ଧାନବାଦ ଆପାର୍ଟମେଣ୍ଟରେ ଭୟାବହ ଅଗ୍ନିକାଣ୍ଡ, ୪ ଶିଶୁଙ୍କ ସମେତ ୧୪ ମୃତ

Advertisment
ଧାନବାଦ ଆପାର୍ଟମେଣ୍ଟରେ ଭୟାବହ ଅଗ୍ନିକାଣ୍ଡ, ୪ ଶିଶୁଙ୍କ ସମେତ ୧୪ ମୃତ

ଧାନବାଦ: ଝାଡ଼ଖଣ୍ଡର ଧାନବାଦରେ ଆଜି ଏକ ଆପାର୍ଟମେଣ୍ଟ‌ରେ ଭୟାବହ ଅଗ୍ନିକାଣ୍ଡ ହୋଇ ୧୪ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୪ ଜଣ ଶିଶୁ ଓ ୮ ଜଣ ମହିଳା ଥିବା ଜଣାପଡ଼ିଛି। ଅଗ୍ନିକାଣ୍ଡ ହୋଇଥିବା ଆପାର୍ଟମେଣ୍ଟର ନାମ ଆର୍ଶୀବାଦ ଟାୱାର ଏବଂ ଏହା ସହରର ଅନ୍ୟତମ ପ୍ରମୁଖ ଅଞ୍ଚଳ ଜୋର୍‌ଫାଟକରେ ଅବସ୍ଥିତ। ପ୍ରଥମେ ତୃତୀୟ ମହଲାରେ ନିଆଁ ଲାଗିଥିଲା ଏବଂ ଆଖି ପିଛୁଳାକେ ଏହା ଚାରି ଆଡ଼କୁ ବ୍ୟାପି ଯାଇଥିଲା। ୨୦ଟି ଅଗ୍ନି ନିର୍ବା‌ପକ ଦଳ ନିଆଁ ଲିଭା କାର୍ଯ୍ୟରେ ମୁତୟନ ହୋଇଛନ୍ତି। ତେବେ ଅଗ୍ନିକାଣ୍ଡର କାରଣ କ’ଣ ସ୍ପଷ୍ଟ ଜଣାପଡ଼ିନି। ଅନେକ ଲୋକ ନିଆଁ ଘେରରେ ଫସି ରହିଥିବା ଆଶଙ୍କା କରାଯାଉଛି ।

ଅଗ୍ନିଶମ ବାହିନୀରୁ ୩୦ରୁ ଅଧିକ ଲୋକଙ୍କୁ ଉଦ୍ଧାର କରିଥିବା ବେଳେ ସେମାନଙ୍କ ମଧ୍ୟରୁ ଅନେକ ଗୁରୁତର ଆହତ ହୋଇଛନ୍ତି ଏବଂ ସମସ୍ତଙ୍କୁ ପାଟଳିପୁତ୍ର ନର୍ସିଂ ହୋମ୍‌ରେ ଭର୍ତ୍ତି କରାଯାଇଛି। ୪ ଦିନ ମଧ୍ୟରେ ଏହା ଧାନବାଦରେ ଦ୍ବିତୀୟ ବଡ଼ ବଡ଼ ଅଗ୍ନିକାଣ୍ଡ। । ଗତ ଶନିବାର ଦିନ ଏକ ନର୍ସିଂ ହୋମ୍‌ରେ ଘଟିଥିବା ଅଗ୍ନିକାଣ୍ଡରେ ଡାକ୍ତର ଦମ୍ପତି ସମେତ ୫ ଜଣଙ୍କର ମୃତ୍ୟୁ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe