hindustantimes
ନୂଆଦିଲ୍ଲୀ: ନାଗରିକତା (ସଂଶୋଧନ) ଆଇନ୍କୁ ବିରୋଧ କରି ସମଗ୍ର ଦେଶରେ ଆନ୍ଦୋଳନ ତୀବ୍ର ହୋଇଥିଲା। ଏହି କ୍ରମରେ ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହୋଇଥିଲା, ଯେଉଁଥିରେ ସେନାର ଜଣେ ଯବାନ ଜଣେ ମହିଳା ଆନ୍ଦୋଳନକାରୀ ପିନ୍ଧିଥିବା ଟପ୍ (ପୋଷାକ)କୁ ଟାଣୁଥିବା ଦେଖିବାକୁ ମିଳିଥିଲା। ଯବାନ ଯେଉଁ ମହିଳାଙ୍କ ପୋଷାକ ଟାଣୁଛନ୍ତି ସେ ଆସାମରେ ନାଗରିକତା ସଂଶୋଧନ ଆଇନ୍ (ସିଏଏ) ବିରୋଧୀ ଆନ୍ଦୋଳନରେ ସାମିଲ ଥିବା ଦାବି କରାଯାଉଛି।
Times of Indiaସେନାର ଜନୈକ ଯବାନ ମହିଳାଙ୍କ ପୋଷାକ ଟାଣୁଥିବାର ଏହି ଫଟୋକୁ ଫେସ୍ବୁକ୍ ବ୍ୟବହାରକାରୀ ପିଙ୍କୁ ଗିରି ଗତ ଗୁରୁବାର ସେୟାର କରି ହିନ୍ଦୀରେ ଲେଖିଛନ୍ତି, ‘ଆଜି ଆସାମରେ ଏଭଳି ଅବସ୍ଥା ଦେଖିବାକୁ ମିଳୁଥିବା ବେଳେ ଆସନ୍ତାକାଲି ଉତ୍ତରପ୍ରଦେଶ ଓ ଦିଲ୍ଲୀରେ ବି ଏଭଳି ଘଟଣା ଘଟିବ! ଦିଲ୍ଲୀରେ ତ ଦେଶର କୋଣ-ଅନୁକୋଣରୁ ଲୋକମାନେ ଆସି ବସବାସ କରୁଛନ୍ତି। ସେମାନେ କେମିତି ନିଜର ନାଗରିକତାର ପ୍ରମାଣ ଦେଖାଇବେ।’
ତେବେ ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏହାର ସତ୍ୟତା ନେଇ ଯାଞ୍ଚ ଆରମ୍ଭ ହୋଇଥିଲା। ଯାଞ୍ଚ ପରେ ଜଣାପଡ଼ିଥିଲା କି ଏହି ଫଟୋ ଆସାମର ନୁହେଁ କି ନାଗରିକତା ସଂଶୋଧନ ଆଇନ୍ (ସିଏଏ) ବିରୋଧୀ ଆନ୍ଦୋଳନ ସମୟର ନୁହେଁ।
ଗୁଗୁଲ ରିଭର୍ସ ଇମେଜ ସର୍ଚ୍ଚରୁ ଜଣାପଡିଥିଲା କି, ଏହି ଫଟୋ ୨୦୦୮ ମସିହାର। ଏହାକୁ ନ୍ୟୁଜ ଏଜେନ୍ସି ରିଏଟର୍ସ ଦ୍ୱାରା ସେୟାର କରାଯାଇଥିଲା। ଏଡବ୍ ଷ୍ଟକ୍ ଫଟୋଜରୁ ଏହି ଫଟୋ ମିଳିଥିଲା। ରିଏଟର୍ସ ମୁତାବକ, ଏହି ଫଟୋ ତିବ୍ଦତରେ ହୋଇଥିବା ହିଂସା ପ୍ରଦର୍ଶନ ସମୟର।
/sambad/media/post_attachments/wp-content/uploads/2020/01/Untitled-1-copy-2.jpg)
୨୦୦୮ ମାର୍ଚ୍ଚ ୨୪ରେ କାଠମାଣ୍ଡୁର ୟୁନାଇଟେଡ ନେସନ୍ନ୍ସ ବିଲଡିଂ ସାମ୍ନାରେ ହୋଇଥିବା ବିରୋଧ ପ୍ରଦର୍ଶନ ସମୟରେ ଯବାନ ଓ ମହିଳାଙ୍କ ମଧ୍ୟରେ ମୁହାଁମୁହିଁ ହୋଇଥିଲା। ଯବାନ ଓ ମହିଳାଙ୍କ ମୁହାଁମୁହିଁ ସମୟରେ କେହି ଜଣେ ଏହି ଫଟୋକୁ କୈଦ୍ କରି ନେଇଥିଲେ। ଏହାକୁ ଏବେ ନାଗରିକତା ଆଇନ୍ ବିରୋଧୀ ହିଂସା ପ୍ରଦର୍ଶନ ସମୟର କୁହାଯାଇ ସୋସିଆଲ ମିଡିଆରେ ଭାଇରାଲ କରାଯାଉଛି।
Follow Us