ମେ ୩୧ ଯାଏଁ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ଉପରେ ରୋକ ଲଗାଇଲା ଡ଼ିଜିସିଏ

Advertisment
୨୦୨୨ରେ ଦୁଇ ଗୁଣା ଅଧିକ ପାଇଲଟ୍‌ ନିଲମ୍ବିତ

DNA India

ନୂଆଦିଲ୍ଲୀ: ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) କରୋନା ଭୂତାଣୁ ମହାମାରୀ ହେତୁ ୩୧ ମେ ୨୦୨୧ ପର୍ଯ୍ୟନ୍ତ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ଉପରେ ରୋକ ଲଗାଇଛି | ଡିଜିସିଏ ଦ୍ୱାରା ଏହି ଘୋଷଣା ପରେ ଆସନ୍ତା ମାସ ଶେଷ ପର୍ଯ୍ୟନ୍ତ ସମସ୍ତ ଅନ୍ତର୍ଜାତୀୟ ବିମାନ ଚଳାଚଳ ବନ୍ଦ ରହିବ। ସୂଚନା ଥାଉ କି କରୋନା ମହାମାରୀ ହେତୁ ଗତ ବର୍ଷ ମାର୍ଚ୍ଚରେ ଅନ୍ତର୍ଜାତୀୟ ଯାତ୍ରା ଉପରେ ପ୍ରତିବନ୍ଧକ ଲଗାଯାଇଥିଲା।

ଡିଜିସିଏ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶରେ ଦର୍ଶାଯାଇଛି ଯେ ଯଦି ଆବଶ୍ୟକ ହୁଏ ତେବେ କିଛି ଅନ୍ତର୍ଜାତୀୟ ମାର୍ଗରେ ବିମାନ ଚଳାଚଳ କରାଯାଇପାରିବ। ଏହାପୂର୍ବରୁ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ଉପରେ ନିଷେଧାଦେଶର ଅବଧି ୩୦ ଏପ୍ରିଲ ୨୦୨୧ କୁ ବୃଦ୍ଧି କରାଯାଇଥିଲା। ଗତ ବର୍ଷ ମାର୍ଚ୍ଚରୁ କରୋନା ମହାମାରୀ ଯୋଗୁଁ ଅନ୍ତର୍ଜାତୀୟ ବିମାନ ଚଳାଚଳ ସ୍ଥଗିତ ରହିଥିଲା। ତେବେ, ମେ ୨୦୨୦ ରେ ଘରୋଇ ବିମାନ ଚଳାଚଳ ଆରମ୍ଭ ହୋଇଥିଲା |

ସୂଚନା ଥାଉ କି ଯେ ଗତ ୨୪ ଘଣ୍ଟା ମଧ୍ୟରେ ୩.୮୬ ଲକ୍ଷରୁ ଅଧିକ ବ୍ୟକ୍ତି କରୋନା ପଜିଟିଭ୍ ହୋଇଛନ୍ତି। ଏଥି ସହିତ ସମଗ୍ର ଦେଶରେ ସକ୍ରିୟ କରୋନା ରୋଗୀଙ୍କ ସଂଖ୍ୟା ୩୧ ଲକ୍ଷରୁ ଅଧିକ ହୋଇଛି। ଆଜିକୁ ମିଶାଇ କ୍ରମାଗତ ନବମ ଦିନ ଧରି ଦୈନିକ ତିନି ଲକ୍ଷରୁ ଅଧିକ କରୋନା ମାମଲା ରୁଜୁ ହୋଇଛି। ବର୍ତ୍ତମାନ ୯ ଦିନ ପରେ ଏହି ସଂଖ୍ୟା ଚାରି ଲକ୍ଷରେ ପହଞ୍ଚିବା ଆରମ୍ଭ କରିଛି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe