ଫଡନାଭିସଙ୍କ ପତ୍ନୀ ସାକ୍ଷାତକାରରେ ଦେଇଥିବା ଏକ ବୟାନ ଚର୍ଚ୍ଚାରେ

ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ୨୦୨୪ର ଫଳାଫଳ ଘୋଷଣା ହେବାପରେ ଅମୃତା ଫଡନାଭିସଙ୍କ ଏକ ସାକ୍ଷାତକାରର ଭିଡିଓ ଭାଇରାଲ ।  ଏହି  ସାକ୍ଷାତକାରରେ ଅମୃତା ଫଡନାଭିସ୍ କହିଥିଲେ,‘ ଯେ ମୋ ସ୍ୱାମୀ ଦେବେନ୍ଦ୍ର ଫଡନାଭିସ୍ ଆଦୌ ରୋମାଣ୍ଟିକ୍ ନୁହଁନ୍ତି ଏବଂ ତାଙ୍କ ସହ ମଜା କରିବା ଅତ୍ୟନ୍ତ କଷ୍ଟକର।

ଅଦ୍ୟତନ ହୋଇଛି
qerre

ନୂଆଦିଲ୍ଲୀ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ୨୦୨୪ରେ ଏପର୍ଯ୍ୟନ୍ତ ବିଜେପି ସବୁଠାରୁ ବଡ ବିଜୟ ହାସଲ କରିଛି। ଏଭଳି ପରିସ୍ଥିତିରେ ଦେବେନ୍ଦ୍ର ଫଡନାଭିସଙ୍କୁ ମୁଖ୍ୟମନ୍ତ୍ରୀ କରିବା ନେଇ ଆଲୋଚନା ତୀବ୍ର ହୋଇଛି। 
ଏଭଳି ଚର୍ଚ୍ଚା ମଧ୍ୟରେ ଦେବେନ୍ଦ୍ର ଫଡନାଭିସଙ୍କ ପତ୍ନୀ ଅମୃତା ଫଡନାଭିସ ମଧ୍ୟ ଚର୍ଚ୍ଚାର ପରିସରକୁ ଆସିଛନ୍ତି। 

ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ୨୦୨୪ର ଫଳାଫଳ ଘୋଷଣା ହେବାପରେ ଅମୃତା ଫଡନାଭିସଙ୍କ ଏକ ପୁରୁଣା ସାକ୍ଷାତକାରର ଭିଡିଓ ଭାଇରାଲ ହୋଇଛି।  ଏହି  ସାକ୍ଷାତକାରରେ ଅମୃତା ଫଡନାଭିସ୍ କହିଥିଲେ,‘ ଯେ ମୋ  ସ୍ୱାମୀ ଦେବେନ୍ଦ୍ର ଫଡନାଭିସ୍ ଆଦୌ ରୋମାଣ୍ଟିକ୍ ନୁହଁନ୍ତି ଏବଂ ତାଙ୍କ ସହ ମଜା କରିବା ଅତ୍ୟନ୍ତ କଷ୍ଟକର।

ସେ ବିବାହ ପୂର୍ବରୁ କ’ଣ ବିବାହ ପରେ କ’ଣ ଆଦୌ ମଜା କରନ୍ତି ନାହିଁ କି ରୋମାଣ୍ଟିକ ବି ନୁହାନ୍ତି। ଦେବେନ୍ଦ୍ର ବ୍ୟବହାରିକ ଏବଂ ସେ ରାଜନୀତି ବ୍ୟତୀତ ଆଉ କିଛି ଜାଣନ୍ତି ନାହିଁ। ସାଧାରଣତଃ ଆମେ ବାହାରଲୋକଙ୍କ ସହ ଯେମିତି କଥା ହୋଇଥାଉ  ଦେବେନ୍ଦ୍ର ଜୀଙ୍କ ସହିତ ସେପରି କଥା ହେବାକୁ ହୋଇଥାଏ। ସେ ସବୁବେଳେ ରାଜନୀତି ଓ ଦଳର କର୍ମକର୍ତ୍ତାଙ୍କ ହିତ ଚିନ୍ତାରେ ବୁଡ଼ି ରହିଥାଆନ୍ତି।’ 

୨୦୨୯ରେ ଦେବେନ୍ଦ୍ର ଫଡନାଭିସ୍ ମୁଖ୍ୟମନ୍ତ୍ରୀ ପଦରୁ ଦୂରେଇ ଯାଇଥିଲେ। ଶିବସେନା ସହିତ କଂଗ୍ରେସ ଓ ଏନସିପି ମେଣ୍ଟ କରି ଶାସନ ଭାର ଛଡ଼ାଇ ନେଇଥିଲେ। ପରବର୍ତ୍ତୀ ସମୟରେ ପରିସ୍ଥିତି ବଦଳିଥିଲା। ଶିବସେନା ଭାଙ୍ଗିଗଲା ଓ ଏକନାଥ ସିନ୍ଦେ ଦଳ ସହିତ ବିଜେପି ନୂଆ ସରକାର ଗଠନ କଲା। ସେତେବେଳେ ଫର୍ଣ୍ଣାବିସ ଉପମୁଖ୍ୟମନ୍ତ୍ରୀ ଭାବେ ପଦ ସମ୍ଭାଳି ଦଳକୁ ଶକ୍ତିଶାଳୀ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe