ଭୂସ୍ଖଳନ ପରେ ନିଖୋଜ ଥିବା ମୋ ପରିବାର ସଦସ୍ୟଙ୍କୁ ମୁଁ କ’ଣ ଆଉ ଫେରି ପାଇବି: ଶ୍ରମିକ

Advertisment

ନେପାଳରୁ ଶ୍ରମିକ ଭାବରେ କାମ କରିବାକୁ ଆସିଥିବା ବୀର ସିଂହ କହିଛନ୍ତି, ‘ଭୂସ୍ଖଳନ ନେଇଗଲା କି ମୋର ସମସ୍ତ ପରିବାର ସଦସ୍ୟଙ୍କ ଜୀବନ। ସେମାନଙ୍କୁ ମୁଁ ଆଉ ଫେରି ପାଇବି କି ନାହିଁ ଜାଣିନାହିଁ।’

ନେପାଳରୁ ଶ୍ରମିକ ଭାବରେ କାମ କରିବାକୁ ଆସିଥିବା ବୀର ସିଂହ କହିଛନ୍ତି, ‘ଭୂସ୍ଖଳନ ନେଇଗଲା କି ମୋର ସମସ୍ତ ପରିବାର ସଦସ୍ୟଙ୍କ ଜୀବନ। ସେମାନଙ୍କୁ ମୁଁ ଆଉ ଫେରି ପାଇବି କି ନାହିଁ ଜାଣିନାହିଁ।’

New Project (16)

ଡେରାଡୁନ: ଗତମଙ୍ଗଳବାର ଦିନ ଉତ୍ତରକାଶୀର ଧରାଲିରେ ପ୍ରାକୃତିକ ବିପର୍ଯ୍ୟୟ ଅନେକ ଘରଦ୍ବାର, ରାସ୍ତଘାଟ, ଦୋକାନ ବଜାର ସମେତ ଲୋକଙ୍କୁ ଭସାଇ ନେଇଛି।

ଏହି ଶକ୍ତିଶାଳୀ ପ୍ରାକୃତିକ ବିପର୍ଯ୍ୟୟ ଧରାଲି ଗାଁକୁ ସମ୍ପୂର୍ଣ୍ଣ ଭାବରେ ଧ୍ୱଂସାବଶେଷରେ ପରିଣତ କରି ଦେଇଛି। ଏବେ ବି ପାଗ ଖରାପ ରହିଛି। ଅନେକ ସ୍ଥାନରେ ରାସ୍ତା ଭାଙ୍ଗି ଯାଇ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ଏହି ଅସୁବିଧା ଯୋଗୁ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି। ଯେଉଁ କାରଣରୁ ଭୂସ୍ଖଳନ ପରେ ନିଖୋଜ ହୋଇଯାଇଥିବା ଲୋକଙ୍କ ପ୍ରିୟଜନମାନେ ସେମାନଙ୍କ ପରିବାର ସଦସ୍ୟଙ୍କୁ ଫେରି ପାଇବାର ଆଶା ଛାଡ଼ି ଦେଲେଣି।

ନେପାଳରୁ ଶ୍ରମିକ ଭାବରେ କାମ କରିବାକୁ ଆସିଥିବା ବୀର ସିଂହ କହିଛନ୍ତି, ‘ବାଦଲଫଟା ବର୍ଷା ହେତୁ ବନ୍ୟା ଆସି ଭୟାବହ ଭୂସ୍ଖଳନ ହୋଇଥିଲା। ଭୂସ୍ଖଳନ ପରଠାରୁ ମୋର ଶିବିରରୁ ୨୫ ଜଣ ସଦସ୍ୟ ନିଖୋଜ ହୋଇଛନ୍ତି। ଆମେ ସମସ୍ତେ ମିଶି ଧରାଲିରେ ଏକ ରାସ୍ତା ନିର୍ମାଣରେ କାମ କରୁଥିଲୁ।

ହଠାତ୍ ଆମ ଶିବିର ନିକଟକୁ ପାଣି ପଶି ଆସି ଜଳବନ୍ଦୀ ହୋଇଯାଇଥିଲା। ମୋ ସହିତ ଶିବିରରେ ଥିବା ମୋର ସ୍ତ୍ରୀ, ପିଲାଛୁଆ ସମତେ ପରିବାର ଅନ୍ୟ ସଦସ୍ୟମାନେ ଏହି ପ୍ରାକୃତିକ ବିପର୍ଯ୍ୟୟ ପରେ କେଉଁ ଆଡେ ନିଖୋଜ ହୋଇଯାଇଛନ୍ତି ଯେ ଆଜି ପର୍ଯ୍ୟନ୍ତ ସେମାନଙ୍କର କୌଣସି ପ୍ରକାର ସନ୍ଧାନ ମିଳି ପାରୁ ନାହିଁ। ଭୂସ୍ଖଳନ ନେଇଗଲା କି ମୋର ସମସ୍ତ ପରିବାର ସଦସ୍ୟଙ୍କ ଜୀବନ। ସେମାନଙ୍କୁ ମୁଁ ଆଉ ଫେରି ପାଇବି କି ନାହିଁ ଜାଣିନାହିଁ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe