ଏପ୍ରିଲ୍ ଶେଷ ପର୍ଯ୍ୟନ୍ତ ବନ୍ଦ ରହିବ ଅନ୍ତର୍ଜାତୀୟ ବିମାନ ସେବା

Advertisment
ଇଣ୍ଡିଗୋ ସହ ଏମ୍‌ଓୟୁ ସ୍ବାକ୍ଷର କଲେ ରାଜ୍ୟ ସରକାର; ମେ’ରୁ ବିଦେଶକୁ ବିମାନ ଉଡ଼ାଣ

image credit : indigo

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ପୁଣି ବଢିଚାଲିଥିବା ପରିପ୍ରେକ୍ଷୀରେ କେନ୍ଦ୍ର ବେସାମରିକ ବିମାନଚଳାଚଳ ମହାନିର୍ଦେଶାଳୟ ପକ୍ଷରୁ ଅନ୍ତର୍ଜାତୀୟ ବିମାନ ଚଳାଚଳ ଉପରେ ଲାଗୁ କଟକଣାକୁ ଏପ୍ରିଲ ଶେଷ ପର୍ଯ୍ୟନ୍ତ ବଢାଇଦେଇଛନ୍ତି । ଆଜିକୁ ଠିକ ବର୍ଷକ ତଳେ (ମାର୍ଚ୍ଚ ୨୩, ୨୦୨୦)ରେ ଭାରତ ସରକାର ଅନ୍ତର୍ଜାତୀୟ ବିମାନ ଚଳାଚଳ ଉପରେ କଟକଣା ଲଗାଇଥିଲେ ।

ଆଜି ଡିଜିସିଏ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରି ଅନ୍ତର୍ଜାତୀୟ ବିମାନ ଚଳାଚଳ କଟକଣାକୁ ବଢାଇଦେଇଛନ୍ତି । ଅନ୍ତର୍ଜାତୀୟ ବିମାନ ସେବା ବନ୍ଦ ରହିଥିଲେ ମଧ୍ୟ ସ୍ବତନ୍ତ୍ର ବିମାନ ଚଳାଚଳକୁ ମଞ୍ଜୁରୀ ଦେବା ଏବଂ ପରିବହନ ବିମାନ ଚଳାଚଳରେ କୌଣସି ସମସ୍ୟା ନାହିଁ ବୋଲି ଡିଜିସିଏ କର୍ତ୍ତୃପକ୍ଷ ସ୍ପଷ୍ଟ କରିଛନ୍ତି।

ଆଜି କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଏପ୍ରିଲ ପାଇଁ ଗାଇଡଲାଇନ ଜାରି ହେବାର କିଛି ସମୟ ପରେ ଡିଜିସିଏ ଏହି ଆଦେଶ ଜାରି କରିଛି ।

ସୂଚନାଯୋଗ୍ୟ, କରୋନା ମହାମାରୀ କାରଣରୁ ଗତ ବର୍ଷ ମାର୍ଚ୍ଚ ୨୩ରୁ ଭାରତରେ ନିର୍ଦ୍ଧାରିତ ଅନ୍ତର୍ଜାତୀୟ ଯାତ୍ରୀ ସେବା ସ୍ଥଗିତ ରଖାଯାଇଥିଲା। ‘ବନ୍ଦେ ଭାରତ ମିସନ’ଏବଂ ଦ୍ବିପାକ୍ଷିକ ‘ଏୟାର ବବ୍‌ଲ’ ଅଧୀନରେ ଜୁଲାଇରୁ ସ୍ବତନ୍ତ୍ର ଅନ୍ତର୍ଜାତୀୟ ବିମାନ ସେବା ଜାରି ରହିଛି।  ଏବେ ୨୪ ଟି ଦେଶ ସହ ଏୟାର ବବଲ ବୁଝାମଣା ମାଧ୍ୟମରେ ବିମାନ ଚଳାଚଳ ହେଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe