୫୦ ହଜାର ଶ୍ରମିକଙ୍କୁ ୧୦ ଦିନ ଛୁଟିରେ ପଠାଇଲେ ହୀରା ବ୍ୟବସାୟୀ, ଜାଣନ୍ତୁ ଏହାର କାରଣ...

Advertisment
୫୦ ହଜାର ଶ୍ରମିକଙ୍କୁ ୧୦ ଦିନ ଛୁଟିରେ ପଠାଇଲେ ହୀରା ବ୍ୟବସାୟୀ, ଜାଣନ୍ତୁ ଏହାର କାରଣ...

ସୁରଟ: ଗୁଜୁରାଟର ସୁରଟରେ ଦେଶର ବୃହତ୍ତମ ହୀରା ଉତ୍ପାଦନକାରୀ କମ୍ପାନି କିରଣ ଜେମ୍ସ ନିଜର ୫୦ ହଜାର କର୍ମଚାରୀଙ୍କୁ ୧୦ ଦିନ ଛୁଟିରେ ପଠାଇଛି। କମ୍ପାନି ୧୭ ରୁ ୨୭ଅଗଷ୍ଟ ପର୍ଯ୍ୟନ୍ତ ସମସ୍ତ କର୍ମଚାରୀଙ୍କୁ ଛୁଟିରେ ପଠାଇଛି। ଏହି ଅବଧି ମଧ୍ୟରେ କମ୍ପାନି ସମସ୍ତ କର୍ମଚାରୀଙ୍କୁ ମଧ୍ୟ ଦରମା ପ୍ରଦାନ କରିବ। ହୀରାର ଚାହିଦା ହ୍ରାସକୁ ନିୟନ୍ତ୍ରଣ କରିବାକୁ କମ୍ପାନି ଏହି ନିଷ୍ପତ୍ତି ନେଇଛି।

ଇଣ୍ଡିଆନ୍ ଏକ୍ସପ୍ରେସ୍ ରିପୋର୍ଟ ଅନୁଯାୟୀ କମ୍ପାନି କହିଛି, ହୀରା ଶିଳ୍ପ ଖରାପ ସମୟ ଦେଇ ଗତି କରୁଛି ଏବଂ ବଜାରରେ ପଲିସ୍ ହୀରାର ଚାହିଦା ମଧ୍ୟ ହ୍ରାସ ପାଇଛି। କମ୍ପାନିର ଚେୟାରମ୍ୟାନ୍ ବଲ୍ଲଭଭାଇ ଲଖାନି କହିଛନ୍ତି, ଆମେ ୧୦ ଦିନିଆ ଛୁଟି ଘୋଷଣା କରିଛୁ ଯାହା ଦ୍ବାରା ଆମେ ହୀରା ଉତ୍ପାଦନକୁ ନିୟନ୍ତ୍ରଣ କରିପାରିବୁ। ସେ କହିଛନ୍ତି କମ୍ପାନି ଇତିହାସରେ ପ୍ରଥମ ଥର ପାଇଁ ଏଭଳି ନିଷ୍ପତ୍ତି ନେଇଛି।

ଦିପାବଳୀ ସମୟରେ ହୀରା କାରଖାନାଗୁଡ଼ିକରେ ଏକ ଦୀର୍ଘ ଛୁଟି ଥାଏ। କିନ୍ତୁ ଶ୍ରମିକମାନଙ୍କୁ ଛୁଟିରେ ପଠାଇ କମ୍ପାନୀ ହୀରାର ଚାହିଦା ଏବଂ ମୂଲ୍ୟ ବୃଦ୍ଧି କରିବାକୁ ଚାହୁଁଛି ଯାହା ଦ୍ବାରା ହୀରା ଶିଳ୍ପ ଉପକୃତ ହୋଇପାରିବ। ଶ୍ରମିକମାନଙ୍କୁ ଛୁଟିରେ ପଠାଇବା ସହିତ କମ୍ପାନି ଶ୍ରମିକମାନଙ୍କୁ ୧୦ ଦିନର ଦରମା ମଧ୍ୟ ଦେବ।

ଇଣ୍ଡିଆନ୍ ଏକ୍ସପ୍ରେସ ସହିତ ଏକ ବିଶେଷ ବାର୍ତ୍ତାଳାପରେ ବଲ୍ଲଭଭାଇ କହିଛନ୍ତି, ତାଙ୍କ କମ୍ପାନୀରେ ୫୦ହଜାରରୁ ଅଧିକ ହୀରା ପଲିସର ଶ୍ରମିକ କାମ କରନ୍ତି। ସେଥିମଧ୍ୟରୁ ୪୦ ହଜାର ଶ୍ରମିକ ପ୍ରାକୃତିକ ହୀରାକୁ କାଟି ପଲିସ୍ କରୁଥିବାବେଳେ ୧୦ ହଜାର ଶ୍ରମିକ ଲ୍ୟାବ୍‌ରେ ହୀରା ପ୍ରସ୍ତୁତି ପାଇଁ କାର୍ଯ୍ୟ କରିଥାନ୍ତି। କିରଣ ଜେମ୍ସ ନିଜକୁ ହୀରା ଦୁନିଆର ସର୍ବୋତ୍ତମ କମ୍ପାନି ଭାବରେ ପ୍ରତିଷ୍ଠିତ କରିଛି।

କିରଣ ଜେମ୍ସ ଏକ ବର୍ଷରେ ୧୭ ହଜାର କୋଟି ଟଙ୍କା ବ୍ୟବସାୟ କରିଥାଏ। ଏଭଳି ପରିସ୍ଥିତିରେ, ବିଶ୍ୱସ୍ତରରେ ଚାହିଦା ହ୍ରାସ ପାଇବା ପରେ, ୨୦୨୪ର ଦ୍ୱିତୀୟ ତ୍ରୟମାସିକରେ ହୀରା ଉତ୍ପାଦନ ପ୍ରଥମ ତ୍ରୟମାସିକ ତୁଳନାରେ ୧୫ ପ୍ରତିଶତ ହ୍ରାସ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe