ହୀରା ପାଇଁ ଗ୍ରାମବାସୀଙ୍କ ମଧ୍ୟରେ ଟଣାଓଟରା

Advertisment
ହୀରା ପାଇଁ ଗ୍ରାମବାସୀଙ୍କ ମଧ୍ୟରେ ଟଣାଓଟରା

Hindustan Times

କୋହିମା : ନାଗାଲ୍ୟାଣ୍ଡର ମନ୍‌ ଜିଲ୍ଲା ଅନ୍ତର୍ଗତ ୱାନ୍‌ଚିଂ ଗ୍ରାମରେ ହୀରା ମିଳୁଛି ବୋଲି ପ୍ରଚାର ହୋଇଯିବା ପରେ ଲୋକମାନଙ୍କ ମଧ୍ୟରେ ହୀରା ପାଇବାକୁ ପ୍ରତିଯୋଗିତା ବଢିଯାଇଥିଲା ଏବଂ ହୀରା ପାଇବାକୁ ଲୋକେ ପରସ୍ପର ମଧ୍ୟରେ ଟଣାଓଟରା ହେଉଥିବ ଭିଡିଓ ଓ ଫଟୋ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି।

ନାଗାଲ୍ୟାଣ୍ଡ ସରକାର ଏହାଗୁ ଗମ୍ଭୀରତାର ସହ ନେଇଛନ୍ତି। ଏଠାରେ ହୀରା ଖଣିର ସନ୍ଧାନ ପାଇଁ ସରକାର ଭୂତତ୍ତ୍ବବିତ୍‌ଙ୍କୁ ନିଯୁକ୍ତି ଦେଇଛନ୍ତି। ନାଗାଲ୍ୟାଣ୍ଡ ସରକାରଙ୍କ ଭୂତତ୍ତ୍ବ ବିଭାଗ ଏଠାରେ ଖଣି ଖନନ ପାଇଁ ନିଷ୍ପତ୍ତି ନେବା ସହ ଏହାର ଉପଯୁକ୍ତ ଗବେଷଣା ପାଇଁ ଭୂବିଜ୍ଞାନୀମାନଙ୍କୁ ନିୟୋଜିତ କରିଛନ୍ତି। ଏହି ଭୂବିଜ୍ଞାନୀ ଦଳ ନଭେମ୍ବର ୩୦ରୁ ଡିସେମ୍ବର ୧ ମଧ୍ୟରେ ସରକାରଙ୍କୁ ରିପୋର୍ଟ ପ୍ରଦାନ କଲେ ଏହାର ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ଭୂତତ୍ତ୍ବ ବିଜ୍ଞାନ ବିଭାଗ ନିର୍ଦ୍ଦେଶକ ଏସ୍‌. ମେନନ୍‌ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe