Image Source: News 18
ମଦୁରାଇ: ୟୋକୋହାମା ବନ୍ଦରରେ ପୃଥକ କରି ରଖାଯାଇଥିବା ବିଳାସମୟ ଜାହାଜ ‘ଡାଇମଣ୍ଡ୍ ପ୍ରିନ୍ସେସ୍’ରୁ ଭାରତୀୟ ପରିଚାରକମାନଙ୍କୁ (କ୍ରୁ’ ମେମ୍ବର୍ସ) ଆଜି ସ୍ଥାନାନ୍ତର କରାଯାଇପାରେ। ଏଥି ନିମନ୍ତେ ପ୍ରସ୍ତୁତ ରହିବାକୁ ଜାପାନସ୍ଥିତ ଭାରତୀୟ ଦୂତାବାସ ତରଫରୁ ମଙ୍ଗଳବାର ଦିନ ସେମାନଙ୍କୁ କୁହାଯାଇଛି। ଏକ ଚାଟର୍ଡ ବିମାନରେ ସେମାନଙ୍କୁ ପାଣିଜାହାଜ ‘ଡାଇମଣ୍ଡ୍ ପ୍ରିନ୍ସେସ୍’ରୁ ଉଦ୍ଧାର କରାଯିବ।
କେତେକ ଯାତ୍ରୀ ‘କରୋନାଭାଇରସ୍’ ଆକ୍ରାନ୍ତ ହୋଇଥିବା କଥା ଜଣାପଡ଼ିବା ପରେ ‘ଡାଇମଣ୍ଡ୍ ପ୍ରିନ୍ସେସ୍’କୁ ପୃଥକ୍ ରଖାଯାଇଛି।
ମଙ୍ଗଳବାର ସନ୍ଧ୍ୟା ବେଳେ ଚାଟାର୍ଡ ଫ୍ଲାଇଟ୍ ସେଠାରେ ପହଞ୍ଚିବ ବୋଲି ସ୍ଥିର କରାଯାଇଥିଲା। ଆଜି ଅପରାହ୍ନ ପ୍ରାୟ ୨ଟା ବେଳକୁ ଜାହାଜରୁ ଭାରତୀୟ କ୍ରୁ’ ମେମ୍ବର୍ମାନଙ୍କୁ ବାହାରକୁ ଅଣାଯିବ।
Image Source: South China Morning Postସ୍ଥାନାନ୍ତର ପ୍ରକ୍ରିୟାର ନିମନ୍ତେ ଧାର୍ଯ୍ୟ କରାଯାଇଥିବା ନିୟମ ଓ ସର୍ତ୍ତାବଳି ସହ ସମସ୍ତ କ୍ରୁ’ମେମ୍ବରଙ୍କ ପାଖକୁ ଇ-ମେଲ୍ ପଠାଯାଇଛି। ଏଥିନିମନ୍ତେ ଆଠ ଦିନ ପୂର୍ବରୁ ସେମାନଙ୍କୁ ଏକ ଫର୍ମ ମଧ୍ୟ ପୂରଣ କରିବାକୁ କୁହାଯାଇଥିଲା। ଯେଉଁମାନେ ସେ ଫର୍ମ ପୂରଣ କରିନାହାନ୍ତି ସେମାନେ ବୁଧବାର ସକାଳ ୧୦ଟା ସୁଦ୍ଧା ତାହା ପୂରଣ କରି ଦାଖଲ କରିପାରିବେ। ‘ଡାଇମଣ୍ଡ୍ ପ୍ରିନ୍ସେସ୍’କୁ ନିର୍ଦ୍ଧିଷ୍ଟ କିଛି ଦିନ ପାଇଁ ବାଧ୍ୟତାମୂଳକ ଭାବେ ପୃଥକ୍ ରଖାଯାଇଛି। ‘ପୃଥକ୍ ରଖାଯିବା ସମୟ’ର ଅବ୍ୟବହିତ ପୂର୍ବରୁ ସେମାନେ ଜାହାଜରୁ ବାହାରକୁ ଆସିବାକୁ ଚାହୁଁଛନ୍ତି କି, ନାହିଁ ସେ କଥା ଉକ୍ତ ଫର୍ମରେ ପଚରା ଯାଇଛି। ଏହାଛଡ଼ା, ଯେଉଁମାନଙ୍କ ଠାରେ କରୋନାଭାଇରସ୍ ସଂକ୍ରମଣ ହୋଇନାହିଁ କେବଳ ସେମାନଙ୍କୁ ହିଁ ସ୍ଥାନାନ୍ତର କରାଯିବ। ସଂକ୍ରମଣ ହୋଇଛି କି, ନାହିଁ ଜାଣିବାକୁ ଜାପାନୀ କର୍ତ୍ତୃପକ୍ଷ ‘ପଲିମର୍ ଚେନ୍ ରିଆକ୍ସନ୍’ ପରୀକ୍ଷା କରିଥିଲେ।
Follow Us