୭୨ ଘଣ୍ଟା ମଧ୍ୟରେ ସୋସିଆଲ ମିଡ଼ିଆରୁ ହଟାଅ ବନ୍ଧୁକ ସହ ଜଡିତ ପୋଷ୍ଟ, ନହେଲେ ହେବ କେସ: ପଞ୍ଜାବ ଡିଜିପି

୭୨ ଘଣ୍ଟା ମଧ୍ୟରେ ସୋସିଆଲ ମିଡ଼ିଆରୁ ହଟାଅ ବନ୍ଧୁକ ସହ ଜଡିତ ପୋଷ୍ଟ, ନହେଲେ ହେବ କେସ: ପଞ୍ଜାବ ଡିଜିପି

IndyStar

ଚଣ୍ଡୀଗଡ଼: ପଞ୍ଜାବ ପୁଲିସ ଆଜି ଲୋକଙ୍କୁ ଏକ ଅପିଲ କରିଛି | ସୋସିଆଲ ମିଡିଆ ହ୍ୟାଣ୍ଡେଲରୁ ବନ୍ଧୁକ ସଂସ୍କୃତି(ଗନ କଲଚର) କୁ ପ୍ରୋତ୍ସାହିତ କରୁଥିବା ଆପତ୍ତିଜନକ ପୋଷ୍ଟ ହଟାଇବାକୁ ଲୋକଙ୍କୁ ୭୨ଘଣ୍ଟା (ତିନି ଦିନ) ସମୟ ଦେଇଛି। ପୁଲିସ କହିଛି ଯେ ଆସନ୍ତା ୭୨ ଘଣ୍ଟା ମଧ୍ୟରେ ସେହି ସବୁ ପୋଷ୍ଟ ନ ହଟାଇଲେ ମାମଲା ରୁଜୁ ହେବ | ସୂଚନା ମୁତାବକ ନଭେମ୍ବର ୧୩ ରେ ମାନ ସରକାର ବନ୍ଧୁକ ସହ ଅସ୍ତ୍ରଶସ୍ତ୍ର ରଖିବାକୁ ନେଇ ଏକ ବଡ଼ ନିଷ୍ପତ୍ତି ନେଇଥିଲେ । ଏଥିପାଇଁ ପଞ୍ଜାବ ସରକାର ଏକ ଗାଇଡଲାଇନ ଜାରି କରିଥିଲେ। ନିର୍ଦ୍ଦେଶାବଳୀରେ କୁହାଯାଇଥିଲା ଯେ ଅସ୍ତ୍ରଶସ୍ତ୍ରର ସର୍ବସାଧାରଣ ପ୍ରଦର୍ଶନକୁ ନିଷେଧ କରାଯିବ। ଏହା ସହିତ ଅସ୍ତ୍ରଶସ୍ତ୍ରର ଲାଇସେନ୍ସ ମଧ୍ୟ ଏତେ ସହଜରେ ମିଳିବ ନାହିଁ। ଯେଉଁମାନେ ନିଜ ପାଖରେ ବନ୍ଧୁକ ରଖୁଛନ୍ତି ସେମାନଙ୍କର ବନ୍ଧୁକ ଯାଞ୍ଚ କରାଯିବ।

ଏହା ସହ ଆଉ ପଞ୍ଜାବୀ ଗୀତରେ ଅସ୍ତ୍ରଶସ୍ତ୍ରକୁ ଦେଖାଇ ହେବ ନାହିଁ ବୋଲି କୁହାଯାଇଥିଲା। ଆଜି ପୁଲିସ ମହାନିର୍ଦ୍ଦେଶକ ଗୌରବ ଯାଦବ ଟ୍ୱିଟ୍ କରି କହିଛନ୍ତି ଯେ ଆସନ୍ତା ୭୨ ଘଣ୍ଟା ମଧ୍ୟରେ ସୋସିଆଲ ମିଡିଆ ହ୍ୟାଣ୍ଡେଲରୁ ଆପତ୍ତିଜନକ ବିଷୟବସ୍ତୁ ହଟାଇବାକୁ ସମସ୍ତଙ୍କୁ ଅନୁରୋଧ କରାଯାଉଛି । ସେ କହିଛନ୍ତି, “ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ଯେ ଆଗାମୀ ତିନି ଦିନ ପାଇଁ କୌଣସି ମାମଲା ରୁଜୁ କରାଯିବ ନାହିଁ | ଲୋକ ନିଜଆଡୁ ଏସବୁ କଣ୍ଟେଣ୍ଟ ହଟାଇଦିଅନ୍ତୁ | ଉଲ୍ଲେଖ ଥାଉ କି ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ବନ୍ଧୁକ ଲାଇସେନ୍ସକୁ ଆସନ୍ତା ୩ ମାସ ମଧ୍ୟରେ ସମୀକ୍ଷା କରିବାକୁ କୁହାଯାଇଥିଲା। ଏହା ପରେ ଡିଜିପି ରାଜ୍ୟର ସମସ୍ତ ବନ୍ଧୁକ ଦୋକାନ ଏବଂ ଷ୍ଟକକୁ ବାଧ୍ୟତାମୂଳକ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe