ସ୍ପାଇସ ଜେଟ୍ ବିମାନରେ ନିଆଁ ଲାଗିବା ଘଟଣାର ତଦନ୍ତ କରିବ ଡିଜିସିଏ

ସ୍ପାଇସ ଜେଟ୍ ବିମାନରେ ନିଆଁ ଲାଗିବା ଘଟଣାର ତଦନ୍ତ କରିବ ଡିଜିସିଏ

Image Courtesy of India Today

ନୂଆଦିଲ୍ଲୀ : ସ୍ପାଇସ ଜେଟ ବିମାନରେ ନିଆଁ ଲାଗିବା ମାମଲାର ତଦନ୍ତ କରିବେ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ) । ତେବେ ପ୍ରାଥମିକ ତଦନ୍ତରୁ ଡିଜିସିଏ ଜାଣିବାକୁ ପାଇଛନ୍ତି ଯେ ଏହି ବିମାନ ଉଡୁଥିବାବେଳେ ତାହାର ବାମ ଡେଣା ଓ ଇଂଜିନରେ ଏକ ପକ୍ଷୀମାଡ଼ ହେବାରୁ ଅଗ୍ନିଶିଖା ଦେଖାଦେଇଥିଲା । ଫଳରେ ଗୋଟିଏ ଇଂଜିନ ବନ୍ଦ ହୋଇଯାଇଥିଲା । ଫଳରେ ପାଇଲଟ ବିମାନକୁ ପାଟନା ଏୟାରପୋର୍ଟରେ ଜରୁରୀ ଅବତରଣ କରିଥିଲେ ।

ସ୍ପାଇସଜେଟର ଫ୍ଲାଇଟ ଅପରେସନ୍ସ ମୁଖ୍ୟ ଗୁରୁଚରଣ ଅରୋରା କହିଛନ୍ତି ଯେ ନିଆଁ ଦେଖାଯିବା ପରେ ବି ପାଇଲଟ ସ୍ଥିତିକୁ ଭଲଭାବେ ସମ୍ଭାଳି ନେଇଥିଲେ ।

ସୂଚନାଯୋଗ୍ୟ ଯେ ରବିବାରଦିନ ଡେଣାରେ ନିଆଁ ଲାଗିଯିବାରୁ ପାଟନାରୁ ଦିଲ୍ଲୀ ଅଭିମୁଖେ ଯାଉଥିବା ସ୍ପାଇସ୍‌ ଜେଟ୍‌ର ଏକ ବିମାନ ଆଜି ପାଟନାସ୍ଥିତ ବିହଟା ବାୟୁସେନା ବିମାନ ଘାଟିରେ ଜରୁରୀକାଳୀନ ଅବତରଣ କରିବାକୁ ବାଧ୍ୟ ହୋଇଥିଲା ।

ସ୍ପାଇସ୍‌ ଜେଟ୍‌ର ଉକ୍ତ ‘ବୋଇଙ୍ଗ୍‌ ୭୨୭’ ବିମାନରେ ଥିବା ସମସ୍ତ ୧୮୫ଜଣ ଯାତ୍ରୀ ସୁରକ୍ଷିତ ଅଛନ୍ତି ବୋଲି ବିମାନ ବନ୍ଦରସୂତ୍ରରୁ ଜଣାପଡ଼ିଛି । ପାଟନା ଜିଲ୍ଲା ମାଜିଷ୍ଟ୍ରେଟ୍‌ ଚନ୍ଦ୍ରଶେଖର ସିଂହ କହିଛନ୍ତି, ବିମାନର ବାମ ଡେଣାରେ ଅଗ୍ନିଶିଖା ଦେଖାଯାଇଥିଲା। ତେଣୁ, ବିମାନଟି ତୁରନ୍ତ ଅବତରଣ କଲା। ବିମାନ ପଙ୍ଖାର ଦୁଇଟି ପତ୍ର ମୋଡ଼ି ହୋଇଯାଇଛି। ଫୁଲ୍‌ୱାରି ଶରିଫ୍ ବାସିନ୍ଦାମାନେ ବିମାନରେ ଅଗ୍ନିଶିଖା ଦେଖି ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କୁ ସୂଚନା ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe