ଏୟାର ଇଣ୍ଡିଆ ବିମାନରେ ଢ଼ୋଲ ବଜାଇ ନୃତ୍ୟ କଲେ : ଭିଡ଼ିଓ ହେଲା ଭାଇରାଲ

ଏୟାର ଇଣ୍ଡିଆ ବିମାନରେ ଢ଼ୋଲ ବଜାଇ ନୃତ୍ୟ କଲେ : ଭିଡ଼ିଓ ହେଲା ଭାଇରାଲ

khabar.ndtv.com

ନୁଆଦିଲ୍ଲୀ : ବର୍ତ୍ତମାନ କିଛି ଦିନ ହେବ ବିମାନ ଯାତ୍ରା ସମୟରେ ଅନେକ ନୂଆ ଘଟଣା ଦେଖିବାକୁ ମିଳୁଛି। ପୁଣି ଏ ନେଇ ଅନେକ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ମଧ୍ୟ ହେଉଛି । ତେବେ ପ୍ରାୟ ୮ ବର୍ଷ ପରେ ଅମୃତସର ଏବଂ ବର୍ମିଂହାମକୁ ସିଧାସଳଖ ଏୟାର ଇଣ୍ଡିଆ ବିମାନ ସେବା ଆରମ୍ଭ କରିଛି। ଏହି ଅବସରକୁ ଉତ୍ସାହର ସହ ପାଳିବା ପାଇଁ ବହୁତ ସୁନ୍ଦର ସରପ୍ରାଇଜର ବ୍ୟବସ୍ଥା କରିଥିଲେ ଏୟାର ଇଣ୍ଡିଆ କର୍ମଚାରୀ । ବିମାନ ଉଡ଼ାଣ ଭରିବା ପୂର୍ବରୁ ହିଁ ବିମାନ ମଧ୍ୟରେ ଢ଼ୋଲ ବଜାଇଥିଲେ। ବିମାନରେ ଯାତ୍ରା କରୁଥିବା ଯାତ୍ରୀ ଏହାର ଭିଡ଼ିଓ ପ୍ରସ୍ତୁତ କରି ସୋସିଆଲ ମିଡ଼ିଆରେ ଛାଡ଼ିଥିଲେ, ଯାହା ଭାଇରାଲ ହୋଇଥିଲା। ଏୟାର ଇଣ୍ଡିଆର ଯାତ୍ରୀ ଏବଂ କର୍ମଚାରୀମାନେ ମଧ୍ୟ କରତାଳି ବଜାଇ ଏହାକୁ ସମର୍ଥନ ଦେବା ସହ ବହୁତ ମଜା କରିଥିଲେ।

ଘଟଣା ଅନୁଯାୟୀ, ଅମୃତସରରୁ ଇଂଲଣ୍ଡ ଯିବା ପାଇଁ ଏହା ପ୍ରଥମ ସିଧାସଳଖ ବିମାନ । ଏହି ବିମାନ ସେବା ଆରମ୍ଭ ହେବା ପରେ ଅମୃତସରର ସ୍ୱର୍ଣ୍ଣମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁଙ୍କ ମଧ୍ୟରେ ଉତ୍ସାହର ଲହରୀ ଖେଳିଯାଇଛି । କାରଣ ଏହା ପୂର୍ବରୁ ତାଙ୍କୁ ନୂଆଦିଲ୍ଲୀ ପର୍ଯ୍ୟନ୍ତ ଆସି, ପୁଣି ସେଠାରୁ ଅମୃତସର ଯିବାକୁ ପଡ଼ୁଥିଲା। ବର୍ତ୍ତମାନ କିନ୍ତୁ ଅମୃତସରକୁ ଆସିବା ପାଇଁ ସେମାନଙ୍କୁ ଦିଲ୍ଲୀ ଯିବାକୁ ପଡ଼ିବ ନାହିଁ । ଏହି ଭିଡ଼ିଓକୁ ସୋସିଆଲ ମିଡ଼ିଆରେ ଢ଼ୋଲବ୍ଲାଷ୍ଟର ନାମରେ ସେୟାର କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe