ ଗଛ ଉପରେ ରାତି ରାତି ଅପେକ୍ଷା କରୁଛି ତ କିଏ ଛାତ ଉପରେ ରିଲିଫ ଅପେକ୍ଷାରେ ବସି ରହିଛି । ପଡୋଶୀ ଦେଶରେ ପ୍ରଳୟ ଦେଖି ଭାରତ ସହାୟତାର ହାତ ବଢାଇଛି । ଉଦ୍ଧାରକାରୀ ଦଳ ଶ୍ରୀଲଙ୍କାରେ ପହଞ୍ଚି ଉଦ୍ଧାରକାମକୁ ଜୋରଦାର କରିଛନ୍ତି । ସେପଟେ ବିଭିନ୍ନ ଦେଶର ବାୟୁସେନା ଓ ନୌସେନାର ଟିମ୍ ଏବେ ଶ୍ରୀଲଙ୍କାକୁ ସହାୟତା କରୁଛି ।
ଶ୍ରୀଲଙ୍କାରେ ହାହାକାର
ଶ୍ରୀଲଙ୍କାରେ ସାମୁ୍ଦ୍ରିକ ବାତ୍ୟା ଡିଟୱା ତାଣ୍ଡବ ରଚି ଭୁସ୍ଖଳନ ଭଳି ସ୍ଥିତି ବି ଉପୁଯାଇଛି । ବନ୍ୟା ଜୀବନ ତ ନେଉଛି ନେଉଛି ଏବେ ବି ହଜାର ହଜାର ଲୋକ ନିଖୋଜ ଅଛନ୍ତି । ଏହି ପ୍ରାକୃତିକ ଦୁର୍ବିପାକ ଶ୍ରୀଲଙ୍କା ଭଳି ଛୋଟ ଦେଶକୁ ଗୁରୁତର ଭାବେ ପ୍ରଭାବିତ କରିଛି । ଘର ଭାଙ୍ଗିଯିବା କାରଣରୁ ଲକ୍ଷାଧିକ ଲୋକ ବାସହୀନ ହୋଇଛନ୍ତି । ଶ୍ରୀଲଙ୍କାର ବିପର୍ଯ୍ୟୟ ପରିଚାଳନା କେନ୍ଦ୍ରର ରିପୋର୍ଟ ଅନୁଯାୟୀ ସାମୁଦ୍ରିକ ବାତ୍ୟା ଡିଟୱା ଦ୍ବାରା ୯ ଲକ୍ଷ ୯୮ହଜାର ୯୧୮ ଜଣ ଲୋକ ପ୍ରଭାବିତ ହୋଇଛନ୍ତି । ଭାରତ ମହାସାଗରରୁ ଉତ୍ପନ୍ନ ଏହି ଶକ୍ତିଶାଳୀ ସାମୁଦ୍ରିକ ଝଡ଼ ଶୁକ୍ରବାର ଶ୍ରୀଲଙ୍କାର ପୂର୍ବ ଉପକୂଳରେ ସ୍ଥଳଭାଗ ଛୁଇଁଥିଲା, ଯାହା ଫଳରେ ପ୍ରବଳ ବର୍ଷା ହୋଇଥିଲା । ଆଉ ତାପରେ ଏହି ପ୍ରଳୟ…
ଆହୁରି ପଢନ୍ତୁ- Bhadrak chessboard of politics: ଭଦ୍ରକ ରାଜନୀତିର ପଶାପାଲି: ବିଜେଡିକୁ ଫଟାଇବା ପାଇଁ ପ୍ରଫୁଲଙ୍କ ଘରେ ଗୁପ୍ତ ମନ୍ତ୍ରଣା
ରାଜଧାନୀ କଲମ୍ବୋରେ କେଲନି ନଦୀ ଦ୍ରୁତ ଗତିରେ ବଢ଼ିବାରେ ଲାଗିଥିଲା, ଯାହା ଫଳରେ ବନ୍ୟା ସୃଷ୍ଟି ହୋଇଥିଲା। ଶ୍ରୀଲଙ୍କା ରାଷ୍ଟ୍ରପତି ଅନୁରା କୁମାର ଏଭଳି ସ୍ଥିତିରେ ଦେଶବ୍ୟାପୀ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିବା ସହ ଆନ୍ତର୍ଜାତୀୟ ସହାୟତା ପାଇଁ ଅପିଲ୍ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2025/12/01/sri-lanka-flood-2025-12-01-22-21-28.jpg)