ବଡ଼ ଦୁର୍ଘଟଣାରୁ ବର୍ତ୍ତିଲା ଇଣ୍ଡିଗୋ ବିମାନ

ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରୁ ବେଙ୍ଗାଲୁରୁ ଅଭିମୁଖେ ଉଡ଼ାଣ ଭରିଥିବା ଇଣ୍ଡିଗୋ ବିମାନ ସେପ୍ଚେମ୍ବର ୯ରେ ଟେଲ୍ ଷ୍ଟ୍ରାଇକର ଶିକାର ହୋଇଥିଲା।

ଅଦ୍ୟତନ ହୋଇଛି
indigo tail

ନୂଆଦିଲ୍ଲୀ: ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ଏକ ବଡ଼ ଦୁର୍ଘଟଣା ଟଳିଯାଇଛି।  ଆଇଜିଆଇ ବିମାନ ବନ୍ଦରରୁ ବେଙ୍ଗାଲୁରୁ ଅଭିମୁଖେ ଉଡ଼ାଣ ଭରିଥିବା ଇଣ୍ଡିଗୋ ବିମାନ ଟେଲ୍ ଷ୍ଟ୍ରାଇକର ଶିକାର ହୋଇଥିଲା। ଘଟଣାଟି ସେପ୍ଟେମ୍ବର ୯ ତାରିଖରେ ଘଟିଥିଲା। ଏହି ଟେଲ୍ ଷ୍ଟ୍ରାଇକ୍ ସମ୍ପର୍କରେ ସୂଚନା ମିଳିବା ମାତ୍ରେ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ) ଇଣ୍ଡିଗୋର ବିମାନକୁ ବନ୍ଦ କରିଦେଇଥିଲା। ଏଥିସହ ବିମାନର ପାଇଲଟଙ୍କୁ ନିଲମ୍ବିତ କରାଯାଇଛି। ଡିଜିସିଏ ପୂରା ମାମଲାର ବିସ୍ତୃତ ତଦନ୍ତ ନିର୍ଦ୍ଦେଶ ଦେଇଛି।

ଗୋଟିଏ ବିମାନ  ଉଡ଼ାଣ ଆରମ୍ଭ କରୁଥିବାବେଳେ ତାହାର ଟେଲ୍ ବା ଲାଞ୍ଜ ଭୂମି କିମ୍ବା ଅନ୍ୟ କୌଣସି ବସ୍ତୁକୁ ସ୍ପର୍ଶ କଲେ ତାହାକୁ ଟେଲ ଷ୍ଟ୍ରାଇକ ବୋଲି କୁହାଯାଏ । 

 ସୂଚନା ଅନୁସାରେ, ଇଣ୍ଡିଗୋ  ବିମାନ ୬ଇ-୬୦୫୪ ସେପ୍ଟେମ୍ବର ୯ ତାରିଖ ଅପରାହ୍ନ ପ୍ରାୟ ୩ଟା ୪୦ରେ ଆଇଜିଆଇ ବିମାନବନ୍ଦରରୁ ବେଙ୍ଗାଲୁରୁ ଅଭିମୁଖେ ଉଡ଼ାଣ ଭରିଥିଲା। ଉଡ଼ାଣ ପରେ ଇଣ୍ଡିଗୋର ବିମାନଟି ଟେଲ୍ ଷ୍ଟ୍ରାଇକର ଶିକାର ହୋଇଥିଲା। ଏହାପରେ ବିମାନର  ଜରୁରୀକାଳୀନ ଅବତରଣ କରାଯାଇଥିଲା। ଏହି ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଡିଜିସିଏ ଇଣ୍ଡିଗୋର ବିମାନର ଉଡ଼ାଣ ଅନୁମତି ନିଲମ୍ବିତ କରିଛି। ଏହାସହ ତଦନ୍ତ ସରିବା ପର୍ଯ୍ୟନ୍ତ ବିମାନର ପାଇଲଟମାନଙ୍କୁ ନିଲମ୍ବିତ କରି କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି।

ଗୋଟିଏ ବିମାନ  ଉଡ଼ାଣ ଆରମ୍ଭ କରୁଥିବାବେଳେ ତାହାର ଟେଲ୍ ବା ଲାଞ୍ଜ ଭୂମି କିମ୍ବା ଅନ୍ୟ କୌଣସି ବସ୍ତୁକୁ ସ୍ପର୍ଶ କଲେ ତାହାକୁ ଟେଲ ଷ୍ଟ୍ରାଇକ ବୋଲି କୁହାଯାଏ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe