ଏହି କାରଣରୁ ମୋଦି ଓ ଅକ୍ଷୟ କୁମାରଙ୍କ ଉପରେ ରାଗି ଗଲେ ଦିଆ, ପଚାରିଲେ ଏଭଳି ପ୍ରଶ୍ନ

Advertisment
ଏହି କାରଣରୁ ମୋଦି ଓ ଅକ୍ଷୟ କୁମାରଙ୍କ ଉପରେ ରାଗି ଗଲେ ଦିଆ, ପଚାରିଲେ ଏଭଳି ପ୍ରଶ୍ନ

ମୁମ୍ବାଇ: ଗତ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁମ୍ବାଇର ରାଜଭବନରେ ବଲିଉଠ୍‌ ପ୍ରତିନିଧିମଣ୍ଡଳ ସହିତ ସାକ୍ଷାତ କରିଥିଲେ। ଏହି ବୈଠକରେ ମନୋରଞ୍ଜନ ଜଗତ ବିଷୟରେ ଆଲୋଚନା କରାଯାଇଥିଲା। କିନ୍ତୁ ସିନେମା ଜଗତକୁ ଆହୁରି ଉନ୍ନତୀ କରିବା ପାଇଁ ହୋଇଥିବା ବୈଠକ ଏବେ ଆଲୋଚନା ପରିସରରେ ରହିଛି। ଏହି ମିଟିଂର ଫଟୋ ବଲିଉଡ୍‌ ସୁପରଷ୍ଟାର ଅକ୍ଷୟ କୁମାର ଟୁଇଟ କରିଥିଲେ, ଯାହାକୁ ଦେଖିବା ପରେ ଅଭିନେତ୍ରୀ ଦିଆ ମିର୍ଜା ରାଗି ଯାଇଥିଲେ, କାରଣ ଏହି ମିଟିଂରେ ଜଣେ ହେଲେ ବି ମହିଳା ନଥିଲେ।

publive-image

ଦିଆ ଟୁଇଟରରେ ଅକ୍ଷୟଙ୍କ ଟୁଇଟ୍‌ର ରି-ଟୁଇଟ କରି ପ୍ରଶ୍ନ କରିଥିଲେ, ‘ଅକ୍ଷୟ କୁମାର କ’ଣ ଏହି କଥାର କିଛି କାରଣ ରହିଛି, ମିଟିଂରେ ଜଣେ ହେଲେ ବି ମହିଳା ନାହାନ୍ତି।’ ଦିଆଙ୍କ ଏଭଳି ପ୍ରଶ୍ନ ପରେ ଲୋକମାନେ ବି ପ୍ରଶ୍ନ କରିବା ଆରମ୍ଭ କରି ଦେଇଥିଲେ। ଯାହା ପରେ ଏହି ବୈଠକ ବିବାଦ ଘେରକୁ ଚାଲି ଆସିଛି।  କିଛି ଲୋକ ଦିଆଙ୍କ ଏଭଳି ପ୍ରଶ୍ନକୁ ପ୍ରଶଂସା କରିଛନ୍ତି ତ ଆଉ କେହି ପ୍ରତ୍ୟେକ ସ୍ଥାନରେ ମହିଳା ନିଜକୁ ସମାନ ଭାବିବ ଠିକ୍‌ ନୁହେଁ ବୋଲି ଦିଆଙ୍କୁ କହିଛନ୍ତି।

publive-image

ପ୍ରଧାନମନ୍ତ୍ରୀଙ୍କ ସହିତ ସାକ୍ଷାତ ସମୟରେ ସିନେ ନିର୍ମାତା ରିତେଶ ସିଧବାନୀ, କରଣ ଜୋହର, ସିନେ ନିର୍ମାତା ଗିଲ୍ଡର ଅଧ୍ୟକ୍ଷ ସିଦ୍ଧାର୍ଥ ରାଏ କୁପର, ରାକେଶ ରୋଶନ୍‌, ରାଣି ସ୍କ୍ରୁଓ୍ଵାଲା  ପ୍ରମୁଖ ସାମିଲ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe