ମୁମ୍ବାଇ: ଚାଲିଛି ହିନ୍ଦୀ ପିଲ୍ମର ହି-ମ୍ୟାନ୍ ଧର୍ମେନ୍ଦ୍ରଙ୍କ ଶେଷ ଦର୍ଶନ । ମୁମ୍ବାଇ ପବନହଂସ ଶ୍ମଶାନରେ ଧର୍ମେନ୍ଦ୍ରଙ୍କ ଶେଷ ଦର୍ଶନ ପାଇଁ ପହଞ୍ଚୁଛନ୍ତି ବଡ଼ ବଡ଼ କଳାକାର । ଶେଷ ବିଦାୟ ପୂର୍ବରୁ ଦର୍ଶନ ପାଇଁ ପହଞ୍ଚିଲେ ଦୀପିକା ପାଦୁକୋନ୍, ରଣବୀର ସିଂହ, ସଲମନ ଖାନ୍, ସଞ୍ଜୟ ଦତ୍ତ, ଅମିର ଖାନ, ହେମା ମାଲିନୀ, ଶାହାରୁଖ୍ ଖାନ ପହଞ୍ଚିଛନ୍ତି । ପବନହଂସ ଶ୍ମଶାନରେ ହିଁ ଧର୍ମେନ୍ଦ୍ରଙ୍କ ଶେଷକୃତ୍ୟ କରାଯିବ ।
/filters:format(webp)/sambad/media/media_files/2025/11/24/untitled-9-2025-11-24-14-13-21.jpg)
ତେବେ ଆଜି ଆରପାରିକୁ ଚାଲିଯାଇଛନ୍ତି ବଲିଉଡ୍ ଅଭିନେତା ଧର୍ମେନ୍ଦ୍ର । ମୁମ୍ବାଇର ଏକ ଘରୋଇ ହସ୍ପିଟାରେ ଆଖିବୁଜିଛନ୍ତି ଧର୍ମେନ୍ଦ୍ର । ୮୯ ବର୍ଷ ବୟସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି । ବଲିଉଡର ହି-ମ୍ୟାନ୍ ଭାବରେ ଜଣାଶୁଣା ଧର୍ମେନ୍ଦ୍ରଙ୍କର ୮୯ ବର୍ଷ ବୟସରେ ପରଲୋକ ହୋଇଯାଇଛି । ଏହି ଖବର ପୂରା ସିନେ ଜଗତରେ ଶୋକର ଛାୟା ଖେଳାଇଦେଇଛି । ଶ୍ୱାସକ୍ରିୟାରେ ଅସୁବିଧା ହେତୁ ତାଙ୍କୁ ସୋମବାର ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଆଉ ଶେଷରେ ସେ ଆଖି ବୁଜିଛନ୍ତି ।
ଅଧିକ ପଢନ୍ତୁ- Dharmendra's Net Worth: ଧର୍ମେନ୍ଦ୍ର ବହୁ ହିଟ୍ ଫିଲ୍ମରେ କାମ କରିଥିଲେ: ପ୍ରଥମ ଫିଲ୍ମ ପାଇଁ ପାରିଶ୍ରମିକ ମିଳିଥିଲା ୫୧ ଟଙ୍କା
/filters:format(webp)/sambad/media/media_files/2025/11/24/pm-modi-2025-11-24-15-50-05.jpg)
ଅଧିକ ପଢନ୍ତୁ- Bollywood's 'Dharam Paaji' NoMore: ୨୫ ଡିସେମ୍ବରରେ ଧର୍ମେନ୍ଦ୍ରଙ୍କର ଫିଲ୍ମ ‘ଇକ୍କିସ୍’ ମୁକ୍ତିଲାଭ କରିବାକୁ ଯାଉଛି
୩୦୦ରୁ ଅଧିକ ଫିଲ୍ମରେ କାମ କରିଛନ୍ତି
ଧର୍ମେନ୍ଦ୍ର ହିନ୍ଦୀ ସିନେମାର ସବୁଠାରୁ ସମ୍ମାନିତ ଏବଂ ଲୋକପ୍ରିୟ ତାରକାମାନଙ୍କ ମଧ୍ୟରୁ ଜଣେ ଥିଲେ । ସାତ ଦଶନ୍ଧିରୁ ଅଧିକ ସମୟ ଧରି ତାଙ୍କର କ୍ୟାରିୟରରେ, ସେ ୩୦୦ରୁ ଅଧିକ ଫିଲ୍ମରେ ଅଭିନୟ କରିଥିଲେ, ଯେଉଁଥିରେ "ଶୋଲେ", "ଚୁପକେ ଚୁପକେ", "ସୀତା ଔର ଗୀତା" ଏବଂ "ଧରମ ବୀର" ଭଳି ସୁପରହିଟ୍ ଫିଲ୍ମ ଅନ୍ତର୍ଭୁକ୍ତ । ତାଙ୍କ ସଂଳାପଗୁଡ଼ିକ ଏବେ ବି ବହୁଳ ଭାବରେ ପ୍ରଚଳିତ, ଯେଉଁଥିରେ "ଶୋଲେରେ ବାସନ୍ତୀ ଇନ୍ କୁତୋ କେ ଆଗେ ମତ ନାଚନା" ଏକ ପ୍ରମୁଖ ହିଟ୍ ଫିଲ୍ମ ଥିଲା ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2025/11/24/dharmendra-last-rites-2025-11-24-18-21-55.jpg)