କମୁନି ମହାକୁମ୍ଭ କ୍ରେଜ୍: ଛୁଟିଦିନରେ ଛୁଟୁଛି ଶ୍ରଦ୍ଧାଳୁଙ୍କ ସୁଅ, ସଙ୍ଗମରେ ପକାଉଛନ୍ତି ବୁଡ଼

maha ku

Photograph: (sambad.in)

ପ୍ରୟାଗରାଜ: ସରିଲାଣି ମହାକୁମ୍ଭ କିନ୍ତୁ ଏଯାଏଁ ସରୁନି ଶ୍ରଦ୍ଧାଳୁଙ୍କ ଆଗମନ । ଶିବରାତ୍ରୀ ମହାକୁମ୍ଭର ଅନ୍ତିମ ପର୍ଯ୍ୟାୟ ହୋଇଥିବା ବେଳେ ଏବେବି ଲୋକ ପ୍ରୟାଗରାଜ ଯାଇ ତ୍ରିବେଣୀ ସଙ୍ଗମରେ ବୁଡ ପକାଉଛନ୍ତି ।

ଦେଶର ବିଭିନ୍ନ ସ୍ଥାନରୁ ଲୋକେ ଏବେବି ପ୍ରୟାଗରାଜ ବୁଡ ପକାଇବାକୁ ଯାଉଛନ୍ତି । ବିଶେଷ କରି ଛୁଟିଦିନ ମାନଙ୍କରେ ସଙ୍ଗମ ସ୍ଥଳରେ ଭିଡ ବଢୁଛି । ଶ୍ରଦ୍ଧାଳୁଙ୍କ ଭିଡକ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଅସ୍ଥାୟୀ ଭାବେ କରାଯାଇଥିବା କିଛି ବ୍ୟବସ୍ଥାକୁ ସ୍ଥାଇ କରାଯାଇଛି । ଚେଞ୍ଜିଂ ରୁମ ସ୍ଥାୟୀ କରାଯାଇଛି ତାସହ ଲାଗିଥିବା ଏଲଇଡିକୁ ଖୋଲା ନଯିବାକୁ ନିଷ୍ପତ୍ତି ନିଆଯାଇଛି । ରଙ୍ଗ ବେରଙ୍ଗର ଆଲୋକକୁ ମଧ୍ୟ ଖୋଲା ନଯିବାକୁ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ଯାହା ଶ୍ରଦ୍ଧାଳୁଙ୍କୁ ଆକର୍ଷିତ କରିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe