ଭୁବନେଶ୍ବର: ତିନିଦିନିଆ ପୁଲିସ ମହାନିର୍ଦ୍ଦେଶକ/ମହାନିରୀକ୍ଷକମାନଙ୍କ ସର୍ବଭାରତୀୟ ସମ୍ମିଳନୀ ଶୁକ୍ରବାର ଠାରୁ ଲୋକସେବା ଭବନରେ ଆରମ୍ଭ ହୋଇଯାଇଛି। ଆଜି ଅପରାହ୍ଣରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଏହି ସମ୍ମିଳନୀକୁ ଉଦ୍ଘାଟନ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ସମ୍ମିଳନୀରେ ଆସନ୍ତାକାଲି (ଶନିବାର) ଓ ରବିବାର ଯୋଗଦେବେ।
ଏହି ଖବର ପଢ଼ନ୍ତୁ: ଦେଶର ସୁରକ୍ଷା ପାଇଁ ଭୁବନେଶ୍ବରରେ ଆଲୋଚନା
ନଭେମ୍ବର ୨୯ରୁ ଡିସେମ୍ବର ପହିଲା ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଏହି ତିନି ଦିନିଆ ସମ୍ମିଳନୀରେ ଆତଙ୍କବାଦ ମୁକାବିଲା, ବାମପନ୍ଥୀ ଉଗ୍ରବାଦ, ଉପକୂଳ ସୁରକ୍ଷା, ନୂଆ ଅପରାଧ ଆଇନ, ନାର୍କୋଟିକ୍ସ ସମେତ ଜାତୀୟ ନିରାପତ୍ତାର ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ଆଲୋଚନା ହେବ। ଉଲ୍ଲେଖନୀୟ ସେବା ପାଇଁ ରାଷ୍ଟ୍ରପତି ପୁଲିସ ପଦକ ମଧ୍ୟ ଏହି ସମ୍ମିଳନୀରେ ପ୍ରଦାନ କରାଯିବ।
ଏହି ଖବର ପଢ଼ନ୍ତୁ: ଓଡ଼ିଶାର ବିକାଶ ପାଇଁ କେନ୍ଦ୍ର ସବୁବେଳେ ସମର୍ଥନ ଦେଇ ଆସୁଛି
ଏହି ସମ୍ମିଳନୀ ଦେଶର ବରିଷ୍ଠ ପୁଲିସ ପେସାଦାର ଏବଂ ସୁରକ୍ଷା ପ୍ରଶାସକମାନଙ୍କୁ ବିଭିନ୍ନ ଜାତୀୟ ସୁରକ୍ଷା ସମ୍ବନ୍ଧୀୟ ପ୍ରସଙ୍ଗ ତଥା ଭାରତରେ ପୁଲିସ ସମ୍ମୁଖୀନ ହେଉଥିବା ବିଭିନ୍ନ ପରିଚାଳନାଗତ, ଭିତ୍ତିଭୂମି ଏବଂ କଲ୍ୟାଣ ସମ୍ବନ୍ଧୀୟ ସମସ୍ୟା ଉପରେ ମୁକ୍ତ ଭାବରେ ଆଲୋଚନା ଓ ବିତର୍କ କରିବା ପାଇଁ ଏକ ମତବିନିମୟ ମଞ୍ଚ ପ୍ରଦାନ କରିବ। ଆଭ୍ୟନ୍ତରୀଣ ନିରାପତ୍ତା ବିପଦ ବ୍ୟତୀତ ଅପରାଧ ନିୟନ୍ତ୍ରଣ ଏବଂ ଆଇନ ଶୃଙ୍ଖଳା ପରିଚାଳନା ସମ୍ବନ୍ଧୀୟ ଆହ୍ୱାନର ମୁକାବିଲା ପାଇଁ ବୃତ୍ତିଗତ ଅଭ୍ୟାସ ଏବଂ ପ୍ରକ୍ରିୟାର ପ୍ରସ୍ତୁତି ଓ ଆପୋସ ବିନିମୟ ଉପରେ ଆଲୋଚନା ହେବ।
ଡିଜିପି ସମ୍ମିଳନୀ ପ୍ରତି ପ୍ରଧାନମନ୍ତ୍ରୀ ସର୍ବଦା ଗଭୀର ଆଗ୍ରହ ଦେଖାଇଛନ୍ତି। ପ୍ରଧାନମନ୍ତ୍ରୀ କେବଳ ସମସ୍ତ ଯୋଗଦାନକୁ ଧ୍ୟାନର ସହ ଶୁଣନ୍ତି ନାହିଁ ବରଂ ଖୋଲା ଓ ଅନୌପଚାରିକ ଆଲୋଚନାର ବାତାବରଣକୁ ପ୍ରୋତ୍ସାହିତ କରନ୍ତି, ଯାହା ନୂତନ ଚିନ୍ତାଧାରା ସୃଷ୍ଟି କରିବାରେ ସହାୟକ ହୋଇଥାଏ।
ଚଳିତ ବର୍ଷ ଏହି ସମ୍ମିଳନୀରେ କିଛି ଅଭିନବ ବୈଶିଷ୍ଟ୍ୟ ମଧ୍ୟ ଯୋଡାଯାଇଛି। ଯୋଗ ଅଧିବେଶନ, ବ୍ୟବସାୟ ଅଧିବେଶନ, ବ୍ରେକ୍ ଆଉଟ୍ ଅଧିବେଶନ ଏବଂ ବିଷୟବସ୍ତୁ ଭିତ୍ତିକ ଡାଇନିଂ ଟେବୁଲ ଆଲୋଚନା ଠାରୁ ଆରମ୍ଭ କରି ସମ୍ପୂର୍ଣ୍ଣ ଦିନକୁ ପ୍ରଭାବଶାଳୀ ଭାବରେ ଉପଯୋଗ କରିବାକୁ ଯୋଜନା ପ୍ରସ୍ତୁତ କରାଯାଇଛି। ଏହାଦ୍ୱାରା ବରିଷ୍ଠ ପୁଲିସ ଅଧିକାରୀମାନେ ଗୁରୁତ୍ୱପୂର୍ଣ୍ଣ ପୁଲିସିଂ ଏବଂ ଆଭ୍ୟନ୍ତରୀଣ ନିରାପତ୍ତା ପ୍ରସଙ୍ଗରେ ସେମାନଙ୍କର ଦୃଷ୍ଟିକୋଣ ଏବଂ ପରାମର୍ଶ ପ୍ରଧାନମନ୍ତ୍ରୀଙ୍କ ଆଗରେ ଉପସ୍ଥାପନ କରିବାର ଏକ ମୂଲ୍ୟବାନ ସୁଯୋଗ ପାଇବେ।
ଏହି ଖବର ପଢ଼ନ୍ତୁ: ବିଜୁଳି ଚୁକ୍ତି ସହ ଆଦାନୀର କୌଣସି ସଂପର୍କ ନାହିଁ
୨୦୧୪ ପରଠାରୁ ପୁଲିସ ଡିଜିପି ଓ ଆଇଜି ସମ୍ମିଳନୀ ସାରା ଦେଶରେ ଆୟୋଜନ କରିବାକୁ ପ୍ରଧାନମନ୍ତ୍ରୀ ପ୍ରୋତ୍ସାହିତ କରି ଆସୁଛନ୍ତି। ଏଥିପୂର୍ବରୁ ଏହି ସମ୍ମିଳନୀ ଆସାମର ଗୌହାଟୀ, କଚ୍ଛର ରଣ (ଗୁଜରାଟ), ହାଇଦ୍ରାବାଦ (ତେଲଙ୍ଗାନା), ଟେକନପୁର (ଗ୍ୱାଲିୟର, ମଧ୍ୟପ୍ରଦେଶ), ଷ୍ଟାଚ୍ୟୁ ଅଫ୍ ୟୁନିଟି (କେୱଡିଆ, ଗୁଜରାଟ), ପୁଣେ (ମହାରାଷ୍ଟ୍ର), ଲକ୍ଷ୍ନୌ (ଉତ୍ତରପ୍ରଦେଶ), ନୂଆଦିଲ୍ଲୀ ଏବଂ ଜୟପୁର (ରାଜସ୍ଥାନ)ରେ ଅନୁଷ୍ଠିତ ହୋଇଛି। ଏହି ପରମ୍ପରାକୁ ବଜାୟ ରଖି ଭୁବନେଶ୍ୱର (ଓଡ଼ିଶା) ଠାରେ ଏଥର ୫୯ତମ ପୁଲିସ ଡିଜିପି ଓ ଆଇଜି ସମ୍ମିଳନୀ ୨୦୨୪ ଆୟୋଜନ କରାଯାଉଛି।
ଏହି ଖବର ପଢ଼ନ୍ତୁ: ଗାଁକୁ ପଳାଇଲେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ
ଏହି ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ଗୃହମନ୍ତ୍ରୀଙ୍କ ବ୍ୟତୀତ ପ୍ରମୁଖ ସଚିବ, ଜାତୀୟ ସୁରକ୍ଷା ପରାମର୍ଶଦାତା, ଗୃହ ରାଷ୍ଟ୍ରମନ୍ତ୍ରୀ, ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳର ଡିଜିପି ଏବଂ କେନ୍ଦ୍ରୀୟ ପୁଲିସ ସଂଗଠନର ମୁଖ୍ୟମାନେ ଯୋଗ ଦେଉଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2024/11/29/Mkq61CGKMMwPwjd8xOL4.jpg)