ଧର୍ମେନ୍ଦ୍ର ହୋଇପାରନ୍ତି ରାଜ୍ୟସଭାରେ ବିଜେପିର ନେତା!

Advertisment
ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ ସମାରୋହ: ଓଡ଼ିଆ ଭାଷା ଆମ ଅସ୍ମିତାର ପରିଚୟ ବୋଲି କହିଲେ ଧର୍ମେନ୍ଦ୍ର

Entrackr

ନୁଆଦିଲ୍ଲୀ : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଆଉ ଏକ ଗୁରୁଦାୟିତ୍ବ ମିଳିବାର ସମ୍ଭାବନା ରହିଛି। ରାଜ୍ୟସଭାରେ ବିଜେପି ନେତା ହୋଇପାରନ୍ତି ଧର୍ମେନ୍ଦ୍ର। ରାଜ୍ୟସଭାର ନେତା ପାଇଁ ଧର୍ମେନ୍ଦ୍ରଙ୍କ ନାମ ସବୁଠାରୁ ଆଗରେ ଥିବାର ଚର୍ଚ୍ଚା ଜୋର ଧରିଛି।

ରାଜ୍ୟସଭାର ନେତା ଥିବା ଥାବରଚନ୍ଦ୍ର ଗେହୋଲତଙ୍କୁ ନିକଟରେ ରାଜ୍ୟପାଳ ଭାବେ ନିଯୁକ୍ତି କରାଯିବା ପରେ ବର୍ତ୍ତମାନ ରାଜ୍ୟସଭାରେ ବିଜେପି ନେତା ପଦ ଖାଲି ରହିଛି। ଧର୍ମେନ୍ଦ୍ରଙ୍କ ସମେତ ଅନ୍ୟ ଯେଉଁ ଚାରି ବରିଷ୍ଠ ନେତାଙ୍କ ନାମ ରାଜ୍ୟସଭ‌ାର ନେତା ପାଇଁ ଚର୍ଚ୍ଚା ହେଉଛି ସେମାନଙ୍କ ମଧ୍ୟରେ ଅଛନ୍ତି ବିଜେପି ସଭାପତି ଜେ.ପି.ନଡ୍ଡା, କେନ୍ଦ୍ର ମନ୍ତ୍ରୀ ପୀୟୂଷ ଗୋୟଲ, ନିର୍ମଳା ସୀତାରମଣ ଏବଂ ମୁକତାର ଅବାସ ନକୱୀ। ସୁତ୍ର ଅନୁସାରେ କ୍ୟାବିନେଟ ମନ୍ତ୍ରୀଙ୍କୁ ରାଜ୍ୟସଭାର ନେତା ରୂପେ ମନୋନୀତ କରାଯିବାର ଦୃଷ୍ଟାନ୍ତ ରହିଛି। ସଂସଦର ମୌସୁମୀ ଅଧିବେଶନ ଆସନ୍ତା ୧୯ରୁ ଆରମ୍ଭ ହେଉଥିବାରୁ ଅଧିବେଶନ ପୂର୍ବରୁ ରାଜ୍ୟସଭା‌ରେ ବିଜେପି ସଂସଦୀୟ ଦଳର ନେତାଙ୍କ ନାମ ଘୋଷଣା କରାଯିବାର ସମ୍ଭାବନା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe