ସାଢେ ୫ଟା ବେଳେ ଶପଥ ନେବେ ଦେବେନ୍ଦ୍ର ଫଡନାଭିସ

ନିର୍ବାଚନ ଫଳାଫଳ ପ୍ରକାଶ ପାଇବାର ୧୨ ଦିନ ପରେ ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀ ଆଜି ଶପଥ ନେବାକୁ ଯାଉଛନ୍ତି । ବିଜେପି ନେତା ଦେବେନ୍ଦ୍ର ଫଡନାଭିସ ଆଜି ସଂଧ୍ୟା ସାଢେ ୫ଟା ବେଳେ ତୃତୀୟ ଥର ପାଇଁ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ।

ରାହୁଲଙ୍କୁ ଘେରିଲେ ଫଡ଼ନାବିସ; ଇନ୍ଦିରା, ମହାତ୍ମାଙ୍କ ଚିଠିକୁ ଉଦାହରଣ ଭାବେ ଦର୍ଶାଇଲେ

ମୁମ୍ବାଇ: ନିର୍ବାଚନ ଫଳାଫଳ ପ୍ରକାଶ ପାଇବାର ୧୨ ଦିନ ପରେ ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀ ଆଜି ଶପଥ ନେବାକୁ ଯାଉଛନ୍ତି । ବିଜେପି ନେତା ଦେବେନ୍ଦ୍ର ଫଡନାଭିସ ଆଜି ସଂଧ୍ୟା ସାଢେ ୫ଟା ବେଳେ ତୃତୀୟ ଥର ପାଇଁ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ସେହିପରି ଶିବସେନା ନେତା ଏକନାଥ ସିନ୍ଦେ ଏବଂ ଏନସିପି ନେତା ଅଜିତ ପାୱାର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। 

ଏକନାଥ ସିନ୍ଦେ ସରକାରରେ ସାମିଲ ହେବା ନେଇ ଗତ କିଛି ଦିନ ହେଲା ସଂଶୟ ଲାଗି ରହିଥିଲା । କିନ୍ତୁ ଶେଷରେ ସେ ଉପମୁଖ୍ୟମନ୍ତ୍ରୀ ହେବାକୁ ରାଜି ହୋଇଛନ୍ତି ।
ଆଜି ସନ୍ଧ୍ୟା ସାଢ଼େ ୫ଟାରେ ସମାରୋହକୁ ସ୍ମରଣୀୟ କରିବା ପାଇଁ ଆଜାଦ ମୈଦାନ ବାହାରେ ଥିବା ରାସ୍ତାରେ ବିଜେପି, ଶିବସେନା ଓ ଏନସିପିର ପତାକା ଓ ହୋର୍ଡିଂ ଲାଗିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବିଜେପି ଅଧ୍ୟକ୍ଷ ଅମିତ ଶାହା, ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ଏବଂ ଦଳର ଅନ୍ୟ ବରିଷ୍ଠ ନେତାମାନେ ଏହି ସମାରୋହରେ ଯୋଗଦେବେ। ଏହାବ୍ୟତୀତ ଶପଥ ଗ୍ରହଣ ଉତ୍ସବରେ ୪୦୦ରୁ ଅଧିକ ସାଧୁସନ୍ଥଙ୍କୁ ନିମନ୍ତ୍ରଣ କରାଯାଇଛି। ଏହି କାର୍ଯ୍ୟକ୍ରମକୁ ଐତିହାସିକ କରିବା ପାଇଁ ୪୦ ହଜାରରୁ ଅଧିକ ଲୋକ ଆଜାଦ ମୈଦାନରେ ପହଞ୍ଚିବେ ବୋଲି ଆଶା କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe