‘ଇନ୍‌ସୁଲିନ୍‌’ ଥଣ୍ଡା ରଖିବାକୁ ହଇରାଣ ହେଉଛନ୍ତି ସୁଦାନର ଡାଇବେଟିକ୍‌ ଶରଣାର୍ଥୀ

‘ଇନ୍‌ସୁଲିନ୍‌’ ଥଣ୍ଡା ରଖିବାକୁ ହଇରାଣ ହେଉଛନ୍ତି ସୁଦାନର ଡାଇବେଟିକ୍‌ ଶରଣାର୍ଥୀ

Image Courtesy of NDTV

ନୂଆଦିଲ୍ଲୀ: ସଂଘର୍ଷ ପ୍ରପୀଡ଼ିତ ସୁଦାନର ମଧୁମେହ ଆକ୍ରାନ୍ତ (ଡାଇବେଟିକ୍‌) ଶରଣାର୍ଥୀମାନଙ୍କ ପାଇଁ ଏବଂ ବରଫ ବ୍ୟାଗ୍‌ ଓ ଓଦା ଟାୱେଲ୍‌ ଜୀବନ ରକ୍ଷାକାରୀ ଜରୁରୀ ସାମଗ୍ରୀ ପାଲଟି ଯାଇଛି ବୋଲି ‘ଦି ଗାର୍ଡିଆନ୍‌’ ରିପୋର୍ଟ କରିଛି।

ହିଂସାପ୍ରବଣ ଅଞ୍ଚଳରୁ ଖସି ପଳାଇବା ପାଇଁ ଉଦ୍ୟମ କରୁଥିବା ବ‌େଳେ ସେମାନେ ପ୍ରବଳ ଉତ୍ତାପରୁ ସେମାନଙ୍କ ‘ଇନ୍‌ସୁଲିନ୍‌’ଗୁଡ଼ିକୁ (ଇଞ୍ଜେକ୍‌ସନ୍‌) ଶୀତଳ କରି ରଖିବା ପାଇଁ ବଡ଼ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି।

ଉଲ୍ଲେଖଯୋଗ୍ୟ, ‘ଇନ୍‌ସୁଲିନ୍‌’ ହେଉଛି ଅନେକ ମଧୁମେହ ରୋଗାକ୍ରାନ୍ତଙ୍କ ଗୁରୁତ୍ବପୂର୍ଣ୍ଣ ଔଷଧ। ସୁପ୍ରଭାବ କ୍ଷୟ ନ ହେବା ପାଇଁ ଏହାକୁ ଶୀତଳ ପରିବେଶରେ ରଖାଯିବା ଉଚିତ। କିନ୍ତୁ, ସଂଘର୍ଷ ଯୋଗୁଁ ଡାକ୍ତରଖାନା ଓ ଔଷଧ କମ୍ପାନି ସବୁ ବନ୍ଦ ରହିଥିବା ବ‌େଳେ ସେମାନଙ୍କର ‘କୋଲ୍‌ଡ୍‌ ଷ୍ଟୋରେଜ୍‌ ଫାସିଲିଟି’ ସବୁ ନଷ୍ଟ ହୋଇଯାଇଛି।

ଆର୍‌ୱା ଜାକି ମୁସ୍ତଫା ନାମରେ ଜଣେ ବ୍ୟକ୍ତି ଗଣମାଧ୍ୟମ ‘ଦି ଗାର୍ଡିଆନ୍‌’କୁ କହିଛନ୍ତି, ମୁଁ ଓ ମୋ ଭଉଣୀ ‘ଇନ୍‌ସୁଲିନ୍‌’ ଉପରେ ନିର୍ଭରଶୀଳ ହୋଇଥିବାରୁ ଖୁବ୍‌ ଉଦ୍‌ବିଗ୍ନ ଅଛୁ। ମୁଁ ଜଣେ ‘ଟାଇପ୍‌ ୧’ ମଧୁମେହ ରୋଗୀ ହୋଇଥିବାରୁ ‘ଇନ୍‌ସୁଲିନ୍‌’ ମୋ ପାଇଁ ଅପରିହାର୍ଯ୍ୟ। ପିଲାମାନଙ୍କ ପାଇଁ ଯଥେଷ୍ଟ ଖାଦ୍ୟ ଓ ରେସନ୍‌ ନ ଥିବାରୁ ମୋତେ ମୃତ୍ୟୁମୁଖରେ ପଡ଼ିବା ଭଳି ଲାଗୁଛି।

ସୀମାନ୍ତରେ ଆମେ ୧୨ ଘଣ୍ଟା ଧରି ଫସି ରହିବା ପରେ ‌ମନେ ହେଲା ଯେ, ମୋର ‘ଜେଲ୍’ (ଇନ୍‌ସୁଲିନ୍‌) ତରଳିବା ଆରମ୍ଭ କଲାଣି। ଆମେ ସେଠାରେ ୭୨ ଘଣ୍ଟା ରହିଲୁଣି, ବେଶୀ ପାଣି ବି ମିଳୁନାହିଁ। ଯେତିକି ପାଣି ପାଉଛି ସେଥିରେ ଖଣ୍ଡେ ଟାୱେଲ୍‌ ଓଦା କରି ‘ଇନ୍‌ସୁଲିନ୍‌’ରେ ଗୁଡ଼ାଇ ତାକୁ ଖରା ତେଜରୁ ନିରାପଦ ରଖିବାକୁ ଚେଷ୍ଟା କରୁଛି।

ଉଲ୍ଲେଖଯୋଗ୍ୟ, ସୁଦାନରେ କ୍ଷମତା ଅକ୍ତିଆର ପାଇଁ ସୁଦାନ ସେନା ଓ ପାରାମିଲ୍‌ଟାରି ଗ୍ରୁପ୍‌ ମଧ୍ୟରେ ଭୀଷଣ ସଂଘର୍ଷ ଲାଗିଛି। ଜନବହୁଳ ଅଞ୍ଚଳରେ ଯୁଦ୍ଧ କମାଣ, ଲଢୁଆ ବିମାନଦ୍ବାରା ଆକ୍ରମଣ ଯୋଗୁଁ ସମଗ୍ର ଦେଶରେ ବଡ଼ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe