ଇସ୍ପାତ ମନ୍ତ୍ରଣାଳୟ ୱେବିନାର୍‌ରେ ଧର୍ମେନ୍ଦ୍ର

Advertisment
ରାମ ମନ୍ଦିର ନିର୍ମାଣରେ ଓଡ଼ିଶାବାସୀ ସହଯୋଗ କରିବାକୁ ନିବେଦନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

News Intervention

ନୂଆଦିଲ୍ଲୀ: ଇସ୍ପାତ ମନ୍ତ୍ରଣାଳୟ ଓ ସିଆଇଆଇ ପକ୍ଷରୁ ଆୟୋଜନ କରାଯାଇଥିବା ୱେବିନାର୍‌ରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ ପ୍ରବାସୀ ଶ୍ରମିକଙ୍କ ପାଇଁ କମ୍ ମୂଲ୍ୟର ଘର ନିର୍ମାଣରେ ସରକାରଙ୍କ ସହଯୋଗୀ ହେବାକୁ ଇସ୍ପାତ ଶିଳ୍ପକୁ ଆହ୍ବାନ ଦେଇଛନ୍ତି। ଗୃହ ଓ ନିର୍ମାଣ, ବିମାନ ଚଳାଚଳ ‌କ୍ଷେତ୍ରରେ ଇସ୍ପାତର ବ୍ୟବହାର ବଢ଼ାଇବାକୁ ସେ କହିଛନ୍ତି। ଦେଶରେ ଇସ୍ପାତ ବ୍ୟବହାର ବଢ଼ାଇବା ଲାଗି ଅନେକ ସମ୍ଭାବନା ରହିଛି ବୋଲି ସେ କହିଛନ୍ତି। ଅପ‌ର ପକ୍ଷରେ କରୋନା ସଙ୍କଟ ସମୟରେ ଭାରତୀୟ ଶିଳ୍ପର ପ୍ରୋତ୍ସାହନ କାରଣରୁ ବହୁ ସଂଖ୍ୟାରେ ପିପିଇ କିଟ୍, ମାସ୍କ ଓ ଭେଣ୍ଟିଲେଟର ଉତ୍ପାଦନରେ ବୃଦ୍ଧି ଘଟିଛି। ଭାରତୀୟ ଔଷଧ କଂପାନି ୧୫୦ଟି ଦେଶକୁ ଔଷଧ ଯୋଗାଉଛନ୍ତି ବୋଲି ସେ କହିଛନ୍ତି। ଏହି ୱେବିନାରରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂହ ପୁରୀ, ଇସ୍ପାତ ରାଷ୍ଟ୍ରମନ୍ତ୍ରୀ ଫଗନ ସିଂହ କୁଲସ୍ତେ ଓ ଅନ୍ୟମାନେ ଅଂଶଗ୍ରହଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe