ମଣିପୁର ମୁଖ୍ୟମନ୍ତ୍ରୀ ହିଂସାକୁ ପ୍ରୋତ୍ସାହିତ କରିଥିଲେ କି? ରିପୋର୍ଟ ମାଗିଲେ ସୁପ୍ରିମ୍‌କୋର୍ଟ

Advertisment

ମଣିପୁର ହିଂସାକୁ ରାଜ୍ୟ ମୁଖ୍ୟମନ୍ତ୍ରୀ ପ୍ରୋତ୍ସାହିତ କରିଥିବା ଅଭିଯୋଗ ହେବା ପରେ ଆଜି ଏହି ମାମଲାରେ ସୁପ୍ରିମ୍‌କୋର୍ଟରେ ଶୁଣାଣି ହୋଇଛି। ମୁଖ୍ୟମନ୍ତ୍ରୀ ଏନ୍ ବୀରେନ ସିଂହଙ୍କ ଲିକ୍ ହୋଇଥିବା ଅଡିଓ ଟେପ୍ ଉପରେ ସୁପ୍ରିମ୍‌କୋର୍ଟ...

ମଣିପୁର ହିଂସାକୁ ରାଜ୍ୟ ମୁଖ୍ୟମନ୍ତ୍ରୀ ପ୍ରୋତ୍ସାହିତ କରିଥିବା ଅଭିଯୋଗ ହେବା ପରେ ଆଜି ଏହି ମାମଲାରେ ସୁପ୍ରିମ୍‌କୋର୍ଟରେ ଶୁଣାଣି ହୋଇଛି। ମୁଖ୍ୟମନ୍ତ୍ରୀ ଏନ୍ ବୀରେନ ସିଂହଙ୍କ ଲିକ୍ ହୋଇଥିବା ଅଡିଓ ଟେପ୍ ଉପରେ ସୁପ୍ରିମ୍‌କୋର୍ଟ...

dgddgcvg

ନୂଆଦିଲ୍ଲୀ: ମଣିପୁର ହିଂସାକୁ ରାଜ୍ୟ ମୁଖ୍ୟମନ୍ତ୍ରୀ ପ୍ରୋତ୍ସାହିତ କରିଥିବା ଅଭିଯୋଗ ହେବା ପରେ ଆଜି ଏହି ମାମଲାରେ ସୁପ୍ରିମ୍‌କୋର୍ଟରେ ଶୁଣାଣି ହୋଇଛି। ମୁଖ୍ୟମନ୍ତ୍ରୀ ଏନ୍ ବୀରେନ ସିଂହଙ୍କ ଲିକ୍ ହୋଇଥିବା ଅଡିଓ ଟେପ୍ ଉପରେ ସୁପ୍ରିମ୍‌କୋର୍ଟ ସରକାରୀ ଫରେନ୍ସିକ୍ ଲାବୋରେଟୋରି ସିଏଫ୍ଏସ୍ଏଲ୍‌ଠାରୁ ରିପୋର୍ଟ ମାଗିଛନ୍ତି। ଆଜି ଶୁଣାଣି ଆରମ୍ଭରେ ଜଷ୍ଟିସ୍ ପିଭି ସଞ୍ଜୟ କୁମାର ପ୍ରଶ୍ନ କରିଥିଲେ ଯେ, ସୁପ୍ରିମ୍‌କୋର୍ଟକୁ ପଦୋନ୍ନତି ପାଇବା ପରେ ମଣିପୁର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଆୟୋଜିତ ନୈଶଭୋଜନରେ ଯୋଗ ଦେଇଥିବାରୁ ସେ ଶୁଣାଣିରୁ ଓହରିବେ କି? ଏହାର ଜବାବରେ ଆବେଦନକାରୀଙ୍କ ଓକିଲ ପ୍ରଶାନ୍ତ ଭୂଷଣ କହିଥିଲେ ଯେ ଜଷ୍ଟିସ୍ କୁମାର ନିଜକୁ ପ୍ରତ୍ୟାହାର କରିବାର ଆବଶ୍ୟକତା ନାହିଁ।

ଆବେଦନକାରୀ କୁକି ଅର୍ଗାନାଇଜେସନ୍ ଫର୍ ହ୍ୟୁମାନ ରାଇଟ୍ସ ଟ୍ରଷ୍ଟ (କୋହୁର)ର ପ୍ରତିନିଧିତ୍ୱ କରିଥିବା ଭୂଷଣ କହିଛନ୍ତି ଯେ ଟ୍ରୁଥ୍ ଲ୍ୟାବ୍ସ ନିଶ୍ଚିତ କରିଛି ଯେ ୯୩ ପ୍ରତିଶତ ଅଡିଓ ଟେପ୍ ସିଂହଙ୍କ ସ୍ୱର ସହ ମେଳ ଖାଉଛି। ୨୦୦୭ ମସିହାରେ ସ୍ଥାପିତ ଟ୍ରୁଥ୍ ଲ୍ୟାବ୍ ହେଉଛି ଭାରତର ପ୍ରଥମ ବେସରକାରୀ ପୂର୍ଣ୍ଣାଙ୍ଗ ଫରେନ୍‌ସିକ୍ ଲ୍ୟାବ୍। ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଛନ୍ତି ଯେ ଟ୍ରୁଥ୍ ଲ୍ୟାବ୍ ରିପୋର୍ଟ ଉପରେ ଭରସା କରାଯାଇପାରିବ ନାହିଁ। ଏହି ଅଡିଓ କ୍ଲିପ୍‌ଗୁଡ଼ିକୁ ସେଣ୍ଟ୍ରାଲ ଫରେନ୍ସିକ୍ ସାଇନ୍ସ ଲାବୋରେଟୋରି (ସିଏଫ୍ଏସ୍ଏଲ୍)କୁ ପଠାଯାଇଛି। ଏହାର ଉତ୍ତରରେ ଭୂଷଣ କହିଛନ୍ତି, ସିଏଫ୍ଏସ୍ଏଲ୍ ରିପୋର୍ଟ ତୁଳନାରେ ଟ୍ରୁଥ୍ ଲ୍ୟାବ୍ ରିପୋର୍ଟ ଅଧିକ ଭରସାଯୋଗ୍ୟ। ଏହି ଯୁକ୍ତି ଶୁଣିବା ପରେ ସୁପ୍ରିମ୍‌କୋର୍ଟ ସିଏଫ୍ଏସ୍ଏଲ୍‌ଠାରୁ ରିପୋର୍ଟ ମାଗିଛନ୍ତି ଏବଂ ମାର୍ଚ୍ଚ ୨୪ରୁ ଆରମ୍ଭ ହେବାକୁ ଥିବା ସପ୍ତାହରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଛନ୍ତି। ଏକ ମାସ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ପ୍ରଧାନ ବିଚାରପତି ଖାନ୍ନା ସଲିସିଟର ଜେନେରାଲଙ୍କୁ କହିଛନ୍ତି। ଗୃହ ମନ୍ତ୍ରଣାଳୟ ଦ୍ୱାରା ଗଠିତ ତଦନ୍ତ କମିସନ ଏହି ଅଡିଓ ଟେପ୍‌ର ତଦନ୍ତ କରୁଛନ୍ତି।  କୁକି ଛାତ୍ର ସଂଗଠନ (କେଏସ୍‌ଓ) ପ୍ରଥମେ ଅଡିଓ କ୍ଲିପ୍‌ର ଗୋଟିଏ ଅଂଶ ୨୦୨୪ ଅଗଷ୍ଟ ୭ରେ ଓ ଅନ୍ୟଟି ଅଗଷ୍ଟ ୨୦ରେ ପ୍ରକାଶ କରିଥିଲା।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe